ପୁଣି ରିପୋର୍ଟ ଆସିଲା ନେଗେଟିଭ, ୧୮ ଦିନ ପରେ ସୁସ୍ଥ ହୋଇ ଘରେ ପହଞ୍ଚିଲେ କନିକା


ବଲିଉଡର ଲୋକପ୍ରିୟା ଗାୟିକା କନିକା କପୁର ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଏହା ସହ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ ମଧ୍ୟ କରାଇ ଦିଆଯାଇଛି । ୪ ଏପ୍ରିଲରେ ତାଙ୍କ କରାଯାଇଥିବା କୋଭିଡ-୧୯ ପରୀକ୍ଷାରେ ରିପୋର୍ଟ ନେଗେଟିଭ ଆସିଥିବାବେଳେ ଗତ କାଲି ପୁଣିଥରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଛି । ପ୍ରକାଶ ଥାଉକି, ୨୦ ମାର୍ଚ୍ଚରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବାର ଜଣାପଡିବା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ ପିଜିଆଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ପ୍ରକାଶ ଥାଉକି, କୋନିକା ୧୧ ମାର୍ଚ୍ଚରେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ ଏହାପରେ ସେ ମହମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲଣ୍ଡନରୁ ଫେରି କାହାକୁ ଏ ସଂପର୍କରେ କିଛି ନ ଜଣାଇବା ଏବଂ କରୋନା ଠାରୁ ବଞ୍ଚିବାର ନିୟମ ପାଳନ ନକରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଶନିବାର ଦିନ ତାଙ୍କର କୋଭିଡ-୧୯ ପରୀକ୍ଷା ନେଗେଟିଭ ଆସିବା ପରେ ସେ ତାଙ୍କ ଓକିଲଙ୍କ ଏହି ସଂକ୍ରାନ୍ତରେ ଆଲୋଚନା ମଧ୍ୟ କରିଛନ୍ତି । କନିକା ବିମାନ ବନ୍ଦରରେ ମଧ୍ୟ କରୋନା ଯାଞ୍ଚ କରିନଥିବାର ଅଭିଯୋଗ ମଧ୍ୟ ଆସିଛି । ସଂକ୍ରମଣ ସଂପର୍କରେ ତଥ୍ୟ ଲୁଚାଇବା କାରଣରୁ ତାଙ୍କୁ ବିରୋଧରେ ପ୍ରଶାସନ ପକ୍ଷରୁ ମାମଲା ମଧ୍ୟ ରୁଜୁ କରାଯାଇଛି ।


Share It

Comments are closed.