ବନ ବିଭାଗ କର୍ମଚାରୀ ଉଦ୍ଧାର କଲେ ବିଶାଳୟକାୟ ଅଜଗର ସାପ, ଭିଡିଓ ଭାଇରାଲ
ଗୁଜରାଟରେ ବନ ବିଭାଗ କର୍ମଚାରୀଙ୍କ ୧୦ ଫୁଟରୁ ଲମ୍ବା ଏକ ଅଜଗର ସାପକୁ ଉଦ୍ଧାର କରାଯାଇଥିବାବେଳେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେତେକ ଲୋକଙ୍କ ପାଇଁ ଏହି ଭିଡିଓକୁ ଦେଖିବା ପାଇଁ କୌତୁକପୂର୍ଣ୍ଣ ଲାଗୁଥିବାବେଳେ ଆଉ କେତେକଙ୍କୁ ଡର ମଧ୍ୟ ଲାଗୁଛି ।
ଏହି ଭିଡିଓଟିକୁ ନ୍ୟୁଜ ଏଜେନ୍ସି ଏନଆଇ ପକ୍ଷରୁ ଟ୍ୱିଟରେ ସେୟାର କାରଯାଇଥିବାବେଳେ ମିଳିଥିବା ସୂଚନା ମୁତାବକ ଏହି ବିଶାଳକାୟ ଅଜଗର ସାପଟିକୁ ବଡୋଦରା ଅଞ୍ଚଳର ଏକ ଚାଷ ଜମି ମଧ୍ୟରେ ଥିବା ଜଙ୍ଗଲ ବୁଦା ମଧ୍ୟରୁ ଉଦ୍ଧାର କରାଯାଇଛି । ଚାଷ ଜମିର ମାଲିକଟ ଏହି ଅଜଗର ସାପଟିକୁ ଜଙ୍ଗଲ ବୁଦା ମଧ୍ୟକୁ ପଶିଯାଉଥିବାର ଦେଖି ବନ ବିଭାବ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।
#WATCH Wildlife Rescue Trust officials rescue a python from a farm in Nimeta Garden area, in Vadodara. #Gujarat pic.twitter.com/HAS28oDgKT
— ANI (@ANI) September 20, 2019
ବନ ବିଭାଗ କର୍ମଚାରୀ ମାନେ ଯେତେବେଳେ ଏହି ଅଜଗର ସାପଟିକୁ ଧରି ତାକୁ ଗାତ ଭିତରୁ ବିହାର କରିବା ପରେ ତାହାର ଲମ୍ବ ଦେଖି ସେମାନଙ୍କ ହୋସ ଉଡିଯାଇଥିଲା ।
Comments are closed.