ସେଲିବ୍ରିଟି ବ୍ରୋ ଆର୍ଟିଷ୍ଟ ସୁମନ ଜଲାଫ୍‌ଙ୍କ ସହ ୟୁବ୍ୟୁର ସହଭାଗିତା


ଭୁବନେଶ୍ୱର: ଓଡିଶାର ପ୍ରଥମ ପ୍ରିମିୟମ ସ୍କିନ୍‌କେୟାର କ୍ଲିନିକ୍ ୟୁବ୍ୟୁ ପ୍ରଥମ ଥର ପାଇଁ ଲଣ୍ଡନସ୍ଥିତ ବ୍ରୋ ଏକ୍ସପର୍ଟ ସୁମନ୍ ଜଲାଫ୍‌ଙ୍କୁ ଭୁବନେଶ୍ୱରକୁ ଆମନ୍ତ୍ରିତ କରାଯାଇଛି । ସୁମନ୍‌ଙ୍କର ବ୍ରାଣ୍ଡ ସୁମନ୍ ବ୍ରୋଜ୍ ସହିତ ୟୁବ୍ୟୁର ସହଭାଗିତାର ଅଂଶ ଭାବେ ସେ ଗତ ୨୯ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଭୁବନେଶ୍ୱର ଗସ୍ତରେ ଆସିଥିଲେ । ୟୁବ୍ୟୁର ପ୍ରତିଷ୍ଠାତା ଡଃ ସମ୍ପଦା ସେଠିଆ, ବ୍ରୋ ମ୍ୟାଜିସିଆନ୍‌ର ପ୍ରତିଷ୍ଠାତା ସୁମନ୍ ଜଲାଫ୍ ଏବଂ ଲୋକପ୍ରିୟ ଅଭିନେତ୍ରୀ ଅର୍ଚିତା ସାହୁ ଏହି ଅବସରରେ ଉପସ୍ଥିତ ଥିଲେ । ସୁମନ୍ ଜଲାଫ୍ ବ୍ରୋ ଆର୍ଟିଷ୍ଟ୍ରୀ କ୍ଷେତ୍ରରେ ଜଣେ ଲୋକପ୍ରିୟ ନାମ ଅଟନ୍ତି ଏବଂ ତାଙ୍କର କ୍ଲାଏଂଟ୍ ତାଲିକାରେ ଦୀପିକା ପାଦୁକୋନ, ଶିଳ୍ପା ସେଟ୍ଟୀ, ଗୌରୀ ଖାନ୍ ଓ କେଟ୍ ମସ୍ ଆଦି ସାମିଲ ଅଛନ୍ତି । ଏହି ଅବସରରେ ସେ ୟୁବ୍ୟୁର ନିର୍ଦ୍ଧିଷ୍ଟ ଗ୍ରାହକମାନଙ୍କୁ ସେମି ପର୍‌ମାନେଂଟ୍ ମେକ୍‌ଅପ୍ (ଡିଜାଇନର ବ୍ରୋଜ୍‌)ର ସେବା ପ୍ରଦାନ କରିଥିଲେ । ସେ କ୍ଲିନିକ୍‌ରେ ବ୍ରୋ ଆର୍ଟିଷ୍ଟ୍ରୀ ଉପରେ ଏକ ସ୍ୱତନ୍ତ୍ର କର୍ମଶାଳାର ପରିଚାଳନା କରିଥିଲେ, ଯାହାଫଳରେ ଏହି ସେବାକୁ ଭବିଷ୍ୟତରେ ଇଚ୍ଛୁକ ଗ୍ରାହକଙ୍କୁ ଦିଆଯାଇପାରିବ ।
ଏହି ଅବସରରେ ୟୁବ୍ୟୁର ପ୍ରତିଷ୍ଠାତା ଡଃ ସମ୍ପଦା କହିଛନ୍ତି, “ୟୁବ୍ୟୁ ହେଉଛି ଓଡିଶାର ପ୍ରଥମ ପ୍ରିମିୟମ କ୍ଲିନିକ୍ ଯାହା କେବଳ ସ୍ୱତନ୍ତ୍ର ଭାବେ ଏଫ୍‌ଡିଏ-ଅନୁମୋଦିତ ଚିକିତ୍ସା ଓ ଲେଜର୍ ପ୍ରଦାନ କରୁଛି । ଆମେ ହାଇଡ୍ରାଫେସିଆଲ, ଲୁମେକା, ଫର୍‌ମା, ଆଇଏସ୍‌କ୍ଲିନିକାଲ ଭଳି ସୌନ୍ଦର୍ଯ୍ୟ ଚିକିତ୍ସାଗୁଡିକ ପାଇଁ ବିଶ୍ୱର କିଛି ଅଗ୍ରଣୀ ବ୍ରାଣ୍ଡଗୁଡିକ ସହ ସହଭାଗିତାରେ ବଜାରରେ ସର୍ବୋଚ୍ଚ ଗୁଣବତାଯୁକ୍ତ ସୁରକ୍ଷା, ଟେକ୍ନୋଲୋଜି ଓ ସୌନ୍ଦର୍ଯ୍ୟ ଫଳାଫଳ ପ୍ରଦାନ କରୁଛୁ । ବ୍ରୋ ମ୍ୟାଜିସିଆନ୍ ସୁମନ୍ ଆମ ଗ୍ରାହକଙ୍କୁ ବ୍ରୋ ଟ୍ରାନ୍ସଫର୍ମେଶନ ପ୍ରଦାନ କରିବା ପାଇଁ ସୁଦୂର ଲଣ୍ଡନରୁ ଓଡିଶା ଆସିଥିଲେ ତାହା ଖୁବ୍ ଆନନ୍ଦଦାୟକ ଥିଲା । ମୁଁ ନିଶ୍ଚିତ ଯେ, ସୁମନଙ୍କ ଆଇବ୍ରୋ ଆର୍ଟିଷ୍ଟ୍ରୀ ଆମ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ମୂଲ୍ୟ ହେବ ।’ ସେହିପରି ସୁମନ ଜଲାଫ୍ କହିଛନ୍ତି, ‘ମୋତେ ଏହି ସହର ଖୁବ୍ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ମନେ ହେଲା । ଡଃ ସାମ୍ ଓ ୟୁବ୍ୟୁ ସହ ସହଭାଗିତାକୁ ନେଇ ମୁଁ ଖୁବ୍ ଉତ୍ସାହିତ ଥିଲି । ସେମାନଙ୍କ ନିକଟରେ ମୋର ସମସ୍ତ ପସନ୍ଦର ଲଣ୍ଡନର ଚିକିତ୍ସା ପଦ୍ଧତି ରହିଛି । ମୁଁ ନିଶ୍ଚିତ ରୂପେ ଆସନ୍ତା ବର୍ଷ ମୋର ଇଣ୍ଡିଆ ଟୁର୍‌ର ଅଂଶ ଭାବେ ୟୁବ୍ୟୁକୁ ଆସିବି ।’
ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିନେତ୍ରୀ ଅର୍ଚିତା କହିଛନ୍ତି, ‘ ୟୁବ୍ୟୁ ଭଳି ଏକ ପ୍ରିମିୟମ ବିୟୁଟି କ୍ଲିନିକ୍ ଭୁବନେଶ୍ୱରରେ ଆରମ୍ଭ ହେବା ପରେ ଏବେ ସହରରେ ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ଚିକିତ୍ସାଗୁଡିକ ପାଇଁ ବାଟ ଖୋଲିଛି । ଏଭଳି ସ୍ୱତନ୍ତ୍ର ଚିକିତ୍ସା ପାଇଁ ଏବେ ଜଣଙ୍କୁ ମୁମ୍ବାଇ, ଦିଲ୍ଲୀ କିମ୍ବା ଲଣ୍ଡନ ଯିବାକୁ ପଡିବ ନାହିଁ । ମୁଁ ବ୍ରୋ ମ୍ୟାଜିସିଆନ୍ ସୁମନଙ୍କ ପରାମର୍ଶ ପାଇ ଖୁବ୍ ଖୁସି ଏବଂ ସୁମନଙ୍କୁ ଓଡିଶାକୁ ଆମନ୍ତ୍ରିତ କରିଥିବାରୁ ଡଃ ସମ୍ପଦାଙ୍କୁ ଧନ୍ୟବାଦ ।’

 


Share It

Comments are closed.