ସୌର ଶକ୍ତି ଉତ୍ପାଦନ ପାଇଁ ଗ୍ରୀଡକୋ, ଏମ୍.ଏସ୍ ସୂର୍ୟମ୍ ଇଣ୍ଟରନ୍ୟାସନାଲ୍ ଏବଂ ଟିପିଡବ୍ଲ୍ୟୁଓଡିଏଲ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ

Share It

ବୁର୍ଲା/ଭୁବନେଶ୍ୱର, 19.02.2025: ଏକ ଐତିହାସିକ ନିଷ୍ପତ୍ତି ଭାବେ, ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ଦ୍ୱାରା ପିଏମ-କୁସୁମ-ସି କାର୍ଯ୍ୟକ୍ରମ ଅଧୀନରେ ସୌର ଶକ୍ତି ସ୍ଥାପନ ଏବଂ ଉତ୍ପାଦନ ପାଇଁ ଗତ ଫେବୃଆରୀ ମାସ 13 ତାରିଖ ଦିନ ଭୁବନେଶ୍ୱରଠାରେ ଗ୍ରୀଡକୋ ଏବଂ ଏମ୍.ଏସ୍ ସୂର୍ୟମ୍ ଇଣ୍ଟରନ୍ୟାସନାଲ୍ ସହିତ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଅଛି । ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ ଦିଗରେ ଏହା ଟିପିଡବ୍ଲ୍ୟୁଓଡିଏଲର ଅନ୍ୟ ଏକ ପଦକ୍ଷପ ।

ଏହି କାର୍ଯ୍ୟକ୍ରମ ଅଧୀନରେ, ବ୍ୟକ୍ତିଗତ ସୌର ଶକ୍ତି ଉତ୍ପାଦନ ୟୁନିଟ୍ ପରିବର୍ତ୍ତେ, ଟିପିଡବ୍ଲ୍ୟୁଓଡିଏଲର ସବଷ୍ଟେସନ ନିକଟରେ ବୃହତ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯିବ । ଯାହା ଫଳପ୍ରଦ ଭାବରେ ଫିଡର୍ ଲାଇନ୍ ମାଧ୍ୟମରେ କୃଷି କ୍ଷେତ୍ରକୁ ବିଦ୍ୟୁତ୍ ଶକ୍ତି ଯୋଗାଇବ।

ଉଲ୍ଲେଖଥାଉ କି, ଟିପିଡବ୍ଲ୍ୟୁଓଡିଏଲର ବିତରଣ ଅଞ୍ଚଳ ଅଧୀନରେ ଏହି ପ୍ରସ୍ତାବିତ ସୌର ପ୍ଲାଣ୍ଟ ଗୁଡିକର ମୋଟ୍ କ୍ଷମତା 21.46 ମେଗାୱାଟ୍ ରହିବ । ସେଗୁଡିକ ଯଥାକ୍ରମେ 9.5 ମେଗାୱାଟ୍, 8.08 ମେଗାୱାଟ୍ ଏବଂ 3.83 ମେଗାୱାଟ୍ ପାଇଁ ବନ୍ଦୋପାଲା ପିଏସ୍ଏସ୍, ନାର୍ଲା ପିଏସ୍ଏସ୍ ଏବଂ କୁରୁମ୍ପୁରୀ ପିଏସ୍ଏସ୍ ସହିତ ସଂଯୋଗ କରିବ । ଏହି ସବ-ଷ୍ଟେସନ୍ ଗୁଡ଼ିକ ସମୟକ୍ରମେ ଅଙ୍ଗାରକାମ୍ଳ ନିର୍ଗମ ହ୍ରାସ କରିବ ଏବଂ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବ । ଗ୍ରୀଡକୋ ଏବଂ ଏମ୍.ଏସ୍ ସୂର୍ୟମ୍ ଇଣ୍ଟରନ୍ୟାସନାଲ୍ ଏବଂ ଟିପିଡବ୍ଲ୍ୟୁଓଡିଏଲର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।


Share It

Comments are closed.