ଭୁବନେଶ୍ୱରରେ ଏୟାରଟେଲର ନେକ୍ସଟ-ଜେନ ଷ୍ଟୋର ଉଦଘାଟିତ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ (“”ଏୟାରଟେଲ”) ପକ୍ଷରୁ ଓଡ଼ିଶାର ଭୂବନେଶ୍ୱରସ୍ଥିତ ଇନ୍ଦ୍ରଧନୁ ମାର୍କେଟ ଠାରେ ଏକ ନୂତନ ନେକ୍ସଟ-ଜେନ ଏୟାରଟେଲ ଷ୍ଟୋରର ଉଦ୍‌ଘାଟନର କରାଯାଇଛି । ଏୟାରଟେଲ ନେକ୍ସଟ-ଜେନ ଷ୍ଟୋର ଗ୍ରାହକମାନଙ୍କକୁ ଏକ ସୁନ୍ଦର ଅନୁଭୂତି ଯୋଗାଇ ସେମାନଙ୍କ ସହିତ ନିଜର ପ୍ରତ୍ୟେକ ସାକ୍ଷାତକାରକୁ ଉକ୍‌ôୃଷ୍ଟ କରିବା ନିମନ୍ତେ ଲକ୍ଷ୍ୟ ରଖିଛି । ଏହି ଏୟାରଟେଲ ନେକ୍ସଟ-ଜେନ ଷ୍ଟୋର ଦୀର୍ଘବ୍ୟାପୀ ଗ୍ରାହକ ସମ୍ପର୍କ ଉପରେ ଧ୍ୟାନକୈନ୍ଦ୍ରିକତା ସହିତ ଗ୍ରାହକ ଅନୁଭୂତି କ୍ଷେତ୍ରରେ ଏକ ନୂତନ ଛାପ ସୃଷ୍ଟି କରିଛି । ଇନ୍ଦ୍ରଧନୁ ମାର୍କେଟ ଠାରେ ଏହି ଫ୍ଲାଗସିପ ନେକ୍ସଟ-ଜେନ ଏୟାରଟେଲ ଷ୍ଟୋରର ଉନ୍ମୋଚନ ସହିତ ଏୟାରଟେଲ ପକ୍ଷରୁ ଓଡ଼ିଶାରେ ବର୍ତ୍ତମାନ ତିନୋଟି ଷ୍ଟୋର ରହିଛି (ଅନ୍ୟାନ୍ୟ ଷ୍ଟୋର ହେଉଛି ଭୁବନେଶ୍ୱରସ୍ଥିତ ସହିଦନଗର ଏବଂ ବ୍ରହ୍ମପୁରରେ) । ଆଗାମୀ ମାସଗୁଡ଼ିରେ ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ଏୟାରଟେଲ ଆହୁରି ଅଧିକ ନେକ୍ସଟ-ଜେନ ଷ୍ଟୋର ଖୋଲିବାର ଯୋଜନା ରଖିଛି ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲ, କର୍ଣ୍ଣାଟକ ଏବଂ ଓଡ଼ିଶା-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରେନ୍ଦ୍ରନ କହିଛନ୍ତି ଯେ, “” ଓଡ଼ିଶାରେ ଆମର ତୃତୀୟ ନେକ୍ସଟ-ଜେନ ଷ୍ଟୋର ଉନ୍ମୋଚନ କରି ଏବଂ ଆମର ଗ୍ରାହକମାନଙ୍କ ପାଇଁ ଉନ୍ନତ ମାନର ରିଟେଲ ଅନୁଭୂତି ନେଇ ଆଣି ଆମେ ବେଶ ଆନନ୍ଦିତ । ଏହି ନେକ୍ସଟ-ଜେନ ଫର୍ମାଟ ଜରିଆରେ ଏହି ସମ୍ପର୍କ ପାଇଁ ଆମେ ବିଶେଷ ଜ୍ଞାନ ଏବଂ କୌଶଳ ନେଇଆସିଥିବାବେଳେ ଅଭିନବତା ଓ ଉଲ୍ଲେଖନୀୟ ଗ୍ରାହକସେବା ଯୋଗାଇଦେବା ପାଇଁ ଆଶା ରଖିଛୁ ।”
ଏହି ନେକ୍ସଟ-ଜେନ ଏୟାରଟେଲ ଷ୍ଟୋର ୟୁକେ ଆଧାରିତ ୮ ଇଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଡିଜାଇନ ଦୃଷ୍ଟିରୁ ଏହି ଷ୍ଟୋରଗୁଡ଼ିକ ଖୋଲା ଓ ଅତି କ୍ଷୁଦ୍ର ହୋଇଥିବାବେଳେ ଏହା ଗ୍ରାହକ ଓ ବ୍ରାଣ୍ଡ ମଧ୍ୟରେ ଥିବା ସମସ୍ତ ବ୍ୟବଧାନକୁ ଦୂର କରିଦେଇଥାଏ । ଏହାବାଦ ଏହାର ସେୟାର, କ୍ରିଏଟ ଏବଂ ଏକ୍ସପିରିଏନ୍ସ ଚିନ୍ତାଧାରା ମାଧ୍ୟମରେ ଗ୍ରାହକଙ୍କ ଅନୁଭୂତିକୁ ଉନ୍ନତ ରୂପେ ସମର୍ଥ କରାଇବା ପାଇଁ ଉନ୍ନତ ତଥା ଆଧୁନିକ ଟେକ୍ନୋଲୋଜିର ବ୍ୟବହାର କରିଥାଏ । ଏୟାରଟେଲର କର୍ମଚାରୀମାନେ “ଏୟାରଟେଲ ଫ୍ରେଣ୍ଡସ’ ଭାବେ ପରିଚିତ ଯେଉଁମାନଙ୍କୁ ଏକ ଦକ୍ଷ ଏବଂ ଉତ୍ତମ ଅନୁଭୂତି ସେବା ଯୋଗଇଦେବା ନିମନ୍ତେ ସମର୍ଥ କରାଯାଇଥାଏ । ସମ୍ପୂର୍ଣ୍ଣ ରୂପେ ପେପରଲେସ ଏହି ଷ୍ଟୋର ଏହାର କଥୋପକଥନ ହବ୍ ପାଇଁ ଗର୍ବିତ ଯେଉଁଠାରେ ଏହାର “”ଏୟାରଟେଲ ଫ୍ରେଣ୍ଡ” ଙ୍କ ସହିତ ଏୟାରଟେଲର ଗ୍ରାହକମାନେ ନିଜର ଯେକୌଣସି ପ୍ରଶ୍ନ ସମ୍ପର୍କରେ ଆରାମରେ କଥାହୋଇପାରିବେ ।


Share It

Comments are closed.