ଭାଜପାରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ ଓ ଅନେକ କାର୍ଯ୍ୟକର୍ତ୍ତା


ରାଜ୍ୟରେ ବିଜେପିର ଅନେକ ହିଂସାତ୍ମକ ଆଚରଣ, ମହାନଦୀ ବିବାଦର ସମାଧାନ ନହେବା ଆଦିକୁ ଭିତ୍ତି କରି ଭାଜପା ନେତା ସଂଗ୍ରାମ କେଶରୀ ପାଇକରାୟଙ୍କ ସମେତ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ନିର୍ବାଚନ ମଣ୍ଡଳୀର ଗରିବ, ଅବହେଳିତଙ୍କ ବିକାଶ ପାଇଁ ବହୁ ଆଶା, ଆକାଂକ୍ଷାରେ ବିଜୁ ଜନତାଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଆମେ ଗତ ଦୁଇବର୍ଷ ପୁର୍ବରୁ ଯୋଗଦେଇଥିଲୁ । କିନ୍ତୁ ପରିତାପର ବିଷୟ, ଓଡିଶା ବିଜେପି ଗରିବ, ଅବହେଳିତଙ୍କ ବିକାଶ ପାଇଁ ଲଢେଇ କରିବା ପରିବର୍ତ୍ତେ ହିଂସାତ୍ମକ ରାଜନୀତି କୁ ଆଧାର କରିଛି । ବିଜେପି ଶାସିତ ରାଜ୍ୟ ଛତିଶଗଡ ଏବଂ ମୁଖ୍ୟମନ୍ତ୍ରୀ ରମଣ ସିଂ ମହାନଦୀ ଉପରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରି ଓଡିଶାର ପ୍ରାପ୍ୟ ଜଳକୁ ଅଟକାଇ ରଖିବା ଅତ୍ୟନ୍ତ ଦୁଃଖର ବିଷୟ । କେନ୍ଦ୍ର ସରକାର ଛତିଶଗଡକୁ ଏ ସଂପର୍କରେ ସହଯୋଗ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଭାଜପା ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ ସଂଗ୍ରାମ କେଶରୀ ପାଇକରାୟ ପ୍ରକାଶ କରିଛନ୍ତି ଯେ, “ଜଣେ ଓଡିଆ ଭାବରେ ଏହା ମୋ ମନକୁ ଆନ୍ଦୋଳିତ କରିଛି । ଯାହା ଆମ ମାନଙ୍କର ଇସ୍ତଫାର କାରଣ । ଏତଦ୍ବ୍ୟତୀତ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କ ପରିବାରକୁ ଆକ୍ରମଣ ଘଟଣା ମୋତେ ଏବଂ ମୋ ପରି ଅନେକ ଯୁବକଙ୍କୁ ବ୍ୟଥିତ କରିଥିଲା । ପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ଭାଜାପା ର ନେତୃମଣ୍ଡଳୀ ହିଂସା, ଦ୍ୱେଷ ଆକ୍ରୋଶ ର ରାଜନୀତି କୁ ବିରୋଧ କରି ଦଳ ଛାଡିବା ପାଇଁ ଆମେମାନେ ବାଧ୍ୟ ହେଉଅଛୁ । ଯେଉଁ ରାଜ୍ୟରେ ଉତ୍କଳ ଗୌରବ ମଧୂସୁଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାଶ, କଳିଙ୍ଗପୁତ୍ର ବିଜୁ ପଟ୍ଟନାଏକ, ପ୍ରମୁଖ ଯୋଗଜନ୍ମା ମାନେ ଜନ୍ମ ନେଇଛନ୍ତି ସେ ମାଟିରେ ହିଂସାତ୍ମକ ରାଜନୀତି ର ସ୍ଥାନ ନାହିଁ ।”

ମଇ ୩୦ ତାରିଖରେ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ୍, ଜନପଥ, ମାଷ୍ଟର କ୍ୟାଣ୍ଟିନ ଛକ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ, ଭାଜପା ଏକାମ୍ର ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର ପାତ୍ର, ଏକାମ୍ର ରାଜାରାଣୀ ମଣ୍ଡଳ ସଭାପତି ସମରେଶ ବେଉରା, ସମିତ ସଭ୍ୟା ରଶ୍ମିତା ଶ୍ରୀଚନ୍ଦନ, ସମିତି ସଭ୍ୟ ବିଭୂତି ଭୂଷଣ ପ୍ରଧାନ, ଯୁବ ମୋର୍ଚ୍ଚା ସଭାପତି ସୁଶିଲ ଛୁଆଳ ସିଂ, କୃଷକ ମୋର୍ଚ୍ଚା ସଭାପତି ପ୍ରମୋଦ ସ୍ୱାଇଁ, ଓବିସି ମୋର୍ଚ୍ଚା ସଭାପତି ଭକ୍ତ ଭୂଷଣ ବାରିକ, ଉପସଭାପତି ବିଜୟ କୁମାର ସାମନ୍ତରାୟ, ସୁବ୍ରତ କୁମାର ପାଇକରାୟ, ସୁଧାଂଶୁ ଶେଖର ସୁବୁଦ୍ଧି, ସାଧାରଣ ସଂପାଦକ ରଶ୍ମୀ ରଞ୍ଜନ ଶ୍ରୀଚନ୍ଦନ, ସଂପାଦକ ଜ୍ୟୋତି ରଞ୍ଜନ ମହାନ୍ତ, କୋଷାଦକ୍ଷ ସନ୍ତୋଷ କୁମାର ବେହେରା, ମହିଳା ମୋର୍ଚ୍ଚା ସଭାପତି,  ଯୁବ ମୋର୍ଚ୍ଚା ସଭାପତି ବିଶ୍ୱ ରଞ୍ଜନ ଛୁଆଳ ସିଂ, ଓବିସି ମୋର୍ଚ୍ଚା ସଭାପତି, ଭକ୍ତ ଭୂଷଣ ବାରିକ, ବରିଷ୍ଠ ସଭ୍ୟ ପ୍ରଶାନ୍ତ କୁମାର ଜେନା, ରଘୁନାଥ ପଟ୍ଟନାୟକ, ସବ୍ୟସାଚୀ ପାଇକାରାୟ, ଅର୍ଜ୍ଜୁନ କୁମାର ବରାଳ, ପ୍ରଦୀପ କୁମାର ମହାନ୍ତି, ସୁପ୍ରିୟ ବିଶ୍ୱାଳ, ସୂର୍ଯ୍ୟକାନ୍ତ ସିଂ, ବିଷ୍ଣୁ ଚରଣ ରାଉତ, ଅରବିନ୍ଦ ମହାପାତ୍ର, ସିନ୍ଧୁ ମଲ୍ଲିଆ ପ୍ରମୁଖ ଆଜି ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଫ୍ୟାକ୍ସ ମାଧ୍ୟମରେ ପ୍ରଦାନ କରିଛନ୍ତି । ସମସ୍ତ କାର୍ଯ୍ୟକର୍ତ୍ତା, କର୍ମୀ ଓ ଜନସାଧାରଣଙ୍କ ସହିତ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ସୂଚନା ଦେଇଛନ୍ତି ।


Share It

Comments are closed.