ପାକିସ୍ତାନରେ ରାଜନୈତିକ ସଙ୍କଟ, ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକଜୁଟ ହେଲେ ସମସ୍ତ ବିରୋଧୀ ଦଳ


ପାକିସ୍ତାନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଛନ୍ତି ଆଉ ଇମ୍ରାନ ଖାନଙ୍କୁ ତଡ଼ିବା ପାଇଁ ରଣ ହୁଂକାର ଦେଉଛନ୍ତି। ଆଉ ଏତିକିବେଳେ ଇମ୍ରାନ ବି ଏମିତି ଚାଲ୍ ଖେଳିଛନ୍ତି ଯେଉଁଥିରେ ବିରୋଧୀ ଅକଳରେ ପଡ଼ିଛନ୍ତି। ଇମ୍ରାନଙ୍କୁ ଗାଦି ଛାଡ଼ିବା ଲାଗି ଚ୍ୟାଲେଞ୍ଜ ଦେଲେ ନୱାଜ ସରିଫଙ୍କ ଝିଅ ଓ ୨୪ ଘଣ୍ଟା ଭିତରେ ମିରୱାଜଙ୍କ ପତି ସଫଦାର ଆୱାମଙ୍କୁ ଗିରଫ କରିଛି ପୋଲିସ । ଗତକାଲି କରାଚୀରେ ୧୧ ବିରୋଧୀ ଦଳ ଏକାଠି ହୋଇ ଗଠନ କରିଛନ୍ତି ପିପୁଲ୍ସସ ଡେମୋକ୍ରିଟିକ୍ ମୁଭମେଣ୍ଟ। ଇମ୍ରାନ ଖାନଙ୍କ ବିରୋଧରେ ଏହି ସାମ୍ମୁଖ୍ୟ ଭିନ୍ନ ଭିନ୍ନ ସ୍ଥାନରେ ରାଲି କରୁଛି। ଗତକାଲି କରାଚୀରେ ହୋଇଥିଲା ବିଶାଳ ରାଲି, ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ (ଏନ) ପକ୍ଷରୁ ତାଙ୍କ ଝିଅ ଓ ଜ୍ୱାଇଁ ଏଥିରେ ସାମିଲ ହୋଇଥିଲେ।

ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଏବଂ ଜେୟୁଆଇଏଫର ମୌଲାନା ଫଜଲୁର ରହମ୍ମନ ବି ଇମ୍ରାନଙ୍କ ବିରୋଧରେ ରଣ ହୁଂକାର ଦେଇଥିଲେ। ଆଉ ଏହାର କିଛି ସମୟ ପରେ ସଫଦାର ଆୱାମ ଯେଉଁ ହୋଟେଲରେ ରହୁଥିଲେ ସେହି ହୋଟେଲରେ ପୋଲିସ ଧସେଇ ପ୍ରବେଶ କରିଥିଲା ଓ ତାଙ୍କୁ ଗିରଫ କରିଥିଲା। ଗତକାଲି ଇମ୍ରାନଙ୍କ ପାର୍ଟିର ସଦସ୍ୟ ସଫଦାର ଆୱାମଙ୍କ ସହ ୨୦୦ ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଥିଲା ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଛି। ତେବେ ବିରୋଧୀ ଯେଉଁଭଳି ଭାବେ ଏକାଠି ହେଉଛନ୍ତି ଏଥିରେ ଇମ୍ରାନଙ୍କ ଗାଦି ଟଳମଳ ହେଲାଣି। କିନ୍ତୁ ଉଭୟ ପକ୍ଷଙ୍କର ଗୋଟିଏ କଥା ଯେ ଅପରପକ୍ଷ ନରେନ୍ଦ୍ର ମୋଦିଙ୍କ କଥା କହୁଛନ୍ତି, ଭାରତର ଭାଷା କହୁଛନ୍ତି। ଯାହାକୁ ନେଇ ବିରୋଧୀ ଇମ୍ରାନଙ୍କୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ଇମ୍ରାନ ବି ପତ୍ରେ ପତ୍ରେ ଯାଇ ବିରୋଧୀଙ୍କୁ ବେକରେ ପଘା ପକାଇବାକୁ ଯୋଜନା କରି ରଖିଛନ୍ତି।


Share It

Comments are closed.