ପେଟର ସମସ୍ୟା ଦୂରକରିଵାରେ ଜିରା ଅତି ଉପକାରୀ
[vc_row][vc_column][vc_column_text]ଜିରା ନିତିଦିନିଆ ମସଲାରେ ବ୍ୟବହାର ହୋଇଥାଏ । ଏହା ହଜମ, ମୋଟାପଣ, ନିଦ୍ରା ଜନିତ ସମସ୍ୟା, ଶ୍ୱାସକ୍ରିୟାରେ ଅସୁବିଧା ଦୂର କରିବା ପାଇଁ ଉପକାରୀ । ଜିରାରେ ପ୍ରଚୁର ମାତ୍ରାରେ େଓøଷଧୀୟ ଗୁଣ ରହିଛି । ଏହା ପେଟ ସମସ୍ୟା ସହିତ ଶରୀରର କିଛି ସମସ୍ୟା ତଥା ମୋଟାପଣ ଦୂର କରିବା, ଖାଦ୍ୟ ହଜମ କରିବା, ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି, ଗର୍ଭବତୀଙ୍କ ପାଇଁ ଅତ୍ୟଧିକ ପୋଷକ ତତ୍ତ୍ୱ ପ୍ରଦାନ କରିବା, ଶ୍ୱସନରେ ସାହାଯ୍ୟ କରିବା, ସଠିକ ନିନ୍ଦ୍ରା ଏବଂ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୧. ୨୫ ଗ୍ରାମର ଜିରାକୁ କିଛି ପାଣି ସହ ୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ଏହା ପରେ କିଛି ମହୁ ମିଶାଇ ଏହା ପିଅନ୍ତୁ । ଏହା ପେଟ ସମସ୍ୟା ସହିତ ତ୍ୱଚାରେ ଚମକ ମଧ୍ୟ ଆଣିଥାଏ ।
୨. ଦୁଇ ଚାମଚ ଜିରାକୁ ଗୋଟିଏ କପ ପାଣିରେ ଫୁଟାଇ ରାତି ସାରା ରଖିଦିଅନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ ଏହା ଗ୍ୟାସ ଦନିତ ସମସ୍ୟା ଦୂର କରିଥାଏ ।
୩. ବଦହଜମି ସମସ୍ୟାରୁ ମୁକ୍ତି ପାଇଁ ଜିରା ସହିତ କିଛି କଳା ଲୁଣ ମିଶାଇ ଖାଆନ୍ତୁ ଏବଂ ତାହା ପରେ ହାଲକା ଉସୁମ ପାଣି ପିଅନ୍ତୁ ଏହା ଆପଣଙ୍କୁ ଖୁବ ଶୀଘ୍ର ଆରାମ ପ୍ରଦାନ କରିବ ।
୪. ଗୋଟିଏରୁ ଦୁଇ ଚାମଚ ଜିରାକୁ ଗୋଟିଏ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହାକୁ ପିଅନ୍ତୁ ଏହା ପେଟର ଚର୍ବି କମ କରିବା ସିହତ କ୍ୟାଲୋରି କମ କରିବାରେ ସାହାଯ୍ୟ କରିଥାଏ ।[/vc_column_text][/vc_column][/vc_row][vc_row][vc_column][vc_single_image image=”1128″ img_size=”full” alignment=”center”][/vc_column][/vc_row]
Comments are closed.