ବ୍ରିଟେନରେ କରୋନାରେ ଦ୍ୱିତୀୟ ଲହରୀ, ପୁଣି ଲାଗୁ ହେଲା ଲକଡାଉନ


ସାରା ବିଶ୍ୱରେ କରୋନାର ଲହରୀ ଜାରି ରହିଛି । ପ୍ରତିଦିନ କରୋନା ଭାଇରସ ମାମଲା ବଢ଼ି ଚାଲିଛି । ଆଉ ଏ ଭିତରେ ପୁଣି ବ୍ରିଟେନ୍‌ରେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାର ଦେଖିବାକୁ ମିଳିଛି। ବ୍ରିଟେନ୍‌ରେ କରୋନା ଭାଇରସ୍‌ର ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିସାରିଛି । ଏହାସହ ବ୍ରିଟେନ୍‌ରେ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ବ୍ରିଟେନ୍‌ରେ କରୋନା ଭାଇରସ୍‌ ସଂକ୍ରମଣର ବୃଦ୍ଧିକୁ ନେଇ ଏକ ମାସର ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କରୋନା ଭାଇରସ୍‌ ବିପଦ କାରଣରୁ ପୁରା ଦେଶରେ ୪ ସପ୍ତାହର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ୫ ନଭେମ୍ୱରରୁ ଆରମ୍ଭ ହୋଇ ଏହି ଲକ୍‌ ଡାଉନ୍‌ ୨ ଡିସେମ୍ୱର ଯାଏ ରହିବ।

ଲକ୍‌ ଡାଉନ୍‌ ଘୋଷଣା କରି ପିଏମ୍‌ ଜନସନ୍‌ କହିଛନ୍ତି କି ଏବେ ଆଉ ଦ୍ୱିତୀୟ ବିକଳ୍ପ ଆଉ କିଛି ନାହିଁ । ଏବେ ଲକ୍‌ଡାଉନ୍‌ ସହ ସବୁ ଲୋକଙ୍କୁ ଘରେ ରହିବାକୁ ହେବ । କେବଳ ଶିକ୍ଷା , କାମ , ମେଡିକଲ ଓ ଅନ୍ୟ ବିଶେଷ କାର୍ଯ୍ୟରେ ଘରୁ ବାହାରକୁ ଯାଇପାରିବେ । ଲକ୍‌ଡାଉନ୍‌ ଘୋଷଣା କରିବା ସହ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିଛନ୍ତି ଇଂରାଜୀ‌ ପ୍ରିମିୟର ଲିଗ୍‌ ଫୁଟବଲ ମ୍ୟାଚ୍‌ ଗୋଟେ ମାସର ରାଷ୍ଟ୍ରୀୟ ଲକ୍‌ଡାଉନ୍‌ ସମୟରେ ଜାରି ରହିବ ।


Share It

Comments are closed.