ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସମାଲୋଚନାର ଶିକାର ହେଲେ ସଲମାନ
[vc_row][vc_column][vc_column_text]ସଲମାନ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏଥର କୌଣସି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ନାହାନ୍ତି ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଆଜ୍ଞା ହଁ ଆପଣମାନେ ଭାବୁଥିବେ ଏମିତି କିପରି ଭାବେ ସଲମାନ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ, ଯେପରି ସେ ଚର୍ଚ୍ଚାର ବିଷୟ ପାଲଟିଗଲେ । ମୂଳ କଥା ହେଲା କି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁର ୫ ଦିନ ପରେ ସଲମାନ ତାଙ୍କୁ ଟ୍ୱିଟର ଦ୍ୱାରା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ, ଯାହାଫଳରେ ଲୋକମାନେ ସଲମାନଙ୍କ ଉପରେ ରାଗି ଯିବା ସହ ତାଙ୍କ ଉପରେ କଟୁ ମନ୍ତବ୍ୟ ମଧ୍ୟ ପ୍ରଯୋଗ କରିଥିଲେ । ଏଥର ତାଙ୍କର ଉଦେଶ୍ୟ ଖରାପ ନଥିଲେ ମଧ୍ୟ ସେ ଲୋକଙ୍କର ଆକ୍ରୋଶର ଶୀକାର ହୋଇଛନ୍ତି ।
କେତେକ ୟୁଜର୍ସ ସଲମାନ ଉପରେ ରାଗି ଯିବା ସହ ଏହା ତାଙ୍କ ଠାରୁ ଆଶା କରାଯାଇନଥିଲା ବୋଲି କହିଥିଲେ । ଏହା ସହ ସଲମାନଙ୍କ ପୋଷ୍ଟ ପରେ କେତେକ ୟୁଜର୍ସ ବାଜପେୟୀଙ୍କ ପ୍ରତି ଦୁଃଖ ପ୍ରକାଶ ମଧ୍ୟ କରିଥିଲେ ।[/vc_column_text][vc_single_image image=”4299″ img_size=”full” alignment=”center”][vc_column_text]ସଲମାନଙ୍କ ଏହି ପୋଷ୍ଟ ପରେ ତାଙ୍କୁ ବହୁତ ଟ୍ରଲ ମଧ୍ୟ କରାଯାଇଥିଲା । “ଭାଇ ତୁମର ଏବେ ମନେ ପଡୁଛି… ଆଗରୁ କ’ଣ ଗଞ୍ଜେଇ ମାରି ଶୋଇଥିଲ” ।[/vc_column_text][vc_single_image image=”4300″ img_size=”full” alignment=”center”][vc_column_text]‘ବହୁତ ଦିନ ପରେ ତୁମର ମନେ ପଡିଲା ସାର’[/vc_column_text][vc_single_image image=”4301″ img_size=”full” alignment=”center”][vc_column_text]‘ଟାଇଗର ସୋ ରାହା ଥା ’
ଟ୍ୱିଟରେ ସଲମାନଙ୍କ ଏହି ପୋଷ୍ଟ କରିବା ପରେ ତାଙ୍କୁ କିଛି ଏପରି ଭାବେ ଟ୍ରଲ କରାଯାଇଥିଲା[/vc_column_text][/vc_column][/vc_row]
Comments are closed.