ଶିବ ପୂଜାର ମହତ୍ତ୍ୱ ଏବଂ ବିଧି ସଂପର୍କରେ ଆସନ୍ତୁ ଜାଣିବା


ହିନ୍ଦୁ ଧର୍ମନୁସାରେ ଭଗବାନ ଶିବ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ମାନ୍ୟତା ରହିଛି । ସେଥିପାଇଁ ତାଙ୍କୁ ଦେବ ଦେବ ମହାଦେବ ବୋଲି ମଧ୍ୟ କୁହାଯାଏ । ସେ ସଂହାରକର୍ତ୍ତା ମଧ୍ୟ । ଭଗବାନ ଶିବଙ୍କୁ ସମଗ୍ର ବିଶ୍ୱର ପିତା ଏବଂ ପାର୍ବତୀଙ୍କୁ ବିଶ୍ୱର ମାତା ବୋଲି ମଧ୍ୟ କୁହାଯାଏ ।
ପୂର୍ବକାଳରେ ହିନ୍ଦୁଧର୍ମରେ ଶୈବ ଧର୍ମ ସବୁଠାରୁ ଲୋକପ୍ରିୟ ଧର୍ମ ଥିଲା । ବର୍ତ୍ତମାନ ମଧ୍ୟ ବହୁ ହିନ୍ଦୁ ଧର୍ମାବଲମ୍ବୀ ଶୈବ ପୂଜା କରୁଛନ୍ତି । ତନ୍ତ୍ର ଏବଂ ମନ୍ତ୍ର ପରମ୍ପରାରେ ଶିବ ଭଗବାନଙ୍କୁ ଖୁବ ଲୋକପ୍ରିୟ ଦେବତା ବୋଲି ମନାଯାଏ । ଶିବ ଭଗବାନଙ୍କର ବିଭିନ୍ନ ନାମ ମଧ୍ୟରେ ନୀଳ କଣ୍ଠ, ଜଟାଧାରୀ, ତ୍ରୀନାଥ,ପାର୍ବତୀପତି, ଗଙ୍ଗାଧର ଏବଂ ଭୋଳାବାବା ରହିଛି ।
ଭଗବାନ ଶିବ ଭୋଳାବାବା ସାଜି କେବେ କୋପ କରନ୍ତି ତ କେବେ ବରଦାତା ସାଜି ଭକ୍ତଙ୍କୁ ବରଦାନ କରିଥାନ୍ତି । କିନ୍ତୁ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ କିଛି ସ୍ୱତନ୍ତ୍ର ପୂଜା ଏବଂ ମନ୍ତ୍ରର ଆବଶ୍ୟକତା ପଡିଥାଏ । ଭଗବାନ ଶିବଙ୍କୁ କୋପେ ବର ଏବଂ ତପେ ବର ମଧ୍ୟ କୁହାଯାଏ । ଭଗବାନ ଶିବଙ୍କ କଥାକୁ ନେଇ ବହୁ ବହି, ପୁରାଣ ଏବଂ କିମ୍ବଦନ୍ତୀ ମଧ୍ୟ ରହିଛି । ଭକ୍ତମାନେ ନିଜର ବହୁ ଦିନର ମନୋସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଆରାଧନା ସହିତ, ତ୍ରୀନାଥ ମେଳା, ଷୋଳ ସୋମବାର ବ୍ରତ, ଶ୍ରାବଣ ମାସ ବ୍ରତ ଇତ୍ୟାଦି କରିଥାନ୍ତି ।
ଆସନ୍ତୁ ଜାଣିବା କାହିଁକି କରିବା ଶୈବ ପୂଜା
୧. ଭୋଳାବାବା ଶୀଘ୍ର ବରଦାନ କରିଥାନ୍ତି । ଯଦି ଆପଣ ଶୁଦ୍ଧ ମନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ତେବେ ଆପଣଙ୍କ ମନୋସ୍କାମନା ଖୁବ ଶୀଘ୍ର ପୂରଣ ହୋଇପାରିବ ।
୨. ଭଗବାନ ଶିବଙ୍କୁ ପ୍ରାର୍ଥନା କରିବା ଖୁବ ସହଜ । ଭଗବାନ ଶିବ ଅନ୍ୟ ଦେବୀ ଦେବତାମାନଙ୍କ ପରି ଗହଣା, ବସ୍ତ୍ର ଉପକରଣ ଆବଶ୍ୟକ କରିନଥାନ୍ତି । କିଛି ବେଲ ପତ୍ର,ଦୁଦୁରା ଫୁଲ, ବିଭୂତି ଏବଂ ଜଳ ଦ୍ୱାରା ଭୋଳାବାବାଙ୍କ ମନକୁ ଜିତି ହେବ । ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।
୩. ପାର୍ବତୀ ପତି ମହାଦେବ ଏକ ଭଲ ସ୍ୱାମୀ ଥିଲେ । ସେ ପାର୍ବତୀଙ୍କୁ ସମ୍ମାନ, ସେହ୍ନ, ଶ୍ରଦ୍ଧା ପ୍ରଦାନ କରିବା ସହିତ ସମାଜରେ ନାରୀଙ୍କୁ କିପରି ସମ୍ମାନ, ଅଧିକାର ପ୍ରଦାନ କରିବେ ସେ ଏହାର ଉଦାହରଣ । ତାଙ୍କର ପରିବାର ପ୍ରତି ଏକ ଆଶକ୍ତିଭାବ ରହିଥିଲା ଯାହା ଦ୍ୱାରା ଶିବ ପୂଜା କରିବା ଦ୍ୱାରା ଘରେ ଶାନ୍ତି ଶୃଙ୍ଖଳା ରହିବା ସହିତ ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲପାଇବା ସ୍ନେହ ବୃଦ୍ଧି ପାଇଥାଏ ।
୪. ସେ ଜ୍ଞାନ ଏବଂ ବୁଦ୍ଧିର ଦେବତା । ଭଗବାନ ଶିବ ଗଙ୍ଗାଙ୍କ ରୂପରେ ସମଗ୍ର ବିଶ୍ୱରେ ଜ୍ଞାନ ଏବଂ ବୃଦ୍ଧି ବିସ୍ତାର କରିଥାନ୍ତି । ସେ ଏକାଧାରାରେ ସଂଗୀତକାର, ନୃତ୍ୟକାର ଏବଂ ଗାୟକ ମଧ୍ୟ । ତେଣୁ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବୃଦ୍ଧି ଏବଂ ଜ୍ଞାନ ବୃଦ୍ଧି ପାଇଥାଏ ।
ଆସନ୍ତୁ ଜାଣିବେ କିପରି କରିବେ ଶିବ ପୂଜା
୧. ଆପଣ ଯଦି ଭଗବାନ ଶିବଙ୍କର ଭକ୍ତ ତେବେ ଘରେ ଶିବଙ୍କ ଲିଙ୍ଗ ଅପେକ୍ଷା ଭଗବାନଙ୍କ ମୂର୍ତ୍ତୀ ପୂଜା କରନ୍ତୁ । ଏବଂ ବହୁ ପ୍ରକାରର ମୂର୍ତ୍ତୀ ଏବଂ ଲିଙ୍ଗ ବ୍ୟତୀତ ଗୋଟିଏ ମୂର୍ତ୍ତୀ ରଖି ପୂଜା କରନ୍ତୁ । କାରଣ ଘରେ ଶିବଙ୍କର ଗୋଟିଏରୁ ଅଧିକ ମୂର୍ତ୍ତୀ ପୂଜା ଦ୍ୱାରା ଘରେ ବିପରୀତ ପ୍ରଭାବ ପଡିଥାଏ ।
୨. ସେହି ମୂର୍ତ୍ତୀ ସମ୍ମୁଖରେ ସର୍ବଦା ପ୍ରଣାୟାମ କରିବା ସହିତ ପୂଜା କରିବା ସମୟରେ କିଛି ସମୟ ଧ୍ୟାନରେ ବସନ୍ତୁ ।
୩. ସର୍ବଦା ଭଗବାନ ଶିବଙ୍କୁ ପୂଜା କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ ।
୪. ଭଗବାନ ଶିବଙ୍କୁ ବେଲପତ୍ର, ବିଭୂତି, ଦୁଦୁରା ଫୁଲ ଦେଇ ପୂଜା କରନ୍ତୁ ।
୫. ପ୍ରତ୍ୟେକ ସୋମବାର ଶିବ ମନ୍ଦିରକୁ ଯାଇ କିଛି ଦୁଗ୍ଧ, ଜଳ ଅର୍ପଣ କରନ୍ତୁ ।
୬. ଯଦି ଆପଣ ମୂର୍ତ୍ତୀ ପୂଜା କରୁଛନ୍ତି ତେବେ ମୂର୍ତ୍ତୀକୁ ଭଲ ଭାବେ ପରିସ୍କାର କରନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା ପୂଜା କରନ୍ତୁ ।


Share It

Comments are closed.