ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଇନା


ଭାରତୀୟ ଷ୍ଟାର ବ୍ୟାଟମିଟନ ଖେଳାଳୀ ସାଇନା ନେହୱାଲ ବର୍ତ୍ତମାନ ତାଙ୍କର ସାଥୀ ଖେଳାଳୀ ପି. କଶ୍ୟପଙ୍କୁ ବିବାହ କରିବାକୁ ଯାଉଛନ୍ତି । ଇଂରାଜି ପତ୍ରିକା ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୮ ବର୍ଷିୟା ସାଇନା ନେହୱାଲ ତାଙ୍କର ସାଥୀ ଖେଳାଳୀ ପି. କଶ୍ୟପଙ୍କୁ ୧୬ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି ।
ତାଙ୍କର ଏହି ବିବାହରେ କେବଳ ନିକଟ ସମ୍ପର୍କୟଙ୍କୁ ନିମନ୍ତ୍ରଣ  ରହିଥିବାବେଳେ ଉଭୟ ୨୧ ଡିସମ୍ବେରରେ ଏକ ରିସେପନସନ ପାର୍ଟିର ଆୟୋଜନ ମଧ୍ୟ କରୁଛନ୍ତି, ଯେଉଁଥିରେ କ୍ରୀଡା, ଚଳଚିତ୍ର ଏବଂ ରାଜନୀତି ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାର ଅନୁମାନ କରାଯାଉଛି ।
ପ୍ରକାଶ ଥାଉକି, ବ୍ୟାଟମିଟନ କୋର୍ଟର ଏହି ଦୁଇ ସାଥୀ ବିଗତ ୧୦ ବର୍ଷ ହେବ ପରସ୍ପରକୁ ଡେଟ କରି ଆସୁଛନ୍ତି କିନ୍ତୁ କେବେକି ଗଣମାଧ୍ୟମ ସାମନାରେ ନିଜ ସମ୍ପର୍କ ସଂପର୍କକୁ ନେଇ ମୁହଁ ଖୋଲିନଥିଲେ । ଉଭୟ ଟେନିସ କୋର୍ଟରେ ଭଲ ପ୍ରାକ୍ଟିସ ପାର୍ଟନର ରୂପେ ଭଭୟ ସବୁବେଳେ ଚର୍ଚ୍ଚାରେ ରହିଆସନ୍ତି ।
ସାନିଆ ଏବଂ କଶ୍ୟପଙ୍କ ପ୍ରଥମ ସାକ୍ଷାତ ପୁଲେଲା ଗୋପିଚାନ୍ଦର ଟ୍ରେନିଙ୍ଗ କ୍ୟାମ୍ପରେ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ନିଜ ନିଜର ଖେଳକୁ ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନସୁଦ୍ଧା ସେ ନିଜ ସମ୍ପର୍କକୁ ନେଇ କେବେବି ମୁହଁ ଖୋଲି ନାହାନ୍ତି ।
ପ୍ରକାଶ ଥାଉକି, ବ୍ୟାଟମିଟନ ଷ୍ଟାର ସାଇନା ନେହୱାଲ ବର୍ତ୍ତମାନ ୱାର୍ଲଡ ବ୍ୟାଟମିଟନ ରେଟିଙ୍ଗରେ ୧୦ମ ସ୍ଥାନରେ ରହିଥିବାବେଳେ କଶ୍ୟପ ୫୭ତମ ସ୍ଥାନରେ ଅଛନ୍ତି । ଉଭୟ ହାଇଦ୍ରାବାଦର ନିବାସୀ ଅଟନ୍ତି ।


Share It

Comments are closed.