କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୧,୧୧୦ ଛୁଇଁଲା, ୪୨,୭୦୮ ଆକ୍ରାନ୍ତ ଚିହ୍ନଟ


ଚୀନରେ ଘାତକ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ ସରକାର ଏହାକୁ ରୋକିବା ପାଇଁ ସମସ୍ତ ପନ୍ଥା ଆପଣାଇ ସାରିଥିଲେ ଏହାକୁ ରୋକିବାରେ ଅସମର୍ଥ ରହିଛନ୍ତି । ବୁଧବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୧,୧୧୦ରେ ଆସି ପହଞ୍ଚି ଗଲାଣି । ସେହିଭଳି ଚୀନରେ ଘାତକ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୧,୦୦୦ ଟପି ଯାଇଥିବାବେଳେ ବର୍ତ୍ତମାନ ସୁଧା ଏହି ଗୁରୁତର ରୋଗରେ ୪୨, ୭୦୮ ଜଣ ଆକ୍ରାନ୍ତ ଥିବା ଜଣା ପଡିଛି । ଜେନେଭା ଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା, ଯେଉଁଥିରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ଟୀକାକରଣ ଠାରୁ ଆରମ୍ଭ କରି ସଂକ୍ରମଣର ପ୍ରସାରକୁ କିପରି ରୋକାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ ୨୦ଟି ଦେଶକୁ ବ୍ୟାପି ସାରିଲାଣି ।
ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଏହି ଭାଇରସର ସଂକ୍ରମଣରେ ୧,୦୧୭ ଜଣ ମୃତ୍ୟୁ ବରଣ କରି ସାରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ଏହି ଗୁରୁତର ରୋଗରେ ୪୨, ୭୦୮ ଜଣ ଆକ୍ରାନ୍ତ ଥିବା ଜଣା ପଡିଛି । ସେହିଭଳି ବିଦେଶରେ ଏହି ଭାଇରସରେ ଆକ୍ରାନ୍ତ ଥିବାର ୩୯୦ ମାମଲା ସାମନାକୁ ଆସିଛି ।


Share It

Comments are closed.