ୱିଲିୟମସନ ଆଉଟ ହେବା ମାତ୍ରକେ କିଛି ଏଭଳି କରିବା ଆରମ୍ଭ କଲେ ପାକିସ୍ତାନ ଖେଳାଳୀ, ଭିଡିଓ ଭାଇରାଲ


ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖ୍ରାଇଷ୍ଟଚର୍ଚରେ ଦୁଇଟି ମ୍ୟାଚ ବିଶିାଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳା ଯାଉଛି । ଏହି ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟାନସିପ ଅନ୍ତର୍ଗତରେ ଖେଳାଯାଉଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ସ୍ଥିତି ଅଧିନାୟକ ୱିଲିୟମସନଙ୍କ ଯୋଗୁଁ ମଜବୁତ ଅଛି । ୱିଲିୟମସନ ଏହି ମ୍ୟାଚରେ ୨୩୮ ରନର ଏକ ବିଶାଳ ଇଂନିସ ଖେଳିଥିଲେ । ସିରିଜର ପ୍ରଥମ ମ୍ୟାଚ ମଧ୍ୟ ୱିଲିୟମସନ ଏକ ଶତକ ହାସଲ କରିଥିଲେ ଏବଂ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ୱିଲିୟମସନ ୩୬୪ ବଲରେ ୨୩୮ ରନର ଏକ ଆକର୍ଷଣୀୟ ପାଳି ଖେଳି ଫହିମ ଅସରଫଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ତେବେ ୱିଲିୟମସନ ଆଉଟ ହେବା ମାତ୍ରକେ ପାକିସ୍ତାନର ସମସ୍ତ ଖେଳାଳୀ ଏକତ୍ରିତ ହୋଇ ତାଙ୍କର ଦ୍ୱିଶତକ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲେ । ପାକିସ୍ତାନ ଖେଳାଳୀଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଗଲା ୱିଲିୟମସନଙ୍କ ସମେତ ହେନେରି ନିକୋଲସ ଏବଂ ଡେରିଲ ମିଚେଲ ମଧ୍ୟ ସୁନ୍ଦର ଶତକ ହାସଲ କରିଛନ୍ତି ।


Share It

Comments are closed.