ସବୁ ବର୍ଷ ଭଳି ଏଥର ମଧ୍ୟ ଦୀପାବଳିରେ ଫୁଟିବ ବାଣ


କଟକରେ ଖୋଲିବ ବାଣ ଦୋକାନ। କଟକବାସୀ ପାଳନ କରିବେ ଆଲୋକର ପର୍ବ ଦୀପାବଳି। ଡିସିପିଙ୍କ ଅଫିସରୁ ଲାଇସେନ୍ସ ନେଇ ବ୍ୟବସାୟୀ ବାଣ ଦୋକାନ ଖୋଲିପାରିବେ। କେଉଁଠି ବାଣ ଦୋକାନ ହେବ ତାହା ସ୍ଥିର ହେବ। ବାଣ ଦୋକାନରେ ମାସ୍କ ଏବଂ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ। ତେବେ କୋଭିଡ କଟକଣା ମଧ୍ୟରେ କାଳୀ ପୂଜା ମଧ୍ୟ ହେବ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କାଳୀ ପୂଜାକୁ ନେଇ କଟକ ଡିସିପିଙ୍କ ସୂଚନା । ଦୂର୍ଗା ପୂଜା ଭଳି କଟକରେ ହେବ କାଳୀ ପୂଜା । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇ କରାଯିବ ବିସର୍ଜନ । କାଳୀ ପୂଜା ପାଇଁ ସହରରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ୫୦ ଅଧିକାରୀ ମଧ୍ୟ ନିୟୋଜିତ ହେବେ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତିକ ସିଂ ।


Share It

Comments are closed.