କ’ଣ ରହିଛି ଭାରତ ଆମେରିକା ସମ୍ପର୍କରେ ଫାଟ ସୃଷ୍ଟି ହେବାର କାରଣ


ବର୍ତ୍ତମାନ ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁଥିବା ଟୁ ପ୍ଲସ ଟୁ ଡ଼ାଇଲଗକୁ ରଦ୍ଧ କରାଯିବା ଏବଂ ଆମେରିକା ଏବଂ ଚିନ୍ ମଧ୍ୟରେ ଚାଲିଥିବା ଟ୍ରେଡ଼୍ ୱାର୍ ପୁଣିଥରେ ଭାରତ ଆମେରିକା ସମ୍ପର୍କରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି । ଯେବେକି ଟୁ ପ୍ଲସ ଟୁ ଡ଼ାଇଲଗକୁ ରଦ୍ଧ ହେବାର କୌଣସି କାରଣ ଆମେରିକା ସ୍ପଷ୍ଟ କରିନଥିବାବେଳେ ଭାରତ ଏହି ଟ୍ରେଡ଼୍ ୱାରରେ ସମ୍ପୃକ୍ତ ହେବାର ସମ୍ଭାବନା ବୃଦ୍ଧିପାଇଛି । ଏଥି ମଧ୍ୟରେ ଗତ ଜୁନ୍ ମାସରେ ସିଙ୍ଗାପୁରରେ ସମ୍ପର୍ଣ୍ଣ ହୋଇଥିବା ସାଙ୍ଗରି ଲା ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ବୈଦେଶିକ ନୀତି ଉପରେ ଦେଇଥିବା ମନ୍ତବ୍ୟ ମଧ୍ୟ ଭାରତ ଆମେରିକା ସମ୍ପର୍କରେ ବୃଦ୍ଧି ପାଉଥିବା ଅସହମତିକୁ ଆକ୍ଷେପ କରୁଥିଲା । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବୃଦ୍ଧିପାଉଥିବା ଅସହମତି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପରିପ୍ରକାଶ କରୁଥିବାବେଳେ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅର୍ନ୍ତରାଷ୍ଟ୍ରିୟ ସ୍ତରରେ ଭାରତର ପକ୍ଷ ବଢାଇବାର ପ୍ରଚେଷ୍ଟା ମଧ୍ୟ କିଛି ଲାଭପ୍ରଦ ହେବବୋଲି ନଜର ଆସୁନାହିଁ ।

ଗତ କିଛି ଦିନ ହେବ ଭାରତ ଏବଂ ଆମେରିକାର କୁଟନୈତିକ ଏବଂ ବ୍ୟପାର ସମ୍ପର୍କରେ କେତେକ ମତଭେଦ ଦେଖାଦେଇଛି, ଯାହାକି ଟୁ ପ୍ଲସ ଟୁ ଡ଼ାଇଲଗ୍ ରଦ୍ଧ ହେବାର ଏକ କାରଣବୋଳି ସଙ୍କେତ ଦେଉଛି । ଯଦି ହିନ୍ଦ ପ୍ରସାନ୍ତ କ୍ଷେତ୍ର କଥା ସାମ୍ନାକୁ ଆସେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଗରି ଲା ଡ଼ାଇଲଗରେ ଏହାକୁ ଏକ ରଣନିତିକ ବଦଳରେ ପ୍ରାକୃତିକ ଭୁ କ୍ଷେତ୍ରରୁପେ ସମ୍ବୋଧିତ କରିଥିଲେ । ଯେବେକି ଆମେରିକାର ରକ୍ଷା ସଚିବ, ଜେମ୍ସ ମ୍ୟାଟିସ୍ ହିନ୍ଦ ପ୍ରସାନ୍ତକୁ ସୈନ୍ୟ ଅଧିକାର ପାଇଁ ବ୍ୟାପକ ସୁରକ୍ଷା ରଣନୀତିର କ୍ଷେତ୍ରବୋଲି ମନ୍ତବ୍ୟ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛିଯେ ଆମେରିକା ଏହାକୁ ରଣନୀତିକ କିମ୍ବା ସାମରିକ କ୍ଷେତ୍ରରୁପେ ରଖିବାକୁ ଚାହୁଁଥିବାବେଳେ ଭାରତ ଏହାକୁ କେବଳ ବାଣିଜ୍ୟ କ୍ଷେତ୍ରରୁପେ ବିକଶିତ କରିବାକୁ ଆଗ୍ରହୀ । ମୋଦି ଚୀନ୍ ସହିତ ସମ୍ପର୍କ ସୁଧାରିବା ତଥା ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ତଥା ସ୍ତିରତା ଆଣିବା ପାଇଁ ଆମେରିକା, ଋଷ୍ ଏବଂ ଚୀନ୍ ସହିତ ଏକାପରି ସମ୍ପର୍କକୁ ଦର୍ଶାଇଛନ୍ତି । ଯେବେକି ଆମେରିକା ପକ୍ଷରୁ ହିନ୍ଦ ପ୍ରସାନ୍ତ କ୍ଷେତ୍ରରେ ଚୀନ୍ର ଗତିବିଧିର ମୁକାବିଲା କରିବା ପାଇଁ କୁହାଯାଇଛି । ହିନ୍ଦ ପ୍ରସାନ୍ତ କ୍ଷେତ୍ର ହେଉଛି ପୂର୍ବ ଆଫ୍ରିକା ଏବଂ ପଶ୍ଚିମ ଏସିଆରୁ ପୂର୍ବ ଏସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ପୂର୍ବ ହିନ୍ଦ ମହାସାଗର ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରର ସାମୁଦ୍ରିକ ଅଞ୍ଚଳକୁ ଦର୍ଶାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ କ୍ଷେତ୍ରର ସୁରକ୍ଷା ଦାୟିତ୍ୱ କୌଣସି ଗୋଟିଏ ଦେଶକୁ ଦେଇନଥିବାବେଳେ ସମସ୍ତ ଦେଶର ଏଥି ପ୍ରତି ଦାୟିତ୍ୱ ରହିଛିବୋଲି ମତ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରିଙ୍କର ଏହି ମନ୍ତବ୍ୟ ପରୋକ୍ଷରେ ଆମେରିକା ପାଇଁ ଏକ ସନ୍ଦେଶ ହୋଇଥିବାବେଳେ ମାନ୍ୟବର ମୋଦି ଉକ୍ତ ଅଞ୍ଚଳରେ କୌଣସିବି ଅସ୍ଥିରତା ସୃଷ୍ଟି କରିବାକୁ ଚାହାନ୍ତି ନାହିଁବୋଲି ସ୍ପଷ୍ଟ କରିଦେଇଛନ୍ତି । ଦ୍ୱିତୀୟରେ ଏଚ୍ ୧ ବି ପ୍ରବାଶିକ ଭିଜାରେ ପ୍ରସ୍ତାବିତ କାଟ୍ ଏଚ୍ ୪ ଭିଜାକୁ ରଦ୍ଦ କରିବା ପାଇଁ ଆମେରିକାର ପ୍ରୟାସ ଭାରତ ଆମେରିକା ସମ୍ପର୍କରେ ଫାଟ ସୃଷ୍ଟି କରିବବୋଲି ଆଶା କରାଯାଉଛି ।


Share It

Comments are closed.