ରାଷ୍ଟ୍ରିୟ ନାଗରିକ ରେଜିଷ୍ଟର (ଏନଆରସି) ଏବଂ ନାଗରିକତା ସଂଶୋଧନ ଆଇନ(ସିଏଏ) ପରେ ବର୍ତ୍ତମାନ ମୋଦି ସରକାର ଦେଶରେ ଏନପିଆର ଲାଗୁ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କିଛି ଦିନ ପୂର୍ବରୁ ଦେଶର ରେଜିଷ୍ଟାର ଜେନେରାଲ ଏବଂ ଜନଗଣନା ଆୟୁକ୍ତ ବିବେକ ଜୋଶୀ ଏହି ସଂପର୍କରେ ସୂଚନା ଦେଇ ସାରିଥିଲେ । ଏହି ସଂପର୍କରେ ସେ ସୂଚନା ଦେଇ କହିଥିଲେ ଯେ, ଆସାମକୁ ଛାଡି ଦେଶର ସମସ୍ତ ଅଞ୍ଚଳରେ ଏନପିଆର ପ୍ରକ୍ରିୟା ଆରମ୍ଭ କରାଯିବ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଏନପିଆର କ’ଣ ? ଏହା ଲାଗୁ ହେବା ପରେ ଜନଗଣନାରେ କ’ଣ ପରିବର୍ତ୍ତନ ହେବ ? ସରକାର ଏନପିଆର କ’ଣ ପାଇଁ ଲାଗୁ କରିବାକୁ ଚାହୁଁଛନ୍ତି ?
୧. ରାଷ୍ଟ୍ରିୟ ଜନସଂଖ୍ୟା ରେଜିଷ୍ଟର ଦ୍ୱାରା ଦେଶର ସମସ୍ତ ନାଗରିକଙ୍କ ତଥ୍ୟ ସରକାର ରଖିପାରିବେ ।
୨. ଏହା ଦ୍ୱାରା ଭାରତୀୟ ନାଗରିକଙ୍କ ଏକ ବିୟୋମେଟ୍ରିକ ରେକର୍ଡ ନିଆଯିବ ଯେଉଁ ନିଜ ବଂଶାବଳୀଙ୍କ ସମସ୍ତ ତଥ୍ୟ ଦାଖଲ ହେବ ।
୩. ଯେଉଁମାନେ ୬ ମାସ କିମ୍ବା ତା’ଠାରୁ ଅଧିକ ସମୟ ଯାଏଁ ଅନ୍ୟ କୌଣସି ସ୍ଥାନରେ ରହୁଥିବେ ସେମାନେ ଏନପିଆରରେ ପଞ୍ଜିକରଣ କରାଇବା ଅନିବାର୍ଯ୍ୟ ।
୪. ଏନପିଆରକୁ ସରକାର, ରାଷ୍ଟ୍ରିୟ ସ୍ତର, ରାଜ୍ୟ ସ୍ତର, ଜିଲ୍ଲା, ଉପ-ଜିଲ୍ଲା ଏବଂ ସ୍ଥାନୀୟ ସ୍ତରରେ ଲାଗୁ କରାଇବେ ।
୫. ଏନପିଆରକୁ ଦୁଇଟି ଚରଣରେ ଲାଗୁ କରାଯିବ । ପ୍ରଥମ ଚରଣ ଅପ୍ରେଲ ୨୦୨୦ରୁ ନେଇ ୩୦ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ରହିବ । ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ଘରେ ଘରେ ପହଞ୍ଚି ଗଣନା କରିବେ ।
୬. ଦ୍ୱିତୀୟ ଚରଣ ୯ ଫେବୃଆରୀ ୨୦୨୧ରୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ହେବ । ଏହା ପରେ ତୃତୀୟ ଚରଣ ହେବ, ଯେଉଁଥିରେ ସଂଗ୍ରହ କରାଯାଇଥିବା ଗଣନାରେ ସଂଶୋଧନ କରାଯିବ ।
Comments are closed.