ରାଜୀବ ତ୍ୟାଗୀଙ୍କ ପରଲୋକକୁ ନେଇ ସମ୍ବିତ ପାତ୍ର ଏବଂ ନ୍ୟୁଜ ଆଙ୍କରଙ୍କ ବିରୋଧରେ ଥାନାରେ ଏତଲା ଦେଲେ କଂଗ୍ରେସ ନେତା


କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ପରଲୋକକୁ ନେଇ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି। ଉତ୍ତରପ୍ରଦେଶ କଂଗ୍ରେସ ନେତା ଅଂଶୁ ଅବସ୍ଥୀ ଏ ନେଇ ହଜରତଗଞ୍ଜ ଥାନାରେ ଏକ ଏତଲା ରୁଜୁ କରିଥିବା ବେଳେ ଏଥିରେ ବିଜେପି ନେତା ସମ୍ବିତ ପାତ୍ର, ନ୍ୟୁଜ୍ ଚାନେଲ ମାଲିକ ଓ ଆଙ୍କରଙ୍କୁ ଅଭିଯୁକ୍ତ କରିଛନ୍ତି।

ଅବସ୍ଥି ତାଙ୍କ ଅଭିଯୋଗରେ ଦେଶର ଗଣମାଧ୍ୟମ ଲୋକଙ୍କ ମନରେ ଯେପରି ବିଷ ସିଞ୍ଚନ କରୁଛନ୍ତି କଂଗ୍ରେସ ମୁଖପାତ୍ର ନିଜର ପ୍ରାଣ ଦେଇ ତାହା ପ୍ରମାଣିତ କରିଛନ୍ତି। ଯଦି ଏବେଠାରୁ ବୈଦୁତିକ ଗଣମାଧ୍ୟମଙ୍କ ଏପରି କାର୍ଯ୍ୟପ୍ରତି ଧ୍ୟାନ ଦିଆ ନ ଯାଏ ତେବେ ଦେଶରେ ଆଗକୁ ଏହା ନିୟମିତ ଘଟଣାରେ ପରିଣତ ନ ହେବା ତାହା କୁହାଯାଇ ନପାରେ ବୋଲି ଅବସ୍ଥି ଅଭିଯୋଗ କରିବା ସହ ବୈଧାନିକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମାମଲାରେ ଅବସ୍ଥି ନ୍ୟୁଜ୍ ଚାନେଲ ମାଲିକ ଅଋଣପୁରୀ, ଆଙ୍କର ରୋହିତ ସରଦାନା, ବିଜେପି ମୁଖପାତ୍ର ସମ୍ବିତପାତ୍ର ଓ ଅନ୍ୟମାନଙ୍କ ବିରୋଧରେ ହତ୍ୟା, ସାର୍ବଜନିକ ସ୍ଥଳରେ ଅପମାନିତ କରିବା, ନକଲୀ ହିନ୍ଦୁ କହି ଧାର୍ମିକ ଭାବନାକୁ ଆଘାତ ଦେବା ଓ ଏଥିଲାଗି ବ୍ୟକ୍ତିଗତ ଆକ୍ରମଣ କରିବା ନେଇ ଅଭିଯୋଗ କରିଛନ୍ତି। ପୋଲିସ  ଅବସ୍ଥିଙ୍କଠାରୁ ଏତଲା ଗ୍ରହଣ କରିବା ସହ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Share It

Comments are closed.