ବିଶ୍ୱର ଦୀର୍ଘତ୍ତମ କାଚ ନିର୍ମିତ ପୋଲ -‘ହାଓହନ କିଆଓ’


କାଚ ଉପରେ କାହାର ବା ଭରସା ଥାଏ । କିନ୍ତୁ ଚୀନରେ ରହିଛି ଏପରି ଏକ କାଚ ପୋଲ ଯାହା ଉପରେ ଭରୋସ କରି ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରତି ବର୍ଷ ଏଠାକୁ ବୁଲି ଆସନ୍ତି । ୩୦୦ ମିଟର ଦୀର୍ଘତା ବିଶିଷ୍ଟ ଏହି କାଚ ପୋଲ ଏବେ ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ପାଲିଟିଛି । ଏହି ପୋଲ ପର୍ଯ୍ୟଟକଙ୍କ ସେଲଫି ସ୍ପଟ ଭାବେ ବିଶେଷ ଲୋକପ୍ରିୟତା ଲାଭ କରିଛି ।
ଏହି ପୋଲର ନାମ ହେଉଛି ‘ହାଓହନ କିଆଓ’, ଯାହାର ଅର୍ଥ ସାହସୀ ମଣିଷ ପାଇଁ ପୋଲ । ପ୍ରକୃତିରେ ଏହ୍ ପୋଲ ଦୁର୍ବଳମାନଙ୍କ ପାଇଁ ନୁହେଁ । ଚୀନର ଶୀନିଉଝାଇ ନ୍ୟାସନାଲ ଜିଓଲଜିକାଲ ପାର୍କରେ ଅବସ୍ଥିତ ଏହି ପୋଲ ଟ୍ରାନ୍ସପ୍ୟାରେଣ୍ଟ (ପାରଦର୍ଶୀ) କାଚରେ ନିର୍ମିତ ହୋଇଛି । କାରଣ ଏହି ପୋଲ ଉପରେ ଚାଲୁଥିବା ସମୟରେ ତଳକୁ ଚାହିଁଲେ ଆପଣ ପୋଲର ଏପଟ ସେପଟ ଦେଖିପାରିବେ । ଏହି ପୋଲ ଉପରେ ଚାଲିବା ସମୟରେ ମନ ମଧ୍ୟରେ ନିଶ୍ଚିତ ଭାବରେ ଏକ ଭୟ ଉଦ୍ରେକ ହେବ ଯେ ଏହା କେତେବେଳେ ବି ଭାଙ୍ଗିଯିବନ ତ ! କିନ୍ତୁ ଭୟର କୌଣସି କାରଣ ବି ନାହିଁ । କାରଣ ପୋଲଟି ୨୪ ମିଲିମିଟରରୁ ଅଧିକ ମୋଟେଇ କାଚରେ ନିର୍ମାଣ କରାଯାଇଛି ।

ଚୀନରୁ ହୁନାନ ପ୍ରାନ୍ତରେ ଅବସ୍ଥିତ ଏହି ପୋଲ ପ୍ରଥମେ କାଠରେ ତିଆରି ହୋଇଥିଲା । ୨୦୧୪ ମସିହାରେ ନ୍ୟାସନାଲ ପାର୍କ ପ୍ରଶାସନ ଏହାର ଏକ ଅଂଶକୁ କାଚରେ ନିର୍ମାଣ କରିଥିଲା । ଏହି ପୋଲ ଉପରେ ଚାଲୁଥିବା ସମୟରେ ବହୁ ପର୍ଯ୍ୟଟକ ଭୟରେ ବସିଯାଆନ୍ତି ତ କେବେ ଗୋଟେ କୋଣକୁ ଆଉଜି ଛିଡା ହୋଇଯାଆନ୍ତି । କିପରି ଏପରି ବି ବହୁ ପର୍ଯ୍ୟଟକ ଅଛନ୍ତି ଯେଉଁମାନେ ଏହି ପୋଲ ଉପରେ ବିଭିନ୍ନ ପୋକ ଦେଇ ସେଲଫି ଉଠାଇବାକୁ ଭୁଲନ୍ତି ନାହିଁ । ଏହି ପୋଲକି ତିଆରି କରିବା ସମୟରେ ଶ୍ରମିକମାନେ ଯେ ବହୁ କଷ୍ଟ ସ୍ୱୀକାର କରିଥିବେ ଏହା ପୋଲର ନିର୍ମାଣଶୈଳୀକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଏ ।


Share It

Comments are closed.