ଓରିଫ୍ଲେମର ଲଭ୍ ନେଚର୍ ରେଞ୍ଜ୍ ସହ ନିଜ ତ୍ୱଚା ଏବଂ ବିଶ୍ୱକୁ ଭଲ ପାଆନ୍ତୁ


ଭୂବନେଶ୍ୱର: ସ୍ୱିଡେନର ପ୍ରତ୍ୟକ୍ଷ ବିକ୍ରି ବିୟୁଟି ବ୍ରାଣ୍ଡ ଓରିଫ୍ଲେମ୍‌, ଏହାର ସ୍ଥାୟୀ ପଦକ୍ଷେପଗୁଡିକ ମାଧ୍ୟମରେ ପରିବେଶକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ । ବ୍ରାଣ୍ଡର ବିଶ୍ୱ ପ୍ରତି ରହିଥିବା ଭଲ ପାଇବା ଓ ସମ୍ମାନକୁ ଏହାର ନୂତନ ଲଭ୍ ନେଚର୍ ରେଞ୍ଜ୍ ମାଧ୍ୟମରେ ସବୁଠାରୁ ଉନ୍ନତ ଉପାୟରେ ଉଲ୍ଲେଖ କରାଯାଇଛି । ଏହାର ନାମ ଦର୍ଶାଉଛି ଯେ, ଏହି ରେଞ୍ଜରେ ଉପଲବ୍ଧ ହେଉଥିବା ଉତ୍ପାଦଗୁଡିକ ପ୍ରକୃତିର ସୁଗୁଣରେ ଭରପୂର ଏବଂ ଏଗୁଡିକୁ ପ୍ରକୃତିକୁ ପୁଣିଥରେ ଫେରାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଓରିଫ୍ଲେମ୍ ପକ୍ଷରୁ ଦୁଇଟି ନୂତନ ରେଞ୍ଜ୍ ଲଭ୍ ନେଚର୍ ଓଟ୍ ଆଣ୍ଡ୍ ଗୋଜି ବେରି ଏବଂ ଲଭ୍ ନେଚର୍ ଆଲୋଭେରା ଆଣ୍ଡ କୋକୋନଟ୍ ୱାଟରର ଶୁଭାରମ୍ଭ କରାଯାଇଛି । ଲଭ୍ ନେଚର୍ ରେଞ୍ଜରେ ରହିଥିବା ୫ଟି ନୂତନ ଉତ୍ପାଦ ହେଉଛି ରିଫ୍ରେସିଙ୍ଗ କ୍ଲିଞ୍ଜିଙ୍ଗ୍ କ୍ରିମ୍‌, ରିଫ୍ରେସିଙ୍ଗ୍ ଟୋନର୍‌, ହାଇଡ୍ରେଟିଙ୍ଗ୍ ଫେସ୍ କ୍ରିମ୍‌, ସୁଥିଙ୍ଗ୍ ମିସେଲାର ୱାଟର୍ ଓ ନରିସିଙ୍ଗ୍ ଫେସ୍ କ୍ରିମ୍ । ଦୁଇଟି ଜୈବ ଉପାଦାନରେ ସମୃଦ୍ଧ ଏହି ଉତ୍ପାଦଗୁଡିକ ହାଇଡ୍ରେଟିଙ୍ଗ୍‌, ରିଫ୍ରେସିଙ୍ଗ୍‌, ସୁଥିଙ୍ଗ ଓ ନରିସିଙ୍ଗ୍ ହୋଇଥିବା ବେଳେ ଉତ୍ତମ ସୁଗନ୍ଧ ଓ ଗୁଣ ସହ ଏଗୁଡିକ ଏକ ମନମୁଗ୍ଧକାରୀ ଅନୁଭବ ପ୍ରଦାନ କରନ୍ତି । ଓରିଫ୍ଲେମର ଏହି ନୂତନ ରେଞ୍ଜର ମୂଲ୍ୟ ୧୮୭୫ ଟଙ୍କା ରହିଛି ।
ଆପଣଙ୍କ ପାଇଁ ଏବଂ ପୃଥିବୀ ପାଇଁ ଉପକାରୀ ଏହି ଉତ୍ପାଦଗୁଡିକ ପାରାବିନ୍ ଓ ସିଲିକନ୍ ମୁକ୍ତ ଅଟନ୍ତି । ଏହି ଉତ୍ପାଦଗୁଡିକୁୁ ପ୍ରାକୃତିକ ଭାବେ ଜୈବ-ବିଘଟନ ପାଇଁ ପ୍ରସ୍ତୁତ କରାଯାଇଛି ଯାହାଫଳରେ ସେଗୁଡିକ ପୃଥିବୀର ଜଳ ପ୍ରଣାଳୀକୁ ପ୍ରଦୂଷିତ କରିବେ ନାହିଁ । ଏଥି ସହିତ ଓରିଫ୍ଲେମ୍ ଏହାର ସ୍କ୍ରବ୍ ଉତ୍ପାଦଗୁଡିକରେ ପ୍ଲାଷ୍ଟିକ୍ ମାଇକ୍ରୋବିଡସର ବ୍ୟବହାରକୁ ବ୍ୟାନ୍ କରିଥିବା ବେଳେ ଏଥିରେ ବାଦାମ ଚୋପା ଭଳି ପ୍ରାକୃତିକ ଏକ୍ସଫୋଲିଆଂଟସର ବ୍ୟବହାର କରୁଛି । ଏଭଳି କରିବା ଦ୍ୱାରା ବ୍ରାଣ୍ଡ ପ୍ଲାଷ୍ଟିକ୍ ବର୍ଜବ୍ୟସ୍ତୁର ପରିମାଣକୁ ହ୍ରାସ କରିବା ସହ ସମୁଦ୍ର ଓ ସାମୁଦ୍ରିକ ଜୀବଗୁୁଡିକୁ ସୁରକ୍ଷା ପ୍ରଦାନ କରୁଛି । ଏହି ଉତ୍ପାଦର ଶୁଭାରମ୍ଭ ଅବସରରେ ଓରିଫ୍ଲେମର ରିଜୋନାଲ ମାର୍କେଟିଙ୍ଗ ବିଭାଗ, ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ନବୀନ ଆନନ୍ଦ କହିଛନ୍ତି ଯେ, “ଏହାର ୫୦ ବର୍ଷର ପରମ୍ପରା ମାଧ୍ୟମରେ ଓରିଫ୍ଲେମ୍ ସୁନ୍ଦର ଦେଖାଯିବା ଓ ସୁନ୍ଦର ଅନୁଭବ କରାଇବା ସହ ସୁନ୍ଦର କାର୍ଯ୍ୟ କରିବାରେ ମଧ୍ୟ ବିଶ୍ୱାସ ରଖିଆସିଛି । ଏହି କାରଣରୁ ଆମର ଉତ୍ପାଦଗୁଡିକ ଉଭୟ ପୃଥିବୀ ଓ ମନୁଷ୍ୟ ପାଇଁ ୧୦୦% ସୁରକ୍ଷିତ । ଆମର ସମସ୍ତ ଉତ୍ପାଦଗୁଡିକୁ କଠୋର ୟୁରୋପୀୟ ଦିଶାନିର୍ଦ୍ଦେଶ ଅନୁରୂପ ପ୍ରସ୍ତୁତ କରାଯାଇଥାଏ ।


Share It

Comments are closed.