ସାଓମିର ରେଡମି ନୋଟ୍ ୫ ପ୍ରୋ ଉନ୍ମୋଚିତ


ଭୁବନେଶ୍ୱର: ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାଓମି ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ରେଡ୍ମି ନୋଟ୍ ୫ ପ୍ରୋକୁ ଉନ୍ମୋଚନ କରାଯାଇଛି । ବାପୁଜୀ ନଗରସ୍ଥିତ ଲକ୍ଷ୍ମୀ ମୋବାଇଲରେ ଏହାକୁ ଉନ୍ମୋଚନ କରାଯା ଇଛି । ସାଓମିର ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ଅମିତ ପଣ୍ଡା, ସହର ମହାପ୍ରବନ୍ଧକ-ସାଓମି, ଶ୍ରୀଯୁକ୍ତ ଅଭିଶେକ ରାୟ ଏବଂ ସ୍ୱୀକୃତିପ୍ରାପ୍ତ ବିତରକ ଶ୍ରୀଯୁକ୍ତ ଜୟ ସାଧାନି ନୂଆ ରେଡ୍୍ମି ନୋଟ୍ ୫ ପ୍ରୋକୁ ଉନ୍ମୋଚନ କରିଛନ୍ତି ।
ଭୁବନେଶ୍ୱର ସମେତ ଏହି ସ୍ମାର୍ଟଫୋନ୍ ଆଜିଠାରୁ ସର୍ବଭାରତୀୟ ସ୍ତରରେ ବିକ୍ରି ପାଇ ଁ ଉପଲବ୍ଧ ହୋଇଛି । ଆଜି (୧୫ ମାର୍ଚ୍ଚ) ଠାରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ ।

ରେଡ୍ମି ନୋଟ୍ ୫ ପ୍ରୋରେ ଉନ୍ନତ ମାନର କ୍ୟାମେରା ରହିଛି । ଏହାର ପଛ ପାଶ୍ୱର୍ରେ ୧୨ ଏମ୍ପି+ ୫ ଏମ୍ପିର ଡୁଆଲ୍ କ୍ୟାମେରା ରହିଥିବା ବେଳେ ସୋନିର ପ୍ରାଇମେରି ସେନ୍ସର୍ ରହିଛି । ଏଥି ସହିତ ୨୦ ଏମ୍ପିର ସଫ୍ଟ ସେଲ୍ଫି ଲାଇଟ୍ କ୍ୟାମେରା ମଧ୍ୟ ରହିଛି ।
ସ୍ନାପ୍ଡ୍ରାଗନ୍ ୬୩୬ ପ୍ରୋସେସର୍ର ବିଶ୍ୱ ସ୍ତରୀୟ ଉନ୍ମୋଚନ ଏହି ସ୍ମାର୍ଟଫୋନ୍ ଜରିଆରେ ହୋଇଛି । ଏହି ଫୋନ୍ରେ ୬ ଜିବି ରାମ୍ ଏବଂ ୬୪ ଜିବି ରମ୍ ରହିଛି । ଏହା ସହିତ ଏଥିରେ ୫.୯୯ ଇଂଚ୍ର ଫୁଲ୍ ଏଚ୍ଡି ପ୍ଲସ୍ ସ୍କ୍ରିନ୍ ରହିଥିବା ବେଳେ ୪୦୦୦ ଏମ୍୍ଏଏଚ୍ର ବ୍ୟାଟେରି ରହିଛି । ସୁରକ୍ଷା ଦୃଷ୍ଟିରୁ ଏହି ସ୍ମାର୍ଟଫୋନ୍ରେ ଫେସ୍ ଅନ୍ଲକ୍ ସୁବିଧା ରହିଛି । ଫୋନ୍ର ସ୍କ୍ରିନ୍କୁ ଦେଖିଲେ ୦.୨ ସେକେଣ୍ଡ ଭିତରେ ଫୋନ୍ ଅନ୍ଲକ୍ ହୋଇଯିବ ।
୨୦୧୭ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଅନଲାଇନ୍ ବିକ୍ରି କ୍ଷେତ୍ରରେ ୫୭% ବଜାର ଅଂଶ ସହ ସାଓମି ଭାରତର ଏକ ନମ୍ବର ବ୍ରାଣ୍ଡ୍ ହୋଇ ରହିଛି । ଭାରତର ସ୍ମାର୍ଟଫୋନ୍ ବଜାରରେ ୨୭.୫% ବଜାର ଅଂଶ ସହିତ ସାଓମି ଅଗ୍ରଣୀ ସ୍ଥାନରେ ରହିଛି ।


Share It

Comments are closed.