ନିମ୍ବର କିଛି ଆଶ୍ଚର୍ଯଜନକ ଲାଭକାରୀତା ସଂପର୍କରେ ଜାଣନ୍ତି କି?


ବହୁ ପୁରାତନ କାଳରୁ ଲିମ୍ବ ବହୁ ପ୍ରକାରର କାର୍ଯ୍ୟରେ ବ୍ୟବହାର କରାଯାଇ ଆସୁଛି । ଏହା ଓøଷଧ ପ୍ରସ୍ତୁତିରେ, ପୂଜାପାଠରେ, ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାର ବହୁ ପ୍ରକାରର ଉପକାରିତା ରହିଛି ଯାହା ସ୍ୱାସ୍ଥ୍ୟ, କେଶ ଏବଂ ତ୍ୱଚା ପାଇଁ ଉପଯୁକ୍ତ । ଲିମ୍ବ ଭାରତରେ ମିଳୁଥିବା ସାଧାରଣ ଗଛ । ଲିମ୍ବ ଗଛରୁ ମୂଳ ଠାରୁ ଆରମ୍ଭ କରି ପତ୍ର ଡାଳ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଆସିଥାଏ । ପୌରାଣିକ ଆଖ୍ୟାରେ ମଧ୍ୟ ଲିମ୍ବ ଗଛରେ ଭଗବାନଙ୍କ ବାସ ଅଛି ବୋଲି କୁହାଯାଏ । ପୁରୀର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ଏହି ଲିମ୍ବ ଗଛର କାଠରୁ ପ୍ରସ୍ତୁତ ହୋଇଥାଏ । ଲିମ୍ବର ବହୁ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ରହିଛି ଯାହା ଶରୀରରେ ବହୁ ପ୍ରକାରର ରୋଗ ନିରାକରଣରେ ବ୍ୟବହାର କରାଯାଏ । ଆସନ୍ତୁ ଜାଣିବା ଏହାର ବ୍ୟବହାର ଏବଂ ଉପକାରିତା ସମ୍ପର୍କରେ ।

୧. ଆଣ୍ଟିବ୍ୟାକ୍ଟେରିଆଲ କ୍ଷମତା – ଲିମ୍ବ ତେଲ, ପତ୍ର, ଫୁଲରେ ବହୁ ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଚର୍ମ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ଚର୍ମ ରୋଗରୁ ରକ୍ଷା ପାଇବା ପାଇଁ ଲିମ୍ବର ପେଷ୍ଟ, ଲିମ୍ବ ତେଲ ଇତ୍ୟାଦି ବ୍ୟବହାର କରନ୍ତୁ ଏବଂ ଏହାର ଫୁଲ ଆପଣ ଖାଦ୍ୟ ହିସାବରେ ମଧ୍ୟ ବ୍ୟବହାର କରିପାରିବେ । ବଜାରରେ ବହୁ ପ୍ରକାରର ନିମ ଫେସୱାସ ମିଳିଥାଏ, ଆପଣ ଚାହିଁଲେ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଲିମ୍ବକୁ ପାଣିରେ ଫୁଟାଇ ଏହାକୁ ଥଣ୍ଡା କରି ଫେସୱାସ ପରି ବ୍ୟବହାର କରନ୍ତୁ ।

୨. ରୁପି କମ କରିବାରେ ସାହାଯ୍ୟ କରେ – ଲିମ୍ବର ଆଣ୍ଟିବ୍ୟାକେଟରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣ ପାଇଁ ଏହା ବହୁ ପ୍ରକାରର ତେଲ ଏବଂ ସାମ୍ପ୍ୟୁରେ ବ୍ୟବହାର କରାଯାଏ । ଆପଣ ଘରେ ଲିମ୍ବର ପେଷ୍ଟ କରି କେଶରେ ମଧ୍ୟ ଲଗାଇ ପାରିବେ ଏହା କେଶକୁ ହାଇଡ୍ରେଟେଡ କରିବା ସହିତ କେଶରେ ରୁପିର ସମସ୍ୟାକୁ କମ କରିଥାଏ ଏବଂ କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ ।

୩. ଶରୀରକୁ ଡେଟୋକ୍ସିଫାଏ କରିଥାଏ – ଯଦି ଆପଣ ଲିମ୍ବର ପତ୍ର କିମ୍ବା ଏହାର ପେଷ୍ଟ ସିଧାସଳଖଭାବେ ବ୍ୟବହାର କରୁଛନ୍ତି ତେବେ ଏହା ଶରୀରର ଟକ୍ସିନ ଦୂର କରିବାରେ ସାହାଯ୍ୟ କରିଥାଏ । ଲିମ୍ବ ମଧ୍ୟ ଶରୀରରେ ଯକୃତ, କୀଡନିରୁ ଟକ୍ସିନ ଦୂର କରିବା ସହିତ ଶରୀରର ମୋଟାବଲିକ କାର୍ଯ୍ୟକ୍ରମ ବୃଦ୍ଧି କରିଥାଏ । ଶରୀରରେ କୁଣ୍ଡିଆ ଏବଂ ଜର୍ମ ଜନିତ ସମସ୍ୟାକୁ ଦୂର କରିଥାଏ । ଲିମ୍ବ ପତ୍ରକୁ ଶୁଖାଇ ଏହାର ଗୁଣ୍ଡକୁ ଆପଣ ଖାଇପାରିବେ କିମ୍ବା କୁଣ୍ଡିଆ କିମ୍ବା ସଂକ୍ରମଣ ସ୍ଥାନରେ ଏଙି ଗୁଣ୍ଡ କିମ୍ବା ଲିମ୍ବ ପତ୍ର ପେଷ୍ଟକୁ ଲଗାଇଲେ ଏହାର ପ୍ରଭାବ କମ ହେବ ।

୪. ବ୍ରଣ ଦୂର କରିବାରେ ସାହାଯ୍ୟ କରେ – ବ୍ରଣ ଦୂର କରିବା ପାଇଁ ଲିମ୍ବ ଖୁବ ଉପଯୋଗୀ । ବିଭିନ୍ନ ତ୍ୱଚା ସମସ୍ୟା ମଧ୍ୟରେ ବ୍ରଣର ସମସ୍ୟା ଖୁବ ଜିଦି ସମସ୍ୟା ଯାହା ଦୂର କରିବା ଖୁବ କଷ୍ଟକର । ଲିମ୍ବର ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ବ୍ରଣ ଜନିତ ଦାଗ ଇତ୍ୟାଦିରୁ ଉପଶମ ପ୍ରଦାନ କରିଥାଏ । ପ୍ରତିଦିନ ବ୍ରଣରେ ଲିମ୍ବର ପେଷ୍ଟ ଲଗାଇବା ଦ୍ୱାରା ବ୍ରଣର ସମସ୍ୟା ଦୂର ହେବା ସହିତ ବ୍ରଣ ଯୋଗୁଁ ହୋଇଥିବା ଦାଗର ମଧ୍ୟ ମୁକ୍ତି ପ୍ରଦାନ କରିଥାଏ ।
୫. ଗ୍ୟାସ ଜନିତ ସମସ୍ୟାରୁ ମୁକ୍ତି – ଯଦି ଆପଣ ଗ୍ୟାସ ଜନିତ ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଲିମ୍ବ ପତ୍ରର ପେଷ୍ଟ କରି ଗୋଟିଏ ଚାମଚ ଖାଆନ୍ତୁ ଏହା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଏହା ଅଲସର,ଅନ୍ୟାନ୍ୟ ପେଟ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଏ ।

୬. ଫଙ୍ଗାଲ ସଂକ୍ରଣରୁ ମୁକ୍ତି – ଆପଣ ଶରୀରରେ ସଂକ୍ରମଣ ସ୍ଥାନରେ ସିଧାସଳଖ ଭାବେ ଲିମ୍ବର ପେଷ୍ଟ କିମ୍ବା ପତ୍ର ଲଗାଇପାରିବେ । ଏହା ଖୁବ ଶୀଘ୍ର ଏହାର ଫଙ୍ଗାଲ ସଂକ୍ରମଣକୁ ନିୟନ୍ତ୍ରଣ କରି ସମ୍ପୂର୍ଣ୍ଣ ଶରୀରରେ ଏହାର ସଂଚାରକୁ କମ କରିଥାଏ ।

୭. ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ – ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ଲିମ୍ବ ଖୁବ ଉପକାରୀ । ଆପଣ ଲିମ୍ବ ପତ୍ର, ଫୁଲ ଇତ।।ଦିକୁ ଶୁଖାଇ ଏହାର ଗୁଣ୍ଡର ସେବନ ଦ୍ୱାରା ଡାଇବେଟିସ ମାତ୍ରାକୁ ନିୟନ୍ତ୍ରଣ କରିପାରିବେ । ଇନସୁଲିନ ନେବା ପରିବର୍ତ୍ତେ ଲିମ୍ବର ପେଷ୍ଟ କିମ୍ବା ଲିମ୍ବ ପାଣିର ସେବନ ଦ୍ୱାରା ଡାଇବେଟିସରୁ ମୁକ୍ତି ମିଳିପାରିବ ।

୮. ମ୍ୟାଲେରିଆ ଠିକ କରିଥାଏ – ବୈଜ୍ଞାନିକ ଗବେଷଣା ଅନୁଯାୟୀ ଲିମ୍ବ ବହୁ ପ୍ରକାରର ମାରାତ୍ମକ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ମିଳିମିଳା, ହାଡଫୁଟି, ମିଳିମିଳା ପରି ରୋଗର େଓøଷଧରେ ଲିମ୍ବର ପରିମାଣ ମଧ୍ୟ ରହିଛି । ମିଳିମିଳା ଏବଂ ହାଡଫୁଟି ହେବା ସମୟରେ ଲିମ୍ବ ପାଣିରେ ଗାଧେଇବା ଦ୍ୱାରା କିମ୍ବା ଲିମ୍ବ ପତ୍ରର ପେଷ୍ଟ ଦେହରେ ଲଗାଇବା ଦ୍ୱାରା ଏହାର ମାତ୍ରା କମ ହେବା ସହିତ ଏହାର ସଂକ୍ରମଣ କମ ହୋଇଥାଏ । ମ୍ୟାଲେରିଆରୁ ମୁକ୍ତି ଚାହୁଁଥିଲେ ଘରେ ଲିମ୍ବକୁ ପାଣିରେ ଫୁଟାଇ ଏହାକୁ ଘରେ ଛିଞ୍ଚିବା ଦ୍ୱାରା ମଶାର ମାତ୍ରା କମ ହୋଇଥାଏ । ଏବଂ ଲିମ୍ବ ପାଣିରେ ଗାଧେଇବା ଦ୍ୱାରା ମଧ୍ୟ ମ୍ୟାଲେରିଆ ରୋଗ ସୃଷ୍ଟି କରୁଥିବା ମଶା କାମୁଡାରୁ ମୁକ୍ତି ମିଳିପାରିବ ।

ଜରୁରୀ ସର୍ତକତା – ଲିମ୍ବର ବହୁ ସ୍ୱାସ୍ଥ୍ୟ ଉପକାରିତା ଥିଲେ ମଧ୍ୟ ଏହାର ବହୁ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ଯେପିରକି ଆବଶ୍ୟକରୁ ଅଧିକ ସେବନ ଦ୍ୱାରା ଶରୀରରେ ରକ୍ତ ଶର୍କରାର ମାତ୍ରା ବହୁ କମ ହୋଇଯାଇଥାଏ । କିଡନୀ ଏବଂ ଲିଭର ସମସ୍ୟା ଥିବା ବ୍ୟକ୍ତିବିଶେଷ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଲିମ୍ବ ପତ୍ର, ତେଲ ଏବଂ ଏହାର ପେଷ୍ଟ ବ୍ୟବହାର କରିବା ଆବଶ୍ୟକ ।


Share It

Comments are closed.