ଓଡିଶାରେ ରୟାଲ ଏନ୍‌ଫିଲ୍ଡର ଦ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍‌’ ଏଡିସନର ଶୁଭାରମ୍ଭ

Share It

ଭୁବନେଶ୍ୱର : ମିଡ୍‌-ସାଇଜ୍ (୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗ୍‌ମେଂଟ୍ କ୍ଷେତ୍ରରେ ଗ୍ଲୋବାଲ ଲିଡର, ରୟାଲ ଏନ୍‌ଫିଲ୍ଡ ଗର୍ବର ସହିତ ଏହାର ନୂଆ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍‌’ର ଶୁଭାରମ୍ଭ କରିଛି । ମୋଟରସାଇକ୍ଲିଙ୍ଗ ଓ ଅଟୋମୋଟିଭ ଇତିହାସରେ ଏକ ପ୍ରତିଷ୍ଠିତ ନାମ ରୟାଲ ଏନ୍‌ଫିଲ୍ଡ ବୁଲେଟ ବାଟାଲିୟନ ବ୍ଲାକ ଏଡିସନ ସହ ନିଜର ବିରାସତକୁ ବଜାୟ ରଖିଛି । ବୁଲେଟ ବାଟାଲିୟନ ବ୍ଲାକ ଏଡିସନ ଚଳିତ ପାର୍ବଣ ଋତୁର ବୁଲେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହର ଏକ ନୂତନ ସ୍ତର ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ରହିଛି । ଏହି ନୂଆ ମୋଟରସାଇକେଲ ପାଇଁ ବୁକିଙ୍ଗ ଓ ଟେଷ୍ଟ ରାଇଡ୍ ଆଜିଠାରୁ ଓଡିଶାର ୭୭ଟି ଅଥୋରାଇଜ୍‌ଡ ରୟାଲ ଏନ୍‌ଫିଲ୍ଡ ଷ୍ଟୋର୍‌ରେ ଉପଲବ୍ଧ ରହିଛି । ନୂଆ ବୁଲେଟ ବାଟାଲିୟନ ବ୍ଲାକ ଏଡିସନର ଏହି ଡିଜାଇନ ନିଜ ପସନ୍ଦର ମୋଟରସାଇକେଲରେ ଏକ ଭିଂଟେଜ ଟଚ୍ ଦେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହାକୁ ଆକାଂକ୍ଷିତ କରିଛି । ରୟାଲ ଏନ୍‌ଫିଲ୍ଡ ଅତୀତର ବୁଲେଟ ଡିଜାଇନର ସ୍ମୃତି ଭାବେ କିଛି ଏଲିମେଂଟ ଯେପରିକି ବେଂଚ୍ ସିଟ୍‌, ଭିଂଟେଜ-ଷ୍ଟାଇଲ ଟେଲ ଲ୍ୟାମ୍ପ ମାଉଂଟିଙ୍ଗ ଓ ୟୁନିଟ୍‌, ସିଗ୍ନେଚର ହ୍ୟାଣ୍ଡ-ପେଂଟେଡ ଗୋଲ୍ଡେନ ପିନ୍‌ଷ୍ଟ୍ରାଇପ୍‌ସ, ଟ୍ୟାଙ୍କ ଓ ସାଇଟ୍ ପ୍ୟାନେଲ ବ୍ୟାଜ୍‌, ସ୍ପୋକ ହ୍ୱିଲ ସହ କ୍ରୋମ ରିମ୍‌ସ ଓ ବ୍ଲାକ୍ ମିରର ଆଦିକୁ ପୁଣିଥରେ ଫେରାଇ ଆଣିଛି । ବୁଲେଟ ବାଟାଲିୟନ ବ୍ଲାକ ଏଡିସନରେ ୩୦୦ଏମ୍‌ଏମ୍ ଫ୍ରଂଟ ଡିସ୍କ ଓ ୧୫୩ଏମ୍‌ଏମ୍ ରିୟର ଡ୍ରମ ବ୍ରେକ୍ ସହ ସିଙ୍ଗଲ ଚ୍ୟାନେଲ ଏବିଏସ୍ ଭଳି ଫିଚର ରହିବ । ଏହାର ମୂଲ୍ୟ ୧୭୪,୮୭୫ ଟଙ୍କା (ଏକ୍ସଶୋ’ରୁମ, ଓଡିଶା) ରହିଛି ।

ବୁଲେଟ ୩୫୦ ବାଟାଲିୟନ ବ୍ଲାକ୍‌ର ଶୁଭାରମ୍ଭ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ଚିଫ୍ କମର୍ସିଆଲ ଅଫିସର ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, “ ବୁଲେଟ ହେଉଛି ଏକ ମୋଟରସାଇକେଲ ଯାହା ଅନେକ ପିଢି ହେବ ଆମର ସାଂସ୍କୃତିକ ପରିଦୃଶ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି । ନୂଆ ବାଟାଲିୟନ ବ୍ଲାକ ଏଡିସନ ଆମର ସମୁଦାୟ ଓ ଆମର ବିଶ୍ୱସ୍ତ ଚାଳକମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଅଟେ, ଯିଏକି ବୁଲେଟର ଉତ୍ସାହକୁ ଜୀବନ୍ତ କରି ରଖିଛନ୍ତି ଏବଂ ଏହା ବୁଲେଟର ଅତୁଟ ବିରାସତର ଏକ ସେଲିବ୍ରେଶନ ମଧ୍ୟ ଅଟେ । ଅତୀତର ଡିଜାଇନ ଏଲିମେଂଟ ଓ ଅସାଧାରଣ ଚାଳନା ଅନୁଭୂତି ସହ ଏହି ଏଡିସନ ଆମର ରାଇଡରମାନେ ବୁଲେଟ ସମ୍ପର୍କରେ ପସନ୍ଦ କରୁଥିବା ସବୁକିଛି- ଏହାର ନିର୍ଭରଯୋଗ୍ୟତା ଓ ଅତୁଳନୀୟ ଚରିତ୍ର ଆଦିକୁ ଧାରଣ କରିଛି ।”

ମଜବୁତ ଜେ-ସିରିଜ ପ୍ଲାଟ୍‌ଫର୍ମ ଉପରେ ନିର୍ମିତ ନୂଆ ‘ବାଟାଲିୟନ ବ୍ଲାକ୍‌’ ଏଡିସନ, ସୁନ୍ଦର ଉପକୂଳଠାରୁ ଆରମ୍ଭ କରି ଜୀବନ୍ତ ଆଦିବାସୀ ଅଂଚଳଗୁଡିକ ପର୍ଯ୍ୟନ୍ତ ଓଡିଶାର ବିବିଧ ଭୂଭାଗ ମାଧ୍ୟମରେ ଏକ ସୁଗମ ଓ ଅଧିକ ଉପଭୋଗ୍ୟ ଚାଳନା ସୁନିଶ୍ଚିତ କରୁଛି । ଏହି ମୋଟରସାଇକେଲର ଟେଷ୍ଟ ରାଇଡ ଓଡିଶାର ୭୭ଟି ଅଥୋରାଇଜ୍‌ଡ ରୟାଲ ଏନ୍‌ଫିଲ୍ଡ ଷ୍ଟୋର୍‌ରେ ଉପଲବ୍ଧ ରହିଛି । ଯତ୍ନର ସହ ନିର୍ମିତ ବାଟାଲିୟନ ବ୍ଲାକ ଏଡିସନକୁ ଜେ-ପ୍ଲାଟ୍‌ଫର୍ମ ଉପରେ ବିକଶିତ କରାଯାଇଛି ଯାହା କାର୍ଯ୍ୟଦକ୍ଷତା ଓ ପ୍ରକୃତ ଚାଳନା ଅନୁଭୂତି ପ୍ରଦାନ କରୁଛି । ଉନ୍ନତ ୩୪୯ସିସି ଇଞ୍ଜିନ ଦ୍ୱାରା ପରିଚାଳିତ ଏହି ମୋଟରସାଇକେଲ ୬୧୦୦ ଆର୍‌ପିଏମ୍‌ରେ ୨୦.୨ ପିଏସର ସର୍ବାଧିକ ପାୱାର ଏବଂ ୪୦୦୦ ଆର୍‌ପିଏମ୍‌ରେ ୨୭ ଏନ୍‌ଏମ୍‌ର ସର୍ବାଧିକ ଟର୍କ ପ୍ରଦାନ କରୁଛି । ବାଟାଲିୟନ ବ୍ଲାକ ଏଡିସନ ମିଲିଟାରୀ ଭାରିଆଂଟ୍‌ଠାରୁ ଅଧିକ କିଛି ପ୍ରଦାନ କରୁଛି ଯାହା ଏହାକୁ ଅତ୍ୟଧିକ ପହଂଚଯୋଗ୍ୟ ଓ ଆକାଂକ୍ଷିତ କରୁଛି । ଅନ୍ୟ ଦୁଇଟି ଏଡିସନ ବ୍ଲାକ ଗୋଲ୍ଡ ଓ ଷ୍ଟାଣ୍ଡାର୍ଡ ଯଥାକ୍ରମେ ଟପ୍ ଓ ମିଡ୍‌-ଭାରିଆଂଟ ଭାବେ ବଜାୟ ରହିଛି ।


Share It

Comments are closed.