ରାଜ୍ୟରେ ୧୯୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ


ଓଡ଼ିଶାରେ କରୋନା ସଂକ୍ରମଣ ଦର ହ୍ରାସ ହୋଇଚାଲିଛି । ବିଗତ ଦିନଗୁଡ଼ିକ ତୁଳନାରେ ଦୈନିକ ସଂକ୍ରମଣ ମାତ୍ରା ଖୁବ୍‌ କମ୍‌ ରହୁଛି । ସଂକ୍ରମିତଙ୍କ ସହ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ କମି ଚାଲିଛି ।୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୯୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୮୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୦ଟି ଜିଲ୍ଲାରୁ ୧୯୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖେର୍ଦ୍ଧାରୁ ୨୨୧ ଜଣ, ନୂଆପଡ଼ାରୁ ୧୨୮ ଜଣ, କଟକରୁ ୧୧୧ ଜଣ, ଅନୁଗୁଳରୁ ୧୦୯ ଜଣ,କେନ୍ଦ୍ରାପଡ଼ାରୁ ୧୦୬ ଜଣ, ସୁନ୍ଦରଗଡ଼ରୁ ୧୦୦ ଜଣ, ମୟୂରଭଞ୍ଜରୁ ୯୩ ଜଣ, ବାଲେଶ୍ୱରରୁ ୯୦ ଜଣ, କଳାହାଣ୍ଡିରୁ ୭୬ ଜଣ, ଜଗତସିଂହପୁର ଓ ସୋନପୁରରୁ ୭୩ ଜଣ ଲେଖାଏଁ, ବାଲାଙ୍ଗୀରରୁ ୬୬ ଜଣ,କେନ୍ଦୁଝରରୁ ୫୬ ଜଣ, ଝାରସୁଗୁଡ଼ାରୁ ୫୧ ଜଣ, ଢ଼େଙ୍କାନାଳରୁ ୫୦ ଜଣ,ପୁରୀରୁ ୪୯ ଜଣ, ଯାଜପୁରରୁ ୪୯ ଜଣ,ସମ୍ବଲପୁରରୁ ୪୪ ଜଣ ନବରଙ୍ଗପୁରୁ ୪୩ ଜଣ, ଗଞ୍ଜାମରୁ ୩୯ ଜଣ,କୋରାପୁଟରୁ ୩୬ ଜଣ, ବରଗଡ଼ରୁ ୩୫ ଜଣ,ନୟାଗଡ଼ରୁ ୩୨ ଜଣ, ମାଲକାନଗିରିରୁ ୩୦ ଜଣ, ବୌଦ୍ଧରୁ ୨୪ ଜଣ, ଦେବଗଡ଼ରୁ ୨୧ ଜଣ, ଭଦ୍ରକରୁ ୧୯ ଜଣ,କନ୍ଧମାଳରୁ ୧୮ ଜଣ,ରାୟଗଡ଼ାରୁ ୧୭ ଜଣ,ଗଜପତିରୁ ୨ଜଣ ଏବଂ ଷ୍ଟୋଟ୍ ପୋଲରୁ ୪୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୭୨ ହଜାର ୨୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୧ ହଜାର ୪୫୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୪୯ ହଜାର ୫୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୧ ଲକ୍ଷ ୧୭ ହଜାର ୦୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.