ପାନାସୋନିକର ନାନୋଏ ଜ୍ଞାନକୌଶଳ ସହିତ ଏୟାର ପ୍ୟୁରିଫାଇଙ୍ଗ ଇନର୍ଭଟର ଏୟାର କଣ୍ଡିସନରର ଶୁଭାରମ୍ଭ


ଭୁବନେଶ୍ୱର –ପାନାସୋନିକ ଇଣ୍ଡିଆ ପକ୍ଷରୁ ନୂତନ ସ୍ତରର ଇନର୍ଭଟର ଏୟାର କଣ୍ଡିସନରର ଶୁଭାରମ୍ଭ କରାଯାଇଛି ଯାହା ପିଏମ ୨.୫ ଏବଂ ବାୟୁଜନିତ ଉପକକରଣକୁ ୯୯ ପ୍ରତିଶତ ପର୍ଯ୍ୟନ୍ତ ନିଷ୍କ୍ରିୟ କରୁଥିବା ନାନୋଏ କୌଶଳ ସହିତ ପ୍ରସ୍ତୁତ । ଚଳିତ ବର୍ଷ ଏୟାର କଣ୍ଡିସନର ବିଭାଗରେ ୬୦ତମ ବାର୍ଷିକ ଉତ୍ସବ ପାଳନ କରିବା ସହିତ ଉକ୍ତ ରେଞ୍ଜ କ୍ୱାଲିଟି ଏୟାର ଫର ଲାଇଫକୁ ନିଶ୍ଚିନ୍ତ କରିଥାଏ । ଉକ୍ତ ନୂତନ ଏୟାର ପ୍ୟୁରିଫାଇଙ୍ଗ ଇନଭର୍ଟର ଏୟାର କଣ୍ଡିସନର ସମସ୍ତ ଅଗ୍ରଣୀ ରିଟେଲ ଆଉଟଲେଟରେ ମାତ୍ର ୩୯,୦୦୦ ରୁ ୭୨,୦୦୦ ଟଙ୍କା ମୂଲ୍ୟରେ ୦.୮ ଟି, ୧.୦ଟି, ୧.୫ଟି, ୨.୦ଟି ଭାରିଆଣ୍ଟରେ ଉପଲବ୍ଧ ।
ପାନାସୋନିକ ଏୟାର କଣ୍ଡିସନରର ଏରୋ ୱିଙ୍ଗର ବୈଶିଷ୍ଟ୍ୟ ମାଧ୍ୟମରେ ଏହାର ଘରୋଇ ଡିଜାଇନ ସହିତ ବିସ୍ତୃତ ଫ୍ରେମ ୱାର୍କ ଏବଂ ଉଚ୍ଚ ଫ୍ୟାନ ସ୍ପିଡ ବୃହତ ଏୟାର ଭଲ୍ୟୁମ ପ୍ରଦାନ କରିଥାଏ । ଏହାର ବିଭିନ୍ନ ସ୍ତରରେ ଉଚ୍ଚ ଗୁଣବତ୍ତାର ବୈଶିଷ୍ଟ୍ୟ ଯେପରିକି ଫାଷ୍ଟର କୁଲିଙ୍ଗ, ଷ୍ଟାଇଲିସ ଡିଜାଇନ, ସ୍ଥାୟିତ୍ୱ ଏବଂ ଅତ୍ୟାଧୁନିକ ସେଭିଙ୍ଗ ପ୍ରଦର୍ଶନ ସହିତ ପ୍ରସ୍ତୁତ ।

ଏହାର ଶୁଭାରମ୍ଭ ପରିପ୍ରେକ୍ଷୀରେ ପାନାସୋନିକ ଇଣ୍ଡିଆର ଏୟାର କଣ୍ଡିସନର ଗ୍ରୁପର ବ୍ୟବସାୟିକ ମୁଖ୍ୟ, ଶ୍ରୀଯୁକ୍ତ ଗୌରବ ସାହା କହିଛନ୍ତି ଯେ, “ପାନାସୋନିକ ପକ୍ଷରୁ ଭାରତର ଘରେ ଘରେ ଉଚ୍ଚ ଗୁଣବତ୍ତାର ବାୟୁ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆମ୍ଭମାନଙ୍କର ନାନୋଏ କୌଶଳ ଏବଂ ଏରୋୱିଙ୍ଗ ଡିଜାଇନ ସହିତ ବର୍ଦ୍ଧିତ କୁଲିଙ୍ଗ ସମାଧାନ ପ୍ରଦାନ କରିଥାଏ । ଏହି ସ୍ତର ଦ୍ୱାରା ପାନାସୋନିକ ଚଳିତ ଖରାଦିନେ ୧୫୦୦ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଯୋଜନା କରିଥିବାବେଳେ ଏଫୱାଇ ୧୮-୧୯ରେ ବିଗତ ବର୍ଷ ଅପେକ୍ଷା ୧୭ ପ୍ରତିଶତ ଅଧିକ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହି ଶୁଭାରମ୍ଭ ସହିତ ପାନାସୋନିକ ପକ୍ଷରୁ ଇଲାଇଟ ଇନର୍ଭଟର ରେଞ୍ଜର ଏରୋ ସିରିଜର ପ୍ରଦର୍ଶନ ହୋଇଛି ଯାହା ଏରୋସ୍ଲିମ ଡିଜାଇନ, ଫାଷ୍ଟର କୁଲିଙ୍ଗ ପାଇଁ ଆଇଅଟୋ ଏକ୍ସ ବୈଶିଷ୍ଟ୍ୟ ଏବଂ ଇକୋନାଭି ସେନସର ସହିତ ପ୍ରସ୍ତୁତ ଯାହା ୬୫ ପ୍ରତିଶତ ପର୍ଯ୍ୟନ୍ତ ଶକ୍ତିର ଅପବ୍ୟବହାରକୁ କମ କରିଥାଏ । ବର୍ତ୍ତମାନ, ୧୫ ପ୍ରତିଶତ ଭାରତୀୟ ଏସି ବଜାର ଇନର୍ଭଟର ଏସି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହା ଏସି ବଜାରରେ ସମୁଦାୟ ୫୫ ପ୍ରତିଶତ ବୃଦ୍ଧି ପାଇଁ ଅଗ୍ରିମ ଆଶା ରଖିଛି ।


Share It

Comments are closed.