ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ପ୍ରତିକ୍ରିୟା ରଖିଲେ ଯୁବରାଜ ଏବଂ ଆଫ୍ରିଦି


ଭାରତୀୟ ଦଳର ପୂର୍ବତ୍ତନ ଅଲରାଉଣ୍ଡର ଯୁବରାଜ ସିଂହ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯୁବରାଜ କହିଛନ୍ତି ଯେ, “ଭାରତ ଏବଂ ପାକିସ୍ତାନ ପରସ୍ପର ମଧ୍ୟରେ ଯେତେ ଅଧିକରୁ ଅଧିକ ବାଇଲେଟରାଲ କ୍ରିକେଟ ସିରିଜ ଖେଳିବେ ତାହା କ୍ରିକେଟ ପାଇଁ ସେତେ ଭଲ । ” ଯୁବରାଜ ଏବଂ ପାକିସ୍ତାନୀ ପୂର୍ବତ୍ତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କ ମତରେ ଉଭୟ ଦେଶ ଯଦି ପରସ୍ପର ମଧ୍ୟରେ ଅଧିକରୁ ଅଧିକ କ୍ରିକେଟ ଖେଳନ୍ତି ତାହା କ୍ରିକେଟ ପାଇଁ ସେତେ ଭଳ ହୁଅନ୍ତା ।
ଯୁବରାଜ ଏକ ଗଣମାଧ୍ୟମରେ ଏହି ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ପାକିସ୍ତାନ ବିପକ୍ଷରେ ୨୦୦୪, ୨୦୦୬ ଏବଂ ୨୦୦୮ରେ ଖେଳାଯାଇଥିବା ସିରିଜ ମୋର ମନେ ଅଛି । ଏହି ଦୁହେଁ ଦେଶଙ୍କ ମଧ୍ୟରେ ଅଧିକ କ୍ରିକେଟ ଖେଳାଯାଏ ନାହିଁ । ଆମର ଖେଳପ୍ରତୀ ଥିବା ଆନ୍ତରିକତା ଯୋଗୁଁ ଆମେ କ୍ରିକେଟ ଖେଳୁ । କିନ୍ତୁ ଆମେ ଏହା ନିଷ୍ପତି ନେଇ ପାରିବୁ ନାହିଁ ଯେ, ଆମେ କାହା ସହ କ୍ରିକେଟ ଖେଳିବୁ । ମୁଁ କେବଳ ଏତିକି କହି ପାରିବି କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଧିକରୁ ଅଧିକ କ୍ରିକେଟ ଯେତେ ଖେଳାଯିବ ତାହା କ୍ରିକେଟ ପାଇଁ ସେତେ ଭଲ । ”
ସେହିଭଳି ଆଫ୍ରିଦି କହିଛନ୍ତି ଯେ, “ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳାଯାଏ, ତେବେ ତାହା ଆସେସ ଠାରୁ ବଡ ସିରିଜ ହେବ । ଆମକୁ ପ୍ରାୟତଃ ଏଭଳି ସୁଯୋଗ ମିଳେ ନାହିଁ । ଆମର ଖେଳ ପ୍ରତୀ ଥିବା ଭଳ ପାଇବା ମଧ୍ୟରେ ସର୍ବଦା ରାଜନୀତି ଚାଲି ଆସେ । ଏହି ଦୁଇ ଦେଶ ଆଇସିସି ଟୁର୍ଣ୍ଣାମେଣ୍ଟରେ କେବଳ ପରସ୍ପରକୁ ଭେଟେ । ୨୦୧୩ ପରଠାରୁ କୌଣସିବି କ୍ରିକେଟ ସିରିଜ ଏହି ଦୁହେଁ ଦେଶଙ୍କ ମଧ୍ୟରେ ଖେଳାଯାଇ ନାହିଁ ।”


Share It

Comments are closed.