ଭାରତରେ ଶୁଭାରମ୍ଭ ହେଲା ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସ


ନୋକିଆ ଫୋନର ଘରୋଇ କ୍ଷେତ୍ର, ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସର ଶୁଭାରମ୍ଭ କରାଯାଇଛି । ଏହିସବୁ ନୂତନ ସ୍ମାର୍ଟଫୋନ୍ ପକ୍ଷରୁ ଲୋକପ୍ରିୟ ଅଲ ସ୍କ୍ରିନ୍ ଡ଼ିଜାଇନ୍, ଉନ୍ନତ ପ୍ରଦର୍ଶନ ଏବଂ ସ୍ମାର୍ଟ ଏଆଇ ଇମାଜିନିଂ ବୈଶିଷ୍ଟ୍ୟ ତାହା ପୁଣି ଆକର୍ଷଣୀୟ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି । ଉଭୟ ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସ୍ ଭାରତରେ ସ୍ୱତନ୍ତ୍ରଭାବେ ଅନଲାଇନରେ ଏବଂ ଫ୍ଲିପକାର୍ଟ ଏବଂ ନୋକିଆ ଡ଼ଟ୍ କମ୍/ଫୋନରେ ଉପଲବ୍ଧ ହେବାକୁ ଯାଉଛି ।
ଏହି ପରିପ୍ରେକ୍ଷୀରେ ଏଚଏମଡ଼ି ଗ୍ଲୋବାଲ୍ ପକ୍ଷରୁ ଏହାର ମୂଖ୍ୟ ଉତ୍ପାଦ ଅଧିକାରୀ, ଜୁହୋ ସରଭିକାସ୍, କହିଛନ୍ତିଯେ, “ଆମର ଯାତ୍ରା ଆରମ୍ଭଠାରୁ, ଗ୍ରାହକମାନେ ନୋକିଆଠାରୁ ଆଶାକରୁଥିବା ଡ଼ିଜାଇନ୍, କଳାଶ÷ଳୀ, ଜ୍ଞାନକୌଶଳ ଅନୁଭୂତି ପ୍ରଦାନ କରିବା ପାଇଁ ଚେଷ୍ଟାରତ ଏବଂ ଆମ୍ଭେମାନେ ସର୍ବଦା ସ୍ୱଚ୍ଛ, ସୁରକ୍ଷିତ ଏବଂ ସଦ୍ୟ ଆଣ୍ଡ୍ରଏଡ଼୍ ପ୍ରଦାନ କରିବାରେ ଦୃଷ୍ଟିନିବେଶ କରିଛୁ । ଆଜି ଆମ୍ଭେମାନେ ଆମର ପ୍ରତିଶୃତିକୁ ଆଗକୁ ବଢାଇବାକୁଯାଇ ଦୁଇଟି ନୂତନ ସ୍ମାର୍ଟଫୋନ୍ – ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସର ଶୁଭାରମ୍ଭ କରିଛୁ, ଯାହାକି ଅତ୍ୟାଧୁନିକ ଯେପରକିି ଅଲ ସ୍କ୍ରିନ୍ ଡ଼ିଜାଇନ୍ ସହିତ ଗ୍ରାହକମାନେ ଆଶାକରୁଥିବା କେବଳ ନୋକିଆ ଗୁଣବତ୍ତା ପାଇପାରିବେ ।”

ଏହି ଅବସରରେ ଏଚଏମଡ଼ି ଗ୍ଲୋବାଲ୍ ପକ୍ଷରୁ ଏହାର ଉପସଭାପତି ଏବଂ ଦେଶ ମୂଖ୍ୟ – ଭାରତ, ଅଜୟ ମେହେତା, କହିଛନ୍ତିଯେ, “ଆମ୍ଭମାନଙ୍କ ପାଇଁ ଭାରତୀୟ ଗ୍ରାହକମାନେ ହେଉଛନ୍ତି ଅଧିକ ଗୁରୁତ୍ୱପୁର୍ଣ୍ଣ । ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସର ଶୁଭାରମ୍ଭ ଆମ୍ଭମାନଙ୍କ ପାଇଁ ଭାରତରେ ଏକ ନୂତନ ମାଇଲଷ୍ଟୋନ୍ ପ୍ରତିଷ୍ଠା କରିବାରେ ଅଧିକ ଗୁରୁତ୍ୱପୁର୍ଣ୍ଣ । ଆଜି ଶୁଭାରମ୍ଭ ହୋଇଥିବା ଏହି ଫୋନ୍ ସହିତ ଆମ୍ଭେମାନେ ଆମର ଅନଲାଇନ୍ ଗ୍ରାହକ ଏବଂ ସେମାନଙ୍କର ଆବଶ୍ୟକତାକୁ ମେଣ୍ଟାଇପାରିବାରେ ସକ୍ଷମ ହୋଇପାରିବୁ ।”
ନୋକିଆ ୬.୧ ପ୍ଲସ୍ ଓ ନୋକିଆ ୫.୧ ପ୍ଲସ୍ ତିନୋଟି ରଙ୍ଗ ସହିତ ଆସୁଛି- ଗ୍ଲସ୍ ବ୍ଲାକ୍, ଗ୍ଲସ୍ ହ୍ୱାଇଟ୍ ଓ ଗ୍ଲସ୍ ମିଡ୍ ନାଇଟ୍ ବ୍ଲୁ । ଉଭୟ ନୋକିଆ ୬.୧ ପ୍ଲସ୍ ଓ ନୋକିଆ ୫.୧ ପ୍ଲସ୍ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ଉତ୍ପାଦ, ଯେଉଁଗୁଡ଼ିକ ନୋକିଆ.କମ୍/ଫୋନ୍ସ କିମ୍ବା ଫ୍ଲିପ୍କାର୍ଟରେ ଉପଲବ୍ଧ । ନୋକିଆ ୬.୧ ପ୍ଲସ୍ ଅଗଷ୍ଟ ୩୦ରୁ ମାତ୍ର ୧୫,୯୯୯ ଟଙ୍କାରେ ଭାରତରେ ଉପଲବ୍ଧ ହେବାକୁ ଯାଉଛି । ଅଗଷ୍ଟ ୨୧ରୁ ପ୍ରଶଂସକମାନେ ଫ୍ଲିପ୍କାର୍ଟରେ ନୋଟିଫାଏ ମିଁକୁ ବ୍ୟବହାର କରିପାରିବେ କିମ୍ବା ନୋକିଆ.କମ୍ /ଫୋନ୍ସରେ ପ୍ରି ବୁକ୍ କରିପାରିବେ । ନୋକିଆ ୫.୧ ପ୍ଲସ୍ ସେପ୍ଟେମ୍ବରରେ ଭାରତରେ ଉପଲବ୍ଧ ହେବାକୁ ଯାଉଛି ଏବଂ ଏହାର ମୂଲ୍ୟ ବିକ୍ରୟ ଆରମ୍ଭ ହେବାର ଅଳ୍ପ ସମୟ ପ୍ରର୍ବରୁ ଘୋଷଣା କରାଯିବ ।


Share It

Comments are closed.