ଦେଶରେ ୪୦୦୦ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୦୯ ମୃତ


ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ସକାଳ ସୁଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହାଜର ପାର କରି ଦେଇଥିବାବେଳେ ବର୍ତ୍ତମାନ ସୁଧା ଏହି ଭାଇରସର ସଂକ୍ରମଣ କାରଣରୁ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନୀ ମଧ୍ୟ ହୋଇ ସାରିଲାଣି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ୧୨ ଘଣ୍ଟା ମଧ୍ୟରେ ୪୯୦ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୪୦୬୭ରେ ଆସି ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୬୬୬ଟି ସକ୍ରିୟ ମାମଲା ରହିଛି । ସେପଟେ ୨୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଇ ଦିଆଯାଇଛି । ଏହା ଛଡା ବର୍ତ୍ତମାନ ସୁଧା ୧୦୯ ଜଣଙ୍କ ପ୍ରାଣହାନୀ ମଧ୍ୟ ହୋଇ ସାରିଲାଣି ।

ସେପଟେ ଓଡିଶାରେ ଗତ କାଲି ୨୪ ମଧ୍ୟରେ ୧୮ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ଆସି ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭାଇରସର ସଂକ୍ରମଣ କାରଣରୁ କାହରି ମୃତ୍ୟୁ ମଧ୍ୟ ହୋଇ ନାହିଁ ।


Share It

Comments are closed.