ଖରାଦିନେ ପୁରୁଷଙ୍କ କେଶ ପାଇଁ ଉପଯୋଗୀ ଏହି ୫ଟି ତେଲ


ଖରାଦିନେ ଖୁବ ଗରମ ହେତୁ ପୁରୁଷମାନେ ମଥାର ତେଲ ଲାଗଇବାକୁ ପସନ୍ଦ କରନ୍ତି ନାହିଁ । ଏହା ଝାଳରେ ଚିପଚିପା ହେବା ସହ ର୍ଦୁଗନ୍ଧ କରିଥାଏ । କିନ୍ତୁ ଆପଣ ଏହି ୫ଟି ତେଲର ବ୍ୟବହାର କରିପାରିବେ ଯାହା ଦ୍ୱାରା ଖରାଦିନିଆ ସମସ୍ୟାରୁ ମୁକ୍ତି ଦେବା ସହିତ ମଥାକୁ ଥଣ୍ଡା ରଖିଥାଏ ।

୧. ଆଭୋକାଡୋ ତେଲ – ଫ୍ଲାକି ଏବଂ ଦୁର୍ବଳ କେଶ ପାଇଁ ଆଭୋକାଡୋ ତେଲ ଖୁବ ଉପକାରୀ । ଏହା ମଥାକୁ ହାଲକା କରିବା ସହିତ କେଶକୁ ସ୍ମୁଥ କରିଥାଏ । ଏଥିରେ ଭିଟାମିନ ଏ, ବି, ଡି, ଇ, ଆଇରନ , ଆମିନୋ ଏସିଡ ଏବଂ ଫଲିକ ଏସିଡ ପ୍ରଚୁର ପରିମାଣରେ ରହିଛି । ଏହା ଖରାଦିନେ ପ୍ରାକୃତିକ ଏସପିଏଫ ପ୍ରଦାନ କରିଥାଏ ଏବଂ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୨. ନଡିଆ ତେଲ – ନଡିଆ ତେଲ ସମସ୍ତ ପ୍ରକାରର କେଶ ପାଇଁ ଉପଯୋଗୀ । ଏହା କେଶ ବୃଦ୍ଧି କରିବା ସହିତ ରୁପି ସମସ୍ୟା ଦୂର କରିଥାଏ । ଏହା କେଶକୁ ପୋଷଣ ଯୋଗାଇବା ସହିତ କେଶକୁ ଚମକ ପ୍ରଦାନ କରିଥାଏ ।

୩. ଜୋଜବା ତେଲ – ଏହା ମଥାରେ ଲଗାଇବା ପରେ ତେଲିଆ ପରଦ ଛାଡିନଥାଏ । ଏହା ଡ୍ୟାମେଜଡ, ଶୁଖିଲା କେଶ ପାଇଁ ଖୁବ ହିତକର । ଏହା ରୁପି ସମସ୍ୟା ଦୂର କରିବା ସହିତ କେଶର ର୍ଦୁଗନ୍ଧକୁ ଦୂର କରିଥାଏ ।

୪. ଆଲମଣ୍ଡ ତେଲ – ଆପଣ ଯଦି କେଶ ଝଡା ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆଲମଣ୍ଡ ତେଲ ଉପକାରୀ । ଏହା ଭିଟାମିନ ଇର ଉତ୍ତମ ସ୍ରୋତ ହୋଇଥିବାରୁ ଏହାର କେଶର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆଲମଣ୍ଡ ତେଲ ମଧ୍ୟ କେଶ ପାଇଁ ଏକ କ୍ଲିନଜିଂ ଏଜେଣ୍ଟ ଏବଂ ଏହା କେବଳ ଗୋଟିଏ ସଫାରେ କେଶର ମଇଳା ଦୂର କରିଥାଏ ।

୫. ଅଲିଭ ତେଲ – ସେନସିଟିଭ କେଶ ପାଇଁ ଏହି ତେଲ ଖୁବ ଭଲ । କେଶର ଆବଶ୍ୟକୀୟ ପୋଷଣକୁ ବଜାୟ ରଖିବା ସହିତ କେଶ ବୃଦ୍ଧି କରିବାରେ ଅଲିଭ ତେଲ ଖୁବ ଭଲ । ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ବେଳେ ଏହା କେଶ ପାଇଁ ଭଲ ମଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ ।


Share It

Comments are closed.