ବ୍ରହ୍ମୋସ ମିସାଇଲ ପରୀକ୍ଷଣର ଭିଡିଓ ଜାରି କଲା ଭାରତୀୟ ନୌସେନା, ଦେଖନ୍ତୁ ଭିଡିଓ
ଭାରତୀୟ ନୌସେନା ରବିବାର ଦିନ ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କୄଜ ମିସାଇଲର ସଫଳ ପରୀକ୍ଷଣ କରିଛି। ନୌସେନା ଆରବ ସାଗରରେ ଯୁଦ୍ଧ ଜାହାଜ ଆଇଏନଏସ୍ ଚେନ୍ନାଇରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା। ତେବେ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ବେଳେ ଟାର୍ଗେଟ୍ରେ ପହଞ୍ଚିବାରେ ସଫଳ ହୋଇଛି। ଆରବ ସାଗରରେ ଏକ ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରିଛି ବ୍ରହ୍ମୋସ୍। ଏନେଇ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଅର୍ଗାନାଇଜେସନ୍( ଡିଆରଡିଓ) ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ନୌସେନା ଏହି ପରୀକ୍ଷଣର ଏକ ଭିଡିଓ ସେୟାର କରିଛି। ଏହି ଭିଡିଓ ଦେଖିଲି ବ୍ରହ୍ମୋସର ଶକ୍ତି ଓ ସାମର୍ଥ୍ୟ ଅନ୍ଦାଜା କରିହେବ।
#IndianNavy Guided Missile Destroyer #INSChennai fired #BrahMos supersonic AShM during ongoing #WesternFleet exercises. Target engaged at max range, with destructive effect.#AtmaNirbharBharat @SpokespersonMoD @DefenceMinIndia @PMOIndia @DRDO_India pic.twitter.com/i0rErDkibz
— SpokespersonNavy (@indiannavy) October 19, 2020
ରବିବାର ଦିନ ହୋଇଥିବା ପରୀକ୍ଷଣରେ ବ୍ରହ୍ମୋସ୍ ମିସାଇଲ୍ ସଠିକତାରର ସହ ନିଜ ଲକ୍ଷ୍ୟ ଭେଦ କରିଥିଲା। ଏହାଦ୍ୱାରା ନୌସେନାର ଶକ୍ତି କେତେ ଗୁଣ ବୃଦ୍ଧି ପାଇଛି। ଏହି ଆଣ୍ଟି ଶିପ୍ ମିସାଇଲକୁ ଯୁଦ୍ଧ ଜାହାଜରେ ସୁରକ୍ଷା ପାଇଁ ଲଗାଯିବ। ଏହା ଅଧିକ ଦୂରତା ସମ୍ପନ୍ନ ଘାତକ ମିସାଇଲ। ଆଇଏନଏସ ଚେନ୍ନାଇ ସ୍ୱଦେଶୀ କ୍ଷେପଣାସ୍ତ୍ର। ସେପ୍ଟେମ୍ବର ୩୦ ତାରିଖରେ ଭାରତୀୟ ନୌସେନା ସୁପରସୋନିକ କୄଜ୍ ମିସାଇଲ୍ ବ୍ରହ୍ମୋସର ଅନ୍ୟ ଏକ ସଂସ୍କରଣର ପରୀକ୍ଷଣ ମଧ୍ୟ କରିସାରିଛି। ବ୍ରହ୍ମୋସ୍ ଏତେ ଶକ୍ତିଶାଳୀ ଯେ ବିମାନବାହକ ପୋତ ମଧ୍ୟ କ୍ଷଣକେ ଧ୍ୱଂସ କରିପାରିବ। ଆକ୍ରମଣାତ୍ମକ ହେବା ସହ ଏହା ବହୁତ କ୍ଷମତା ସମ୍ପନ୍ନ ମଧ୍ୟ। ଏହି ମିସାଇଲ ଧ୍ୱନି ଗତିରେ ପାଖାପାଖି ୩ ଗୁଣ ଅଧିକ ଦ୍ରୁତ ଗତିରେ ଲକ୍ଷ୍ୟ ଭେଦ କରିପାରେ। ବ୍ରହ୍ମୋସ୍ ଟୁ ଷ୍ଟେଜ ମିସାଇଲ୍। ଏହାର ପ୍ରଥମ ଷ୍ଟେଜ ବା ସ୍ଥରରେ ସଲିଡ଼୍ ପ୍ରୋପେଲେଣ୍ଟ ବୁଷ୍ଟର୍ ଇଞ୍ଜିନ୍ ଲାଗିଛି ଯାହା ଏହାକୁ ସୁପରସୋ୍ନିକ ସ୍ପିଡ଼ ଦେଇଥାଏ।
Comments are closed.