ଆଜି କିଭଳି କଟିବ ଆପଣଙ୍କ ଦିନ, ଜାଣନ୍ତୁ


ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ସଫଳତା, ପ୍ରଶଂସା ଓ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ। ବିଦ୍ୟା, ସଂସ୍କୃତି, କଳା ପ୍ରତି ରୁଚି ଅଧିକ ରହିବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ଏବଂ ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ପ୍ରତିଷ୍ଠା ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ ସନ୍ତାନବତ୍ସଳା ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା – ପ୍ରଭୁ ସ୍କନ୍ଦ।

ବୃଷ: ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଓ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ, ସ୍ୱଜନ, ପ୍ରିୟଜନ ଏବଂ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଓ ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବ। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିବାଦରେ ପଡ଼ିବେ। ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୨, ଆରାଧନା-ମା’ ତ୍ରିପୁର ସୁନ୍ଦରୀ।

ମିଥୁନ: ମାନସିକ, ପାରିବାରିକ ଶାନ୍ତି ଓ ଭ୍ରାତୃ, ଭଗ୍ନିଙ୍କ ପ୍ରତି ଶ୍ରଦ୍ଧା ଜାତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। କର୍ମରେ ସଫଳତା, ପ୍ରଶଂସା ଓ ସମ୍ମାନ ମିଳିବ। ମନରେ ସତ୍‌ଚିନ୍ତା, ସତ୍‌ଭାବନା ଓ ପ୍ରସନ୍ନତା ଭାବ ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ଭ୍ରାତୃପ୍ରେମୀ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୧୨, ଆରାଧନା-ମା’ ଭୈରବୀ।

କର୍କଟ: ଆର୍ଥିକ ଅଭିବୃଦ୍ଧି ଘଟିବ ଓ ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବା ଅନ୍ୟକୁ ଦେଇଥିବା ଧନ ଫେରିପାଇବେ। କର୍ମରେ ସଫଳତା ଓ ପଦମର୍ଯ୍ୟାଦା ବଜାୟ ରହିବ। ନୂତନ ଭୂମି କିମ୍ବା ଗୃହ ନିର୍ମାଣ କର୍ମ ଆରମ୍ଭ କରିବେ ଏବଂ ଧନର ସତ୍‌ ବିନିଯୋଗ କରିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ। ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧, ଆରାଧନା-ଭଗବାନ ଶିବ।

ସିଂହ : ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ଯଶସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶ ସମ୍ମାନ ପାଇବେ। ମହିଳାମାନେ ପରିବାର ସହିତ ହସଖୁସିରେ ଦିନଟି କାଟିବେ। ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ମା’ ମାତଙ୍ଗୀ ।

କନ୍ୟା: ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ କମ୍‌, ବ୍ୟୟ ଅଧିକ ହେବ। ମନ ଅସ୍ଥିର ରହିବ ଓ ମନରେ ଅସତ୍‌ ଚିନ୍ତା, ଅସତ୍‌ ଭାବନା ଏବଂ ହତୋତ୍ସାହ ଭାବ ପ୍ରକାଶ ପାଇବ। କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅସ୍ଥିରମନା ହେବେ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଛିନ୍ନମସ୍ତା।

ତୁଳା : ଏକାଦଶ ଚନ୍ଦ୍ର ହେତୁ ଆୟର ଉତ୍ସ ସବୁଆଡ଼ୁ ଅଧିକ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରନ୍ତି କିମ୍ବା ଗୃହ ନିର୍ମାଣ ଆରମ୍ଭ କରିପାରନ୍ତି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ସମୟ ଦେବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା-ମା’ ତ୍ରିପୁର ସୁନ୍ଦରୀ।

ବିଛା : କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳତା ପାଇବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବେ। କର୍ମରେ ନୂତନ କଳା କୌଶଳ ଦେଖାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ବ୍ୟବସାୟ ପ୍ରତି ଅଧିକ ଯତ୍ନବାନ ହେବେ। ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଅଧିକ ଦେବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ସ୍କନ୍ଦ।

ଧନୁ: ଭାଗ୍ୟୋଦୟର ଯୋଗ ରହିଛି। ରାଜକୀୟ ସମ୍ମାନ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଓ ସମାଜରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟ ସୁପ୍ରତିଷ୍ଠିତ ହେବ । କର୍ମରେ ସଫଳତା ଓ ପଦସ୍ଥ କର୍ମଚାରୀଙ୍କ କୃପାଲାଭ କରିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ପରିବାରର ସ୍ନେହ, ଶ୍ରଦ୍ଧା ଲାଭ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ।

ମକର: ଘାତଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ଅବସ୍ଥା ବିଗିଡ଼ିଯିବ। କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ। ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସତର୍କ ରହିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା।

କୁମ୍ଭ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। ମୂଲ୍ୟବାନ ଧାତୁ, ବସନଭୂଷଣ କ୍ରୟ କରିବେ । ମାନସିକ, ପାରିବାରିକ ଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେ । କର୍ମରେ ସଫଳତା ଓ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ମନ ପ୍ରଫୁଲ୍ଲ ରହିବ ଓ ପରିବାରରେ ହସଖୁସିର ପରିବେଶ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ପରିବାର ପ୍ରତି ବିନୟୀ ହେବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ଚଣ୍ଡୀ।

ମୀନ: ପୁରାତନ ରୋଗରୁ ଆରୋଗ୍ୟ ହେବାର ସହଜ ବାଟ ମିଳିଯିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ଘାତବାର ହେତୁ ସମସ୍ତ କର୍ମରେ ସାମାନ୍ୟ ବିଘ୍ନ ଘଟିପାରେ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ଜାଗ୍ରତ ହେବ ଓ ଋଣମୁକ୍ତ ହେବାର ଚେଷ୍ଟା ଜାରି ରଖିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ସମୟ ଦେବେ। ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ। ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୯, ଆରାଧନା-ପ୍ରଭୁ ଶ୍ରୀ ଗଣେଶ।


Share It

Comments are closed.