ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ବରଗଡ଼ଜଣେ ଗୁରୁତର ରୋଗୀଙ୍କୁ ଅସମୟରେ ରକ୍ତ ଦାନ କରି ପୁଣି ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ ଘଟଣାନୁଯାୟୀ ପ୍ରଭାତି ଧାରୁଆ ନାମକ ଜଣେ ମହିଳା ରକ୍ତହୀନତାରେ ପୀଡ଼ିତ ହୋଇ ପଦମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ ବି’ ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ କିନ୍ତୁ ଡାକ୍ତରଖାନାରେ ଏହି ବ୍ଲଡ୍ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା ସୌଭାଗ୍ୟବସତଃ ଏହି ସମୟରେ ଡାକ୍ତରଖାନାରେ ଉପସ୍ଥିତ ଥିବା ବରଗଡ଼ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ଇଏମଟି ନିରୋଜ କୁମାର ପୁରୋହିତ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ  ଯେହେତୁ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ବିପଜିଟିଭ ଥିଲା ତେଣୁ ସେ ତୁରନ୍ତ ମହିଳା ଜଣଙ୍କୁ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ ଏବଂ ରକ୍ତ ଦାନ କରିଥିଲେ  ଏଭଳି ଏକ ସମୟରେ ୧୦୮ କର୍ମଚାରୀଙ୍କର ଏପରି ମାନବିକତା ପାଇଁ ରକ୍ତହୀନତାରେ ପୀଡ଼ିତ ଉକ୍ତ ରୋଗୀଜଣଙ୍କ ଆଜି ଏକ ନୂଆ ଜୀବନ ପାଇଛନ୍ତି 


Share It

Comments are closed.