କିଏ ତିଆରି କରିଛି ‘ଆରୋଗ୍ୟ ସେତୁ’ ଆପ୍ ? ଏହାକୁ ନେଇ ସ୍ପଷ୍ଟୀକରଣ ରଖିଲେ ସରକାର


‘ଆରୋଗ୍ୟ ସେତୁ’ ଆପ୍ କିଏ ତିଆରି କରିଛି? ଏନେଇ ଜାତୀୟ ସୂଚନା କମିଶନ ସହ ବିବାଦ ଉପୁଜିବା ପରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଏବେ ସାମ୍ନାକୁ ଆସିଛି। ସରକାର କହିଛନ୍ତି କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ସାର୍ବଜନିକ ଘରୋଇ ସହଯୋଗ ଦ୍ବାରା ଆରୋଗ୍ୟ ସେତୁ ଆପ୍ ତିଆରି କରାଯାଇଛି। ଏହା ସହ ଏହାକୁ ଖୁବ ପାରଦର୍ଶୀ ଭାବେ ବିକଶିତ କରାଯାଇଥିଲା। ସରକାର କହିଛନ୍ତି ଆରୋଗ୍ୟ ସେତୁ ଆପକୁ ପ୍ରାୟ ୨୧ ଦିନରେ ବିକଶିତ କରାଯାଇ ଥିଲା। ସରକାରଙ୍କ ତରଫରୁ କୁହାଯାଇଥିଲା ଆରୋଗ୍ୟ ସେତୁ ଆପରେ କୌଣସି ସନ୍ଦେହ ସୃଷ୍ଟି ହେବା କଥା ନୁହେଁ ଓ ଭାରତରେ କୋଭିଡ ମହାମାରୀ ରୋକିବା ଦିଗରେ ଏହାର ଗୁରୁତ୍ବପୂଣ୍ଣ ଭୂମିକା ରହିଛି।

କେନ୍ଦ୍ର ସୂଚନା କମିଶନ ମଙ୍ଗଳବାର ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି)କୁ ଉତ୍ତର ମାଗିଥିଲା ଯେ ଆରୋଗ୍ୟ ସେତୁ ଆପରେ ତାଙ୍କ ନାଁ ଅଛି କି ନାହିଁ। ଯଦି ଅଛି ତାହେଲେ ଆପ୍ ଡେଭଲପମେଣ୍ଟକୁ ନେଇ ସବିଶେଷ ତଥ୍ୟ କାହିଁକି ନାହିଁ। ତେଣୁ ଏନଆଇସି ଓ ବିଭିନ୍ନ ମୁଖ୍ୟ ସୁଚନା ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ସିଆଇସି ।

ସୂଚନାଯୋଗ୍ୟ କରୋନାଭାଇରସ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପକୁ ଅଗ୍ରାଧିକାର ଦିଆଯାଇଥିଲା। ତେବେ ଆରୋଗ୍ୟ ସେତୁ ଆପ ଓ୍ବେବସାଇଟ କହୁଛି ଏହାକୁ ନାସନାଲ ଇନଫରମେଟିକ୍ସ ସେଣ୍ଟର ଓ ଆଇଟି ମନ୍ତ୍ରାଳୟ ବିକଶିତ କରିଥିଲା।


Share It

Comments are closed.