ବାଉଁଶକୁ ଜଳାଇବା କାହିଁକି ଅଶୁଭ ହୋଇଥାଏ, ଜାଣନ୍ତୁ ଏହା ପଛର ରହସ୍ୟ


ଶାସ୍ତ୍ର ଅନୁଯାୟୀ ବାଉଁଶ କିମ୍ବା ବାଉଁଶର କାଠକୁ ଜଳାଇବା ପାଇଁ ମନାହୋଇଥାଏ । ଭାରତୀୟ ସନାତନ ଧର୍ମର ପରମ୍ପରା ଅନୁଯାୟୀ କୁହାଯାଇଥାଏ ଯେ ବାଉଁଶ କାଠ ଜଳାଇବା ଦ୍ୱାରା ବଂଶର ବିନାଶ ହୋଇଯାଇଥାଏ କିମ୍ବା ପିତୃଦୋଷ ମଧ୍ୟ ଲାଗିଥାଏ । ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ରହସ୍ୟ ।
ଧାର୍ମିକ ମାନ୍ୟତା:-ଯେହେତୁ ଭଗବାନ ଶ୍ରୀକୃଷ୍ଣ ବାଉଁଶର ବଇଁଶୀ ବଜାଉଥିଲେ ସେଥିପାଇଁ ବାଉଁଶକୁ ଜଳାଯାଏ ନାହିଁ । ଅଗରବତୀ ପ୍ରସ୍ତୁତିରେ ବାଉଁଶର ପ୍ରୟୋଗ ହୋଇଥାଏ । ଧାର୍ମିକ ଶାସ୍ତ୍ରରେ ପୂଜା ବିଧିରେ ଧୂପକାଠିର କେଉଁଠାରେ ମଧ୍ୟ ଉଲ୍ଲେଖ ରହିନାହିଁ । ଯେହେତୁ ଏହା ବାଉଁଶ ଏବଂ କେମିକାଲରୁ ପ୍ରସ୍ତୁତ ତେଣୁ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଫେଙ୍ଗ ଶୁଇ(ଏକ ପ୍ରକାରର ଚାଇନିଜ କଳା ଓ ବିଜ୍ଞାନ)ରେ ଲମ୍ବା ଆୟୁଶ ପାଇଁ ବାଉଁଶ ଗଛକୁ ବହୁତ ଶକ୍ତିଶାଳୀ ମାନିଥାନ୍ତି । ଏହା ଉତ୍ତମ ଭାଗ୍ୟର ସଙ୍କେତ ଦେଇଥାଏ ।
ବାସ୍ତୁଶାସ୍ତ୍ର ମାନ୍ୟତା:-ଭାରତୀୟ ବାସ୍ତୁବିଜ୍ଞାନ ଅନୁଯାୟୀ ବାଉଁଶକୁ ଶୁଭ ମାନ୍ୟତା ଦିଆଯାଏ । ବିବାହ, ମୁଣ୍ଡନ ଆଦି ଅନେକ ଧାର୍ମିକ ଉତ୍ସବ ପାଳନରେ ବାଉଁଶର ମଣ୍ଡପ ପ୍ରସ୍ତୁତ କରାଯାଏ । ମାନ୍ୟତା ଅନୁଯାୟୀ ବାଉଁଶର ଗଛ ଯେଉଁଠାରେ ରହିଥାଏ ସେଠାକୁ କୌଣସି ଖରାପ ଆତ୍ମା ଆସନ୍ତି ନାହିଁ ।
ବୈଜ୍ଞାନିକ କାରଣ –ବାଉଁଶ କାଠରେ ଲେଡ ଏବଂ ଅନ୍ୟାନ୍ୟ କେତେ ପ୍ରକାରର ଧାତୁ ରହିଥାଏ । ବାଉଁଶକୁ ଜଳାଇବା ଦ୍ୱାରା ଏହି ଧାତୁସବୁ ଅକ୍ସସାଇଡରେ ପରିଣତ ହୋଇଯାଆନ୍ତି, ଯାହା କାରଣରୁ ପରିବେଶ ପ୍ରଦୂଷିତ ହୋଇଥାଏ । ଏହାର ଜଳିବା ଏତେ କ୍ଷତିକାରକ ହୋଇଥାଏ ଯେ ଆପଣଙ୍କ ଜୀବନ ମଧ୍ୟ ନେଇପାରେ, କାରଣ ଏହାର ଅଂଶ ବାୟୁରେ ମଧ୍ୟ ମିଶି ରହିଥାଏ ଯାହାକି ଆପଣଙ୍କ ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ମଧ୍ୟକୁ ଚାଳିଯାଇଥାଏ । ଏହା କାରଣରୁ ନ୍ୟୁରୋ ଏବଂ ଲିଭର ସମ୍ବନ୍ଧୀୟ ସମସ୍ୟାର ବିପଦ ବଢ଼ିଯାଇଥାଏ ।


Share It

Comments are closed.