ଫୋନପେ ପକ୍ଷରୁ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫରର ଘୋଷଣା
ଭୁବନେଶ୍ୱର : ଚଳିତ ଧନତେରସ ଏବଂ ଦୀପାବଳୀରେ ଫୋନପେ ପକ୍ଷରୁ ୨୪କ୍ୟାରେଟ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫରର ଘୋଷଣା କରାଯାଇଛି । ଫୋନପେରୁ ସର୍ବନିମ୍ନ ୧୫୦୦ଟଙ୍କ ମୂଲ୍ୟର ଡିଜିଟାଲ ଗୋଲ୍ଡ କିଣିଲେ ୟୁଜରମାନେ ୨୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫରର ଲାଭ ଉଠାଇପାରିବେ । ଅଫରଟି ଚଳିତ ୨୯ ଅକ୍ଟୋବର ରୁ ୧ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ୱାନ-ଟାଇମ ଟ୍ରାଞ୍ଜାକ୍ସନ(ୟୁଜର ପ୍ରତି ଗୋଟିଏ ଥର ବୈଧ) ପାଇଁ ପ୍ରଯୁଜ୍ୟ । ଫୋନପେ ନିଜର ୟୁଜରଙ୍କୁ ୨୪ ଘଂଟା ଘରେ ବସି ଆରାମରେ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ କିଣିବାର ସୁବିଧା ପ୍ରଦାନ କରୁଛି । ଏକକାଳୀନ କିଣିବା ବ୍ୟତୀତ, ଫୋନପେ ପ୍ରତ୍ୟେକ ଭାରତୀୟଙ୍କୁ ଏସଆଇପି ମାଧ୍ୟମରେ ଡିଜିଟାଲ ଗୋଲ୍ଡରେ ବିନିଯୋଗ କରିବାର ସୁଯୋଗ ମଧ୍ୟ ପ୍ରଦାନ କରୁଛି ଏବଂ ଗ୍ରାହକଙ୍କୁ ନିୟମିତ ବ୍ୟବଧାନରେ ଦୀର୍ଘକାଳୀନ ବିନିଯୋଗ କରିବାରେ ସାହାଯ୍ୟ କରୁଛି । ଗ୍ରାହକଙ୍କୁ ନିଜ ଇଚ୍ଛା ଅନୁସାରେ ଯେକୌଣସି ପରିମାଣ ରାଶି ଦେଇ ଡିଜିଟାଲ ଗୋଲ୍ଡରେ ବିନିଯୋଗ କରିବାର ସୁବିଧା ମଧ୍ୟ ମିଳିଥାଏ । ସଂଗୃହିତ ହୋଇଥିବା ସୁନା, ୟୁଜରଙ୍କ ଆକଉଉଂଟରେ ଡିଜିଟାଲ ଭାବରେ ଷ୍ଟୋର କରାଯାଇଥାଏ ତାହା ସହିତ ସୁରକ୍ଷିତ ଭାଲ୍ଟରେ ଫିଜିକାଲ ଗୋଲ୍ଡ ମଧ୍ୟ ଷ୍ଟାର କରାଯାଇଥାଏ । ୟୁଜରମାନେ ଜମା ହୋଇଥିବା ସୁନାକୁ ଯେକୌଣସି ସମୟରେ ବିକ୍ରି କରିପାରିବେ ଏବଂ ବିକ୍ରି ମୂଲ୍ୟ ୪୮ ଘଂଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା ହୋଇଯିବ ।
ୟୁଜରମାନେ ଫୋନପେ ପ୍ଲାଟଫର୍ମରେ ଏମଏମଟିସି-ପିଏଏମପି, ସେଫଗୋଲ୍ଡ ଏବଂ କ୍ୟାରେଟଲେନ ପରି ଡିଜିଟାଲ ଗୋଲ୍ଡ ଜଗତର ଅଗ୍ରଣୀ ତଥା ବିଶ୍ୱସ୍ତ କମ୍ପାନୀଗୁଡ଼ିକରୁ ୯୯.୯୯% ଶୁଦ୍ଧତାର ପ୍ରମାଣପତ୍ର ସହିତ ୨୪କ୍ୟାରେଟ ଡିଜିଟାଲ ଗୋଲ୍ଡ କିଣିପାରିବେ । ଭାରତରେ ୧୯୦୦୦ରୁ ଅଧିକ ପୋଷ୍ଟାଲ କୋଡର ୧.୨କୋଟିରୁ ଅଧିକ ଗ୍ରାହକ ଫୋନପେ ପ୍ଲାଟଫର୍ମରେ ପରଦର୍ଶୀ ମୂଲ୍ୟରେ ବିନା କୌଣସି ମେକିଂ ଚାର୍ଜେସ ଦେଇ ଉଚ୍ଚ ସୁଦ୍ଧତାର ୨୪ କ୍ୟାରେଟ ସୁନା କିଣିଛନ୍ତି । ଫୋନପେରେ ଗୋଲ୍ଡ କିଣିବା ସମୟରେ ଏହି କ୍ୟାଶବ୍ୟାକ ଅଫରର ଲାଭ ଉଠାଇବା ପାଇଁ ପ୍ରଥମେ ହୋମପେଜରେ ପରଚେଜ ବିଭାଗ ଅଧିନରେ ଥିବା ଗୋଲ୍ଡ ଉପରେ କ୍ଲିକ କରନ୍ତୁ । ତାପରେ ବାଏ ୱାନ ଟାଇମ ଉପରେ କ୍ଲିକ କରନ୍ତୁ । ତାପରେ ବାଏ ଇନ ରୁପିଜକୁ ସିଲେକ୍ଟ କରନ୍ତୁ ଏବଂ ସର୍ବନିମ୍ନ ୧୫୦୦ଟଙ୍କା ମୂଲ୍ୟର ୨୪ କ୍ୟାରେଟ ଗୋଲ୍ଡ ଯୋଡ଼ି ପ୍ରୋସିଡ ଉପରେ କ୍ଲିକ କରନ୍ତୁ । ଆପଣଙ୍କ ସୁନା କିଣିବାର ସର୍ବଶେଷ ବିବରଣୀ ଦେଖନ୍ତୁ ଏବଂ ପ୍ରୋସିଡ ଟୁ ପେ ଉପରେ କ୍ଲିକ କରନ୍ତୁ ଏବଂ ଦେଖନ୍ତୁ ଏହା ହୋଇଗଲା ।
Comments are closed.