କୋଭିଡ୍‌-୧୯ର ମୁକାବିଲା ପାଇଁ ସେଭଲନର ନୂତନ ହେକ୍ସା ହ୍ୟାଣ୍ଡ ସାନିଟାଇଜର


ଭୁବନେଶ୍ୱର : କୋଭିଡ୍‌-୧୯ର ବଢୁଥିବା ସଂଖ୍ୟା ବର୍ତ୍ତମାନ ହାତ ସଫାରଖିବାର ଗୁରୁତ୍ୱକୁ ଅଧିକ ବଢାଇ ଦେଇଛି । ଏହି କାରଣରୁ ବଜାରରେ ବର୍ତ୍ତମାନ ହ୍ୟାଣ୍ଡ ୱାସ ଓ ସାନିଟାଇଜରର ଚାହିଦା ଅଧିକ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଆଇଟିିସି ସେଭଲନ ହେକ୍ସା ହ୍ୟାଣ୍ଡ ସାନିଟାଇଜର ଉପସ୍ଥାପନ କରିଛି । ଯାହା ଆଣ୍ଟିଭାଇରାଲ ଓ ଆଣ୍ଟିବ୍ୟାକ୍ଟେରିଆଲ ସାନିଟାଇଜର ହେବାସହ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଏହା ୯୯.୯୯ ପ୍ରତିଶତ ବ୍ୟାକ୍ଟେରିଆ ଓ ଫଙ୍ଗସରୁ ସୁରକ୍ଷା ପ୍ରଦାନ କରିଥାଏ । ସେଭଲନ ହେକ୍ସା ହ୍ୟାଣ୍ଡ ସାନିଟାଇଜର ୫୦୦ ମିଲି ପମ୍ପ ପ୍ୟାକର ମୂଲ୍ୟ ୨୫୦/-ଟଙ୍କା ହୋଇଥିବା ବେଳେ ୫୦୦ ମିଲି ରିଫିଲ୍ ପ୍ୟାକର ମୂଲ୍ୟ ୨୪୦/- ଟଙ୍କା ।
ଆଇଟିସି ଲିମିଟେଡ୍‌, ପର୍ସନାଲ କେୟାର ପ୍ରଡକ୍ଟସ୍ ବିଜନେସ୍ ଡିଭିଜନ୍‌ର, ମୁଖ୍ୟ ପରିଚାଳକ, ଶ୍ରୀଯୁକ୍ତ ସମିର ସତପଥି କହିଛନ୍ତି ଯେ, “ ଏହି ଜଟିଳ ପରିସ୍ଥିତିରେ ଆମେ ସମସ୍ତଙ୍କ ସେବା କରିପାରୁ ଥିବାରୁ ନିଜକୁ ବହୁତ ଧନ୍ୟ ମନେ କରୁଛୁ । ଆମେ ହେକ୍ସା ହ୍ୟାଣ୍ଡ ସାନିଟାଇଜର ବଜାରରେ ଉପସ୍ଥାପନ କରିଥିବାରୁ ଗର୍ବିତ ଏହା ଶିଘ୍ର ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥାଏ । ସେଭଲନ ହେକ୍ସାକୁ କୋଭିଡ୍‌-୧୯ର ଏହି ପରିସ୍ଥିତିରେ ବିଶ୍ୱସ୍ତ, ପ୍ରଭାବଶୀଳ ଓ ସୁରକ୍ଷା ପ୍ରଦାନକାରି ଉତ୍ପାଦ ରୂପେ ତିଆରି କରାଯାଇଛି ।”


Share It

Comments are closed.