ମ୍ୟାଚ ଚାଲୁଥିବା ସମୟରେ ରାଗିଗଲେ କ୍ୟାପଟେନ କୁଲ
[vc_row][vc_column][vc_column_text]ମଙ୍ଗଳବାର ଦିନ ଏସିଆ କପର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଏବଂ ରୌମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚଟି ଭାରତ ପାଇଁ ସେତେଟା ଗୁରୁତ୍ତ୍ୱପୂର୍ଣ୍ଣ ହୋଇନଥିଲେ ମଧ୍ୟ ଆଫଗାନିସ୍ଥାନ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ଥିଲା । ଭାରତ ପ୍ରଦର୍ଶନ ଦୃଷ୍ଟିରୁ ବିଜୟ ଦାବିଦାର ଥିଲେବି ଶେଷରେ ମ୍ୟାଚଟି ‘ଟାଇ’ ହୋଇଯାଇଥିଲା । ଏହି ମ୍ୟାଚରେ ଭାରତ ସର୍ବପ୍ରଥମେ ଭଲ ପ୍ରଦର୍ଶନ କରିଚାଲିଥିବାବେଳେ ଶେଷ ଆଡକୁ ୱିକେଟର ପତନ ଘଟିଥିଲା । ଶେଷରେ ପରିସ୍ଥିତ ଏଭଳି ହୋଇଯାଇଥିଲା ଯେ, ଭାରତ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଥିଲା । ତେବେ ଦର୍ଶକମାନେ ଗତ ମଙ୍ଗଳବାର ଏଭଳି ଏହି ରୋମାଞ୍ଚକର ମ୍ୟାଚ ଦେଖିବାକୁ ପାଇବା ସହ ପୁଣି ଥରେ ଭାରତର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟତ୍ୱକୁ ମଧ୍ୟ ଦେଖିବାକୁ ପାଇଥିଲେ ।
ତେବେ ଏଭଳି ଏକ ରୌମାଞ୍ଚକର ମ୍ୟାଚକୁ କ୍ରିକେଟ ପ୍ରେମୀମାନେ ପୁନଃ ଦେଖିବା କଥା ଭାବିବା କଷ୍ଟକର । ପ୍ରଥମେ ଆଫଗାନିସ୍ଥାନ ଟିମ ୮ ୱିକେଟ ହରାଇ ୨୫୨ ରନ ସଂଗ୍ରହ କରିଥିବାବେଳେ ଭାରତୀୟ ଦଳ ସମସ୍ତ ୱିକେଟ ହରାଇ ୨୫୨ ରନ ସଂଗ୍ରହ କରିଥିଲା । ଯାହାଫଳରେ ମ୍ୟାଚଟି ‘ଟାଇ’ ହୋଇଯାଇଥିଲା ।
ତେବେ ମ୍ୟାଚଟି ରୌମାଞ୍ଚକର ମୁଡରେ ଥିବାବେଳେ ଏହି ସମୟରେ ଧୋନି ଅଧିନାୟକତାରେ ଆଉ ଏକ ଚିତାକର୍ଷକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଧୋନି ଗତ କାଲି ନିଜର ୨୦୦ ମ୍ୟାଚ ଖେଳୁଥିଲେ । ମ୍ୟାଚ ଚାଲୁଥିବା ସମୟରେ ଧୋନି କୁଲଦୀପ ଯାଦବଙ୍କୁ ସମସ୍ତଙ୍କ ସାମନାରେ ଲଜ୍ଜିତ କରିଥିଲେ । ମ୍ୟାଚ ଚାଲୁଥିବା ସମୟରେ ଧୋନି କୁଲଦୀପ ଯାଦବଙ୍କୁ ବୋଲିଂ କରିବା ପାଇଁ କହିଥିଲେ କିନ୍ତୁ କୁଲଦୀପ ଯାଦବ ଧୋନିଙ୍କୁ ଫିଲ୍ଡି ଚେଞ୍ଜ କରିବା ପାଇଁ କହିବାରୁ ଧୋନି ରାଗିଯାଇଥିଲେ ଏବଂ ଏହାର ପ୍ରତି ଉତ୍ତରରେ ଧୋନି କହିଥିଲେ “ବୋଲିଂ କରେଗା ୟା ଫିର ବୋଲିଂ ଚେଞ୍ଜ କରେ ।”[/vc_column_text][vc_video link=”https://twitter.com/iamkhurrum12/status/1044636622480969728″][vc_column_text]ପ୍ରକୃତ କଥା ହେଉଛି ଏହା ଯେ, କୁଲଦୀପ ଯାଦବ ବୋଲିଂ କରୁଥିବା ସମୟରେ ତାଙ୍କ ମନ ମୁତାବକ ଫିଲ୍ଡି ଚେଞ୍ଜ କରିବା ପାଇଁ କହିଥିଲେ କିନ୍ତୁ ଧୋନି ଏହାକୁ କର୍ଣ୍ଣପାତ କରିନଥିଲେ ପରେ କୁଦୀପ ବାରମ୍ବାର ଧୋନିଙ୍କୁ ଏହି କଥା କହିବାରୁ ଧୋନି ରାଗି ଯାଇ ଏହିଭିଳି କଥା କଲୁଦୀପ ଯାଦବଙ୍କୁ କହିଥିଲେ, ଯାହାକି ୱିକେଟ ଲାଗିଥିବା ମାଇକରେ ରେକର୍ଡ ହୋଇଯାଇଥିଲା ।[/vc_column_text][/vc_column][/vc_row]
Comments are closed.