ଭୁବନେଶ୍ୱରରେ ‘ଆର୍ଟିଷ୍ଟ କୋର୍ସ’ର ବ୍ୟବହାର କରି ସାଇକେଲ ଟ୍ରାକ ତିଆରି
ଏକ ସୁରକ୍ଷିତ, ପ୍ରଗତିଶୀଳ ଏବଂ ସୁଦୃଢ଼ ବିଶ୍ୱର ନିର୍ମାଣ ଦିଗରେ ପ୍ରତିଶ୍ରୁତି ସହ ନୁଭୋକୋର ନୂତନ ସମାଧାନ ସ୍ମାର୍ଟସିଟି ମିଶନରେ ଯୋଗଦାନ କରିଛି । ଭୁବନଶ୍ୱେର ସ୍ମାର୍ଟ ସିଟି ଲିମିଟେଡ(ବିଏସସିଏଲ) ପରିଯୋଜନା ପାଇଁ ଏକ ଉତ୍ସର୍ଗୀକୃତ ସାଇକେଲ ଟ୍ରାକ ବିଛାଇବା ପାଇଁ ନୁଭୋକୋ ‘ଆର୍ଟିଷ୍ଟ କୋର୍ସ’ର ବ୍ୟବହାର କରିଛି । ଏହି ସମାଧାନ ସାଇକେଲ ଆରୋହୀ ମାନଙ୍କୁ ଟ୍ରାଫିକ ସମସ୍ୟାର ଭୟ ବ୍ୟତୀତ ଚାଳନା କରିବାର ସ୍ୱାଧିନତା ଦେଉଛି । ଏହା ଏକ ସୁସ୍ଥ ଜୀବନଶୈଳୀ ଏବଂ ପରିବେଶକୁ ମଧ୍ୟ ପ୍ରୋତ୍ସାହିତ କରୁଛି । ଏଗୁଡ଼ିକୁ ପୃଥକ ଭାବେ ଚିହ୍ନିତ କରିବା ପାଇଁ କଂକ୍ରିଟ ଯୁକ୍ତ ଟ୍ରାକରେ ଷ୍ଟେନସିଲର ବ୍ୟବହାର କରି ସାଇକେଲର ସଂଙ୍କେତ ମଧ୍ୟ ଅଙ୍କିତ ହୋଇଛି । ଏହା ଭୁବନେଶ୍ୱର ପାଇଁ ଏହାର ପ୍ରଥମ ଅଭିନବ ପ୍ରୟାସ ଯେଉଁଠାରେ ବାଣୀ ବିହାର ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ (ଭୁବନେଶ୍ୱର ରେଲୱେ ଜଙ୍କସନ ପାଖରେ) ପର୍ଯ୍ୟନ୍ତ ଏବଂ ପରିଶେଷରେ ଫରେଷ୍ଟ ପାର୍କର ଉଭୟ ପାଶ୍ୱର୍ରେ ୧୦ କି.ମି ପର୍ଯ୍ୟନ୍ତ ପ୍ରସାରିତ ଗଳିଗୁଡ଼କୁ ବିଶେଷ କରି ସାଇକେଲ ଚାଳନା ନିମନ୍ତେ ପ୍ରସ୍ତୁତ କରାଯାଇଛି ।
ଏହି ପରିଯୋଜନାର ଆବଶ୍ୟକତା ଅନୁଯାୟୀ ଏହି ସାଇକେଲ ଟ୍ରାକକୁ ଏକ ନର୍ଦ୍ଦମା ଆରସିସି ସ୍ଳାବ ଉପରେ ନିର୍ମାଣ କରାଯିବାର ଥିଲା । ଅତିରିକ୍ତ ଭାବେ ରାତି ସମୟରେ ଠିକ ଭାବେ ଦୃଶ୍ୟମାନ ହେବା ପାଇଁ ଏହାର ଉପରିଭାଗକୁ ନାଲି ରଙ୍ଗ କରାଯିବ । ଇଟା ରଙ୍ଗର ଏହି ‘ଆର୍ଟିଷ୍ଟ କୋର୍ସ’ ଏକ ଆଦର୍ଶ ସମାଧାନ ଭାବରେ ଚିହ୍ନିତ ହୋଇଥିଲା ଯାହାକି ବିଏସସିଏଲର ସମସ୍ତ ମାନଦଣ୍ଡକୁ ପୂରଣ କରିପାରିଛି । ଏହି ପରିଯୋଜନା ପାଇଁ ସମୁଦାୟ ୧ ଲକ୍ଷ୍ୟ ବର୍ଗ ଫୁଟ ଅଞ୍ଚଳକୁ ଚିହ୍ନିତ କରାଯାଇଥିଲା, ଯାହାକି ପର୍ଯ୍ୟାୟ କ୍ରମେ ଚାଲିଛି । ଏପର୍ଯ୍ୟନ୍ତ ନୁଭୋକୋ ପାଖାପାଖି ୫୭,୦୦୦ ବର୍ଗ ଫୁଟ ଅଞ୍ଚଳରେ ଆଚ୍ଛାଦିତ କରିସାରିଛି । ଏହି ପରିଯୋଜନା ସମ୍ପର୍କରେ ନୁଭୋକୋ, ଆରଏମଏକ୍ସ ମୁଖ୍ୟ ଶ୍ରୀ ପ୍ରଶାନ୍ତ ଝା କହିଛନ୍ତି ଯେ, “ଏହି ପରିଯୋଜନା ଏବଂ ଆମର ‘ଆର୍ଟିଷ୍ଟ କୋର୍ସ’ ଉତ୍ପାଦ ଗୁଡ଼ିକ ଜରିଆରେ ଆମେ ଏପରି ଏକ ପରିବେଶର ଲକ୍ଷ୍ୟ ରଖିଛୁ, ଯାହା ସମୁଦାୟକୁ ସାଇକେଲର ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା ଦ୍ୱାରା ଟାଫିକ ସମସ୍ୟା ଏବଂ ପ୍ରଦୂଷଣକୁ କମାଇ ପାରିବ । ଏହା ସେମାନଙ୍କୁ ମୋଟରଯାନ ଗୁଡ଼ିକ ଉପରେ ସେମାନଙ୍କ ନୀର୍ଭରଶୀଳତାକୁ ହ୍ରାସ କରିବା ସହ ଏକ ଦୀର୍ଘ ସ୍ୱାସ୍ଥ୍ୟ ଲାଭ ମଧ୍ୟ ଯୋଗାଇବ ।”
Comments are closed.