ରକ୍ତ ଦେଇ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ୧୦୮ ଆମ୍ବୁଲାନ୍ସ ଫେଲ୍ ମାରୁଛି ବୋଲି ଅନେକ ସମୟରେ ଖବରରେ ପ୍ରସାରିତ ହେଉଥିବାବେଳେ ଉକ୍ତ ଆମ୍ବୁଲାନ୍ସ ସେବାର ଜଣେ ସହଯୋଗୀ ରକ୍ତହୀନତାରେ ପିଡ଼ିତ ଜଣେ ରୋଗୀଙ୍କୁ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଘଟଣାଟି ଘଟିଛି ମାଲକାନାଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ।
ମାଥିଲି ସଦରସ୍ଥିତ ଗୋଷ୍ଠି ସ୍ୱସ୍ଥ୍ୟକେନ୍ଦ୍ରରେ ଥିବା ସୁଲଭ ଶୌଚାଳୟରେ ଝାଡ଼ୁଦାର ଭାବେ କାର୍ଯ୍ୟ କରୁଥିବା ମଉନାବତୀ ଧାଙ୍ଗଡ଼ାମାଝି ରକ୍ତହୀନତାରେ ପିଡ଼ିତ ଥିଲେ । ଦୁଇ ତିନିମାସ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନରହିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୦୮ ଆମ୍ବୁଲାନ୍ସର ସହାୟକ ଏ କ୍ରିଷ୍ଣାରାଓ ଓ ଫାର୍ମାସିଷ୍ଟ ରାମକୃଷ୍ଣ ସ୍ୱାଇଁ ତାଙ୍କର ଦେଖାରଖା କରୁଥିଲେ । ସୋମବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ରକ୍ତ ଦରକାର ଓ ରକ୍ତ ନମିଳିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲିି ଡାକ୍ତର କହିଥିଲେ । କିନ୍ତୁ ମାଲକାନଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଓ ପଜିଟିଭ୍ ଗୃପର ରକ୍ତ ଉପଲବ୍ଧ ନଥିବାରୁ ଆମ୍ବୁଲାନ୍ସ ସହାୟକ କ୍ରିଷ୍ଣାରାଓ ତାଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଥିଲେ ।
ତେବେ ବର୍ତ୍ତମାନ ମଉନାବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି । ୧୦୮ ଆମ୍ବୁଲାନ୍ସର ପରିଚାଳନା ଦାୟୀତ୍ୱରେ ଥିବା ଜିକିତ୍ସା ହେଲ୍ଥ କେୟାର ପ୍ରାଇଭେଟ୍ ଲିମିଟେଡର ରାଜ୍ୟ ମୂଖ୍ୟ ସବ୍ୟସାଚୀ ବିଶ୍ୱାଳ ଉକ୍ତ ସହାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ପୁରସ୍କୃତ କରାଯିବ ବୋଲି ପ୍ରକାଶ କରିଛନ୍ତି ।
Comments are closed.