ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାତି ୯ଟାରେ ୯ ମିନିଟ୍ ପାଇଁ ସପରିବାର ସହ ଦୀପ ଜାଳିଲେ କେନ୍ଦ୍ରମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ନୂଆଦିଲ୍ଲୀରେ ପରିବାରସହ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ଲଢେଇରେଆମ ମାନଙ୍କର ସାମାଜିକ ଦୂରତ୍ୱ ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମସ୍ତ ଦେଶବାସୀଙ୍କ ସହ ମୁଁ ଏବଂ ମୋର ପରିବାର କରୋନା ମହାମାରୀ କାରଣରୁ ସମାଜରେ ବୃଦ୍ଧି ପାଉଥିବା ନିରାଶାର ଅନ୍ଧକାର ବିରୋଧରେ ଦୀପ ପ୍ରଜ୍ଜ୍ୱଳିତ କଲି ।
ଏହି ସଙ୍କଟ ବିରୁଦ୍ଧରେ ଆମ ମାନଙ୍କରସାମାଜିକ ଦୂରତା ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।


Share It

Comments are closed.