ଆରପାରିରେ ଗୁଜୁରାଟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ


ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟ୍ଟେଲଙ୍କ ପରଲୋକ। ଗୁରୁବାର ସକାଳେ ନିଶ୍ୱାସ ନେବାରେ କଷ୍ଟ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟ ପଟେଲ ୨୦୧୪ରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। ଗତ ମାସ କେଶୁଭାଇ କରୋନା ପଜିଟିଭ ଜଣାପଡିଥିଲେ।

କେଶୁଭାଇ ପଟେଲଙ୍କ ମୃତ୍ୟୁ ଖବର ଜାଣିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପରିବାର ଲୋକଙ୍କ ସହ କଥା ହେବା ପରେ ଶୋକବ୍ୟକ୍ତ କରିଛନ୍ତି। କେଶୁଭାଇ ପଟେଲଙ୍କ ପୁଅଙ୍କ କହିବା ଅନୁସାରେ, କରୋନାକୁ ମାତ୍ ଦେବାପରେ ତାଙ୍କର ଶରୀର ଲଗାତାର ଭାବରେ ବିଗିଡିବାରେ ଲାଗିଥିଲା, କିନ୍ତୁ ଗୁରୁବାର ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି।


Share It

Comments are closed.