‘ଥ୍ରୀଲର’ରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହୋଇଥିବାର ଅଭିଯୋଗ, ନିର୍ଦ୍ଦେଶକ ରାମଗୋପାଳଙ୍କ ନାମରେ ଥାନାରେ ଏତଲା ଦେଲା ହିନ୍ଦୁ ଏକତା ବାହିନୀ


ପ୍ରଖ୍ୟାତ ବଲିଉଡ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନାଁରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ପକ୍ଷରୁ ଏହି ଏତଲା ଦାୟର ହୋଇଛି । ଏଥିରେ ଅଭିଯୋଗ କରାଯାଇଛି ଯେ, ଥ୍ରୀଲର ଫିଲ୍ମରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି ଓ ହିନ୍ଦୁ ଦେବାଦେବୀକୁ ନାଁକୁ ବ୍ୟବହାର କରାଯାଇଛି । । ତେଣୁ ରାମ ଗୋପାଳଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଫିଲ୍ମରେ ଓଡିଆ ଅଭିନେତା ଓ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଗାମୀ ଦିନରେ ଏ ନେଇ ହାଇକୋର୍ଟରେ ଏତଲା ଦିଆଯିବ ଓ ଫିଲ୍ମର ହିନ୍ଦୁ ଦେବାଦେବୀଙ୍କ ନାଁକୁ ବାଦଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ହିନ୍ଦୁ ଏକତା ବାହିନୀ ଚେତାବନୀ ଦେଇଛି ।


Share It

Comments are closed.