ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ, ଶ୍ରଦ୍ଧାଞ୍ଜଳୀ ଦେଇ ଶହୀଦଙ୍କୁ ମନେ ପକାଇଲେ ସାଥୀ ଯବାନ


ପୁଲୱାମା ଆକ୍ରମଣକୁ ଆଜି ବର୍ଷେ ପୂରୁଥିବାବେଳେ ଶହୀଦ ୪୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ତାଙ୍କ ସ୍ମୃତିରେ ଆଜି ମେମୋରିଆଲର ଉଦଘାଟନ ହେବାକୁ ଯାଉଛି । ସେପଟେ ବିରୋଧୀ ଦଳ ନେତା ଏହାର କୌଣସି ଆବଶ୍ୟକତା ନଥିବା ବୋଲି ଦାବୀ କରୁଥିବା ବେଳେ ଦୀର୍ଘ ୧ ବର୍ଷ ପରେ ମଧ୍ୟ ସେମାନେ ଆଇଡିଏକ୍ସ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ।
ଠିକ୍ ବର୍ଷକ ତଳେ ଆଜିର ଦିନରେ ଜାମ୍ମୁ-କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରସିଏଫ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାକୁ ୧ ବର୍ଷ ପୂରିଥିବାବେଳେ ସାରା ଦେଶ ଶୁକ୍ରବାର ଶହୀଦ ଯବାନମାନଙ୍କୁ ସଲାମ କରୁଛି। ଶ୍ରୀନଗରର ଲେଥପୋରା କ୍ୟାମ୍ପରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆକ୍ରମଣରେ ବର୍ତ୍ତିଯାଇଥିବା ଯବାନମାନେ ପହଞ୍ଚି ଶହୀଦମାନଙ୍କୁ ସ୍ମୃତିଚାରଣ କରିଛନ୍ତି। ଶହୀଦମାନଙ୍କୁ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ଏଠାରେ ଏକ ସ୍ମାରକ ନିର୍ମାଣ କରାଯାଉଛି। ମହାରାଷ୍ଟ୍ରର ଉମେଶ ଯାଦବ ଏଠାକୁ ଏକ କଳସ ପ୍ରଦାନ କରିଛନ୍ତି, ଯେଉଁଥିରେ ସମସ୍ତ ୪୦ ଯବାନଙ୍କ ଘରର ମାଟି ରହିଛି। କଳସଟିକୁ ସ୍ମାରକରେ ରଖାଯିବ।


Share It

Comments are closed.