ଟି.ଭିରେ ସୀତାହରଣ ଦୃଶ୍ୟ ଦେଖି ଭାବପ୍ରବଣ ହେଲେ ରାବଣ, ଭିଡିଓ ଭାଇରାଲ


ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ‘ରାମାୟଣ’ ଏବେ ୩୩ ବର୍ଷ ପରେ ପୁନଃପ୍ରସାରଣ ଆରମ୍ଭ ହୋଇଛି। ଏହାକୁ​‌ ଦେଖିବାପାଇଁ ପୂର୍ବେ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ରହିଥିଲା। ଆଉ ଏବେ ମଧ୍ୟ କରୋନା ଭାଇରସ୍ ଲକଡାଉନ୍ ସମୟରେ ଏହି ସିରିୟଲର ଲୋକପ୍ରିୟତା କମ୍ କିଛି କମ୍ ହୋଇନି। ଏହି ସିରିୟଲରେ ଅଭିନୟ କରୁଥିବା ସମସ୍ତ କଳାକାର ଏବେ ଦୀର୍ଘ ବର୍ଷ ପରେ ପୁଣି ଚର୍ଚ୍ଚାରେ ଆସିଛନ୍ତି। ସିରିୟଲରେ ରାବଣ ଭୂମିକାରେ ଅଭିନୟ କରିଥିବା ୮୪ ବର୍ଷୀୟ ଅରବିନ୍ଦ ତ୍ରିବେଦୀଙ୍କ ଭିଡିଓ ଏବେ ଭାଇରାଲ ହୋଇଛି। ଯେଉଁଥିରେ ଯେ, ଟିଭିରେ ସୀତାହରଣ ପ୍ରସଙ୍ଗ ଦେଖୁଛନ୍ତି। ତେବେ ସବୁଠାରୁ ବଡ କଥା ହେଲା ଟିଭି ସାମନାରେ ବସିଥିବା ଅରବିନ୍ଦ ସୀତା ମା’ଙ୍କ ଆଖିରେ ଲୁହ ଦେଖି ନିଜର ହାତ ଯୋଡି ଦେଇଥିଲେ।

ଅରବିନ୍ଦଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି। ସୀତାହରଣ କରିବା ବେଳେ ରାବଣ ଯେଉଁଭଳି ଅଟହାସ୍ୟ କରିଥିଲା ଓ ସୀତା କାନ୍ଦୁଥିଲେ ସେହି ସମୟର ଦୃଶ୍ୟ ଏତେ ବର୍ଷ ପରେ ଦେଖିବା ପରେ ଅରବିନ୍ଦ ଖୁବ୍ ଇମୋସନାଲ ହୋଇପଡିବା ସହ ନିଜର ହାତ ଯୋଡି ଦେଇଥିଲେ।


Share It

Comments are closed.