ମାତ୍ର ୨୫ ବର୍ଷ ବୟସରେ ଖେଳ ଜଗତରୁ ସନ୍ୟାସର ଘୋଷଣା କଲେ ପି.ଭି.ସିନ୍ଧୁ


ଅଲିମ୍ପିକ୍‌ରେ ଦେଶ ଲାଗି ରଜତ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ପି.ଭି.ସିନ୍ଧୁ ସୋମବାର ଖେଳ ଜଗତରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସିନ୍ଧୁ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହି ସୂଚନା ଦେଇଛନ୍ତି। ୨୫ ବର୍ଷ ବୟସ୍କା ଏହି ମହିଳା କ୍ରିଡାବିତ୍‌ଙ୍କ ଏପରି ଘୋଷଣା ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଚକିତ କରିଛି। ଟ୍ୱିଟ୍‌ରେ ସିନ୍ଧୁ ଏକ ନୋଟ୍‌ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅସମୟରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚିତ କରିଛନ୍ତି। ସିନ୍ଧୁ ତାଙ୍କ ପୋଷ୍ଟରେ କରୋନା ଭାଇରସ ମହାମାରୀ ତାଙ୍କ ‘ ଆଖି ଖୋଲିଦେଇଛି’ ବୋଲି ଉଲ୍ଲେଖ କରିଛନ୍ତି। ଗତ କିଛି ସମୟ ହେଲା ତାଙ୍କ ମନଦସା ଭଲ ନଥିବା ଓ ଏବେ ପ୍ରକୃତିସ୍ଥ ହୋଇଥିବା ଉଲ୍ଲେଖ କରିଛନ୍ତି। ଏଣୁ ନିଜର ଭାବନା ଜଣାଇବାକୁ ଚାହାନ୍ତି ବୋଲି ଟ୍ୱିଟ୍‌ରେ ଲେଖିଛନ୍ତି ସିନ୍ଧୁ। ସେ ତାଙ୍କ ବିପରୀତରେ ଯେମିତି ବି ଦକ୍ଷ ଖେଳାଳି ଥାନ୍ତୁ ନା କାହିଁକି ତାଙ୍କୁ ନିଶ୍ଚିତ ପରାସ୍ତ କରିପାରିବେ। ତେବେ ଆଖିକୁ ଦେଖା ଯାଉନଥିବା ଭୂତାଣୁ ବିରୋଧରେ କିପରି ଲଢିବି ଜାଣିପାରୁନଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ଡେନମାର୍କ ଓପନରେ ଦେଶ ଲାଗି ପ୍ରତିନିଧିତ୍ୱ କରି ନ ପାରିବା ତାଙ୍କର ଶେଷ ଶୃଙ୍ଖଳା ଥିଲା ବୋଲି ମଧ୍ୟ ଲେଖିଛନ୍ତି। ଗତ କିଛି ସମୟ ହେଲା ମୋ ଭାବନା ବ୍ୟକ୍ତ କରିବାକୁ ମୁଁ ଚାହୁଁଥିଲି। ମୁଁ ଜାଣିଛି ଏହାର ମୁକାବିଲା ଲାଗି ସଂଘର୍ଷ କରୁଛି। ମୋତେ ଏବେ କିପରି ଲାଗୁଥିବ ଆପଣମାନେ ଅନୁଭବ କରିପାରୁଥିବେ। କେବଳ ଏହି କାରଣରୁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ମୁଁ ଏପରି ପଦକ୍ଷେପ ନେଇଛି। ଏଥିରେ ଯଦି ଆପଣ ବିସ୍ମିତ ହୁଅନ୍ତି, ଚକିତ ହୁଅନ୍ତି ଅଥବା ଭ୍ରମିତ ହୁଅନ୍ତି ତେବେ ଏହାପଢିବା ପରେ ମୋ ସମ୍ପର୍କରେ ସମ୍ପୂର୍ଣ୍ଣ ଜାଣି ସାରିଥିବେ ବୋଲି ଭାବୁଛି। ମୋତେ ଲାଗୁଛି ଏଥିରେ ମୋତେ ଆପଣମାନଙ୍କ ସମର୍ଥନ ନିଶ୍ଚିତ ମିଳିବ। ଅଲିମ୍ପିକରେ ଦେଶ ଲାଗି ରୌପ୍ୟ ଜିତିଥିବା ଏକମାତ୍ର ସଟଲରଙ୍କ ଏହା ପତ୍ର।


Share It

Comments are closed.