ଶୀତଦିନେ ଆପଣଙ୍କ ତ୍ୱଚାର ବିଶେଷ ଧ୍ୟାନ ରଖିଥାଏ ହଳଦିଆ ରଙ୍ଗର ଏହି ଚାରୋଟି ଫଳ


ତ୍ୱଚାର ଯତ୍ନ ପାଇଁ ଆମେ ଅନେକ ପ୍ରକାରର ଘରୋଇ ଉପାୟ ଠାରୁ ଆରମ୍ଭ କରି ବଜାରରେ ମିଳୁଥିବା ଦାମୀ କସ୍ମେଟିକ୍ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାଉ । କିନ୍ତୁ ଏସବୁ ଆପଣଙ୍କ ତ୍ୱଚାକୁ ପ୍ରାକୃତିକ ଉଜ୍ଜ୍ୱଳତା ଦେଇପାରିନଥାନ୍ତି । ବିଶେଷ କରି ଶୀତ ଦିନରେ ତ୍ୱଚାର ଯତ୍ନ ପାଇଁ ଘରୋଇ ଉପଚାର ଜରୁରୀ ହୋଇଥାଏ । ଏଠାରେ ଆମେ ଆପଣଙ୍କୁ ହଳଦିଆ ରଙ୍ଗର ଏଭଳି କିଛି ଫଳର ବ୍ୟବହାର ସମ୍ପର୍କରେ କହିବୁ ଯାହା ତ୍ୱଚା ପାଇଁ ରାମବାଣ ସଦୃଶ ହୋଇଥାଏ । 

କଦଳୀ: କଦଳୀରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଯାହା ଅନେକ ରୋଗ ସହ ଲଢିବା ପାଇଁ ଆମକୁ ଶକ୍ତି ଯୋଗାଇଥାଏ । ଏଥି ସହିତ ଏହା ତ୍ୱଚା ପାଇଁ ମଧ୍ୟ ଭଲ ହୋଇଥାଏ । କଦଳୀ ଖାଇବା ଦ୍ୱାରା ଆମର ପାଚନ ଶକ୍ତି ଭଲ ରହିଥାଏ, ଯାହା ଫଳରେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖା ଯାଇଥାଏ । କଦଳୀରେ ଭିଟାମିନ୍ ଏ, ଭିଟାମିନ୍ ବି ଓ ଭିଟାମିନ୍ ଇ ପ୍ରଚୁର ମାତ୍ରାରେ ରହିଛି । ଏହା ତ୍ୱଚାକୁ ନରମ ଓ ଉଜ୍ଜ୍ୱଳ କରିବା ସହ ସୁସ୍ଥ ରଖିଥାଏ ।

କଖାରୁ: କଖାରୁ ମଞ୍ଜି ଖୁବ୍ ଉପକାରୀ ହୋଇଥାଏ । କଖାରୁ ଓ ଏହାର ମଞ୍ଜିରେ ଭିଟାମିନ୍ ସି, ଭିଟାମିନ୍ ଇ, ଆଇରନ୍, କ୍ୟାଲ୍ସିୟମ, ମ୍ୟାଗ୍ନେିସିୟମ, ପୋଟାସିୟମ, ଜିଙ୍କ୍, ପ୍ରୋଟିନ୍ ଓ ଫାଇବର୍ ପ୍ରଚୁର ମାତ୍ରାରେ ରହିଛି । ଏହି ପରିବାରେ ଭିଟାମିନ୍ ଏ ମଧ୍ୟ ଭରପୂର ମାତ୍ରାରେ ରହିଛି ଯାହା ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରିବା ସହ ଏହାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ଆମ୍ବ: ଫାଇବର ଓ ଭିଟାମିନ୍ରେ ଭରପୂର ଥିବା ଆମ୍ବ ଆମ ଶରୀରକୁ ସୁସ୍ଥ ରଖିବା ସହ ଏହାର ସ୍ୱାଦ ମଧ୍ୟ ଖୁବ୍ ବଢିଆ । ଆମ୍ବକୁ ତ୍ୱଚା ଓ କେଶର ଯତ୍ନ ପାଇଁ ବ୍ୟବହାର କରାଯାଇପାରିବ । କେଶର କଣ୍ଡିସନିଙ୍ଗ ହେଉ କିମ୍ବା ତ୍ୱଚାର କୁଞ୍ଜିତପଣ ହଟାଇବା ପ୍ରତ୍ୟେକ କ୍ଷେତ୍ରରେ ଏହା ଲାଭକାରୀ । ଏହା ହୃଦ୍ରୋଗ ପାଇଁ ମଧ୍ୟ ଫଳପ୍ରଦ ହୋଇପାରେ ।

ଲେମ୍ବୁ: ଲେମ୍ବୁରେ ଭିଟାମିନ୍ ସି ଓ ଭିଟାମିନ୍ ବି ମାତ୍ରା ଯଥେଷ୍ଟ ଅଧିକ ରହିଥାଏ । ଏହାର ବ୍ୟବହାର ଆମର କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟକୁ ବଢାଇଥାଏ । ମୁହଁରେ ଥିବା ଡେଡ୍ସ୍କିନ୍, ବ୍ଲାକ୍ହେଡ୍ସକୁ ସଫା କରିବା ସହ ଏହା ଖୋଲା ରହିଥିବା ପୋର୍ସକୁ ଠିକ୍ କରିଥାଏ । ଲେମ୍ବୁରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ରହିଥାଏ ଯାହା ତ୍ୱଚାକୁ ସଂକ୍ରମଣ ଓ ଆଲର୍ଜିରୁ ସୁରକ୍ଷା ପ୍ରଦାନ କରିଥାଏ ।




Share It

Comments are closed.