ରୋଷେଇଘରେ ଥିବା ଏହି ଜିନିଷରୁ ପାଇପାରିବେ ତ୍ୱଚାରେ ଚମକ, କେବଳ ଏପରି କରନ୍ତୁ ବ୍ୟବହାର


ଏକ ସୁନ୍ଦର ଏବଂ ଚମକିତ ତ୍ୱଚା ପାଇବା ପ୍ରତ୍ୟେକଙ୍କର ଅଭିଳାଷା ହୋଇଥାଏ । ଏଥିପାଇଁ ଆପଣ ମହଙ୍ଗାରୁ ମହଙ୍ଗା ପ୍ରଡକ୍ଟର ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ଆପଣ ଯଦି ଘରେ ହିଁ ସୁନ୍ଦର ତ୍ୱଚା ପାଇବାକୁ ଚାହୁଁଛନ୍ତି ତେବେ ଘରେ ଥିବା ଏହି ଜିନିଷର ବ୍ୟବହାର କରନ୍ତୁ । ମାତ୍ର ଅଳ୍ପ କିଛି ବେକିଙ୍ଗ ସୋଢ଼ାର ବ୍ୟବହାର ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜିନିଷର ବ୍ୟବହାର ବିଷୟରେ ..

ଗାଧୋଇବା ସମୟରେ : ଗାଧୋଇବା ସମୟରେ ପାଣିରେ ଅଳ୍ପ ସିନ୍ଧୁ ଲୁଣ ଏବଂ ବେକିଙ୍ଗ ସୋଡ଼ା ମିଶାନ୍ତୁ । ଏହି ମିଶ୍ରଣରେ ଗାଧୋଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଆପଣ ଏହାକୁ ପ୍ରତିଦିନ କରିପାରିବେ ।

ଆପଲ ଭିନେଗର ସହିତ : ଷେଓ ରସ (ଆପଲ ଭିନେଗର)ଚେହେରାକୁ ସଫା କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଦୁଇ ଚାମଚ ବେକିଙ୍ଗ ସୋଢ଼ାରେ ତିନି ଚାମଚ ଷେଓର ରସ (ଆପଲ ଭିନେଗର)ମିଶାଇ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ଏହାକୁ ଚେହେରାରେ ୧୫ ମିନିଟ ପାଇଁ ଲଗାଇ ରଖନ୍ତୁ ଏବଂ ଧୋଇବା ପରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ ।

ମହୁ ସହିତ: ମହୁ ଆମ ତ୍ୱଚାରେ ଥିବା ବ୍ୟାକ୍ଟେରିୟା ସହିତ ଳଢ଼ିଥାଏ ଏବଂ ତ୍ୱଚାକୁ କୋମଳ ରଖିଥାଏ । ଉଜ୍ୱଳ ତ୍ୱଚା ପାଇଁ ବେକିଙ୍ଗ ସୋଢ଼ାରେ ମହୁ ମିଶାଇ ମିଶ୍ରଣକୁ ଚେହେରାରେ ଲଗାନ୍ତୁ । ୧୫ ମିନିଟ ପାଇଁ ଲଗାଇ ଚେହେରା ଧୋଇଦିଅନ୍ତୁ । ଏହାକୁ ସପ୍ତାହକୁ ଥରେ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ ।

ଲେମ୍ବୁ ସହିତ: ଭିଟାମିନ ସିରେ ଭରପୂର ଲେମ୍ବୁ ବ୍ଲିଚର କାମ କରିଥାଏ । ଏଥିପାଇଁ ଅଧାକପ ବେକିଙ୍ଗ ସୋଢ଼ାରେ ଗୋଟିଏ ଲେମ୍ବୁର ରସକୁ ମିଶାନ୍ତୁ ଏବଂ ଚେହେରାରେ ଏହି ମିଶ୍ରଣକୁ ଭଲ ଭବରେ ମଶାଜ କରନ୍ତୁ । କିଛି ସମୟ ଏପରି କରିବା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆପଣ ଯଦି ଚାହିଁବେ ଏଥିରେ କିଛି ବୁନ୍ଦା ଜଡ଼ାତେଲ କିମ୍ବା ମହୁ ମଧ୍ୟ ମି।।ଇ ପାରିବେ ।


Share It

Comments are closed.