ଟାଇଗରଙ୍କୁ ଛାଡି ଏମାନଙ୍କ ସହ ଭାଲେଣ୍ଟାଇନ ଡେ’ ପାଳନ କରୁଛନ୍ତି ଦିଶା


ଭାଲେଣ୍ଟାଇନ ଡେ’କୁ ନେଇ ଆଜି ସମସ୍ତ ଚଳ ଚଞ୍ଚଳ ଥିବାବେଳେ ଆଜିର ଏହି ଦିନରେ ଲୋକେ ନିଜ ପ୍ରିୟ ସାଥୀଙ୍କପ କିଛି ସ୍ୱତନ୍ତ୍ର ଉପହାର ଦେଇ ସରପ୍ରାଇଜ କରିବା ପାଇଁ ପସନ୍ଦ କରିଥାନ୍ତି । ପ୍ରାୟତଃ କୁହାଯାଏ ଯେ, ଭାଲେଣ୍ଟାଇନ ଡେ ପ୍ରେମୀ ଯୁଗଳଙ୍କ ପାଇଁ ସ୍ୱତନ୍ତ୍ର ଅଟେ । ବଲିଉଡରେ ମଧ୍ୟ ଏହି ଦିନକୁ ଆଡମ୍ବରରେ ପାଳନ କରାଯାଏ । ବଲିଉଡ କପଲ୍ସ ଏହି ଦିନକୁ ହାତ ଛଡା ନକରି ନିଜର ପ୍ରିୟ ସାଥୀଙ୍କ ସହ କିଛି ବିଶେଷ ମୂହୂର୍ତ୍ତ ବିତାଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଏହି ମଧ୍ୟ ବଲିଉଡ ଅଭିନେତ୍ରୀ ତଥା ଟାଇଗର ସର୍ଫଙ୍କ ଗାର୍ଲଫ୍ରେଣ୍ଡ ଦିଶା ପାଠନୀ ମଧ୍ୟ ଏହି ବିଶେଷ ଦିନକୁ ନେଇ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । କେବଳ ଏତିକି ନୁହେଁ ଦିଶା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ନିଜ ପ୍ରିୟ ଲୋକଙ୍କ ସହ ଏହି ସ୍ୱତନ୍ତ୍ର ଦିନକୁ ପାଳନ କରୁଥିବାର ସୂଚନା ମଧ୍ୟ ଦେଇଛନ୍ତି ।

ଦିଶା ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ମଲଙ୍ଗର ଟିମ ସହ ଅଛନ୍ତି ଏବଂ ସେ ତାଙ୍କରି ସହ ଏହି ସ୍ୱତନ୍ତ୍ର ଦିନଟିକୁ ପାଳନ କରିଛନ୍ତି । ଦିଶାଙ୍କ ପକ୍ଷରୁ ସେୟାର କରାଯାଇଥିବା ଏହି ଫଟୋରେ ଫିଲ୍ମରେ ତାଙ୍କ କୋ-ଷ୍ଟାର ଆଦିତ୍ୟ କପୁର, ଅନିଲ କପୁର, କୁନାଲ ଖେମୁ, ଅମୃତା ଖାନଙ୍କୁ ଦେଖିବାକୁ ମିଳୁଛି । ଫଟୋର କ୍ୟାପସନରେ ଦିଶା ଲେଖିଛନ୍ତି ଯେ, ଭାଲେଣ୍ଟାଇନ ଡେ’ ମୋର ସବୁଠାରୁ ପ୍ରିୟ ଲୋକଙ୍କ ସହ ।


Share It

Comments are closed.