ନଭେମ୍ବର ୧୬ ରୁ ୧୯ ପର୍ଯ୍ୟନ୍ତ କୋଲକାତାଠାରେ ଆୟୋଜିତ ହେବ ଗ୍ଲୋବାଲ ମାଇନିଙ୍ଗ ସମିଟ୍ ଏବଂ ମାଇନିଙ୍ଗ ମେସିନାରୀ ପ୍ରଦର୍ଶନୀ


ଭୁବନେଶ୍ୱର: : କନ୍‌ଫେଡେରେଶନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ପକ୍ଷରୁ ଆସନ୍ତା ନଭେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲ୍‌କାତାର ରାଜର୍‌ହାଟ୍‌ସ୍ଥିତ ଇକୋ ପାର୍କଠାରେ ଏହାର ଦ୍ୱିବାର୍ଷିକ ଅଭିଯାନ ଗ୍ଲୋବାଲ ମାଇନିଙ୍ଗ୍ ସମିଟ୍ (ଜିଏମ୍‌ଏସ୍‌) ସମେତ ଇଂଟରନ୍ୟାଶନାଲ ମାଇନିଙ୍ଗ୍ ଆଣ୍ଡ ମେଶିନେରୀ ଏଗ୍‌ଜିବିଶନ (ଆଇଏମ୍‌ଏମ୍‌ଇ)ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲାଗି ଆଜି ସଂନ୍ଧ୍ୟାରେ ଭୁବନେଶ୍ୱରର ହୋଟେଲ ପାଲ୍ ହାଇଟ୍ ଠାରେ ଏକ ରୋଡ଼ ଶୋର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ଶିଳ୍ପପତି ତଥା ଖଣି ଏବଂ ଖଣିଜ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି ।

ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି କହିଛନ୍ତି ଯେ, “ଆଇଏମଏମଇ ଏବଂ ଜିଏମଏସ ହେଉଛି ଖଣିଜ କ୍ଷେତ୍ରର ସର୍ବବୃହତ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱର ପାଖାପାଖି ୫୦୦ରୁ ଅଧିକ ପ୍ରଦର୍ଶନୀକାରୀ ଏଥିରେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ଉତ୍ପାଦ ଏବଂ ସମାଧାନ ଗୁଡ଼ିକୁ ପ୍ରଦର୍ଶିତ କରିବେ ବୋଲି ଅନୁମାନ କରାଯାଉଛି । ଏକ ଖଣି ସମୃଦ୍ଧ ରାଜ୍ୟ ଭାବେ ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲାଗି ଆମେ ଭୁବନେଶ୍ୱର ଠାରେ ଏହି ରୋଡ଼ ଶୋ ଆୟୋଜନ କରିବାର ନିଷ୍ପତି ନେଲୁ, ଯାହା ମାଧ୍ୟମରେ ଖଣି ବ୍ୟବସାୟମାନେ ଲାଭାନ୍ୱିତ ହୋଇପାରିବେ ।”

ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି, ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ, ବୈଦେଶିକ ବ୍ୟାପାର ମୁଖ୍ୟ ଶ୍ରୀ ସୁନୀଲ ପାଣ୍ଡେ, ସିଆଇଆଇ ଇଆର ଏମଏସଏମଇ ସବ୍ କମିଟି ଅଧ୍ୟକ୍ଷ ଶ୍ରୀ ରବି ତୋଡି, , ନାଲ୍‌କୋ, ପ୍ରଡକ୍ସନ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଦାସ, ଓଡ଼ିଶା ସରକାରଙ୍କ ଡାଇରେକ୍ଟୋରେଟ ଅଫ ମାଇନ୍ସ ଏବଂ ଜିଓଲୋଜି, ମାଇନ୍ସର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଲିଳ କୁମାର ବେହେରା ଏବଂ ଟାଟା ଷ୍ଟିଲ ମାଇନିଙ୍ଗ ଏମଡି ଶ୍ରୀ ପଙ୍କଜ ସତିଜା, ଖଣିଜ ଉତୋଳନ ଏବଂ ଖଣିଜ ଦ୍ରବ୍ୟ ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି ।

ଚଳିତ ବର୍ଷର ଗ୍ଲୋବାଲ ମାଇନିଙ୍ଗ ସମ୍ମିଳନୀ ୨୦୨୨ର ବିଷୟବସ୍ତୁ ହେଉଛି ‘ଏକ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଖଣିଜର ଭୂମିକା’ । ଏହି ସମ୍ମିଳନୀରେ ଭାରତର ଖଣିଜ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଉଦୀୟମାନ ଧାରାକୁ ଆଲୋକିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଖଣିଜ ବ୍ୟବସାୟର ଉଚ୍ଚ ପ୍ରାଥମିକ ଦିଗ ଗୁଡ଼ିକ ଉପରେ ଧ୍ୟାନ ଦେବ, ଯେଉଁଥିରେ ଅନୁସନ୍ଧାନ, ବ୍ୟବସାୟ କରିବାର ସୁଗମତା, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ଖଣିଜ ଉତୋଳନ ପାଇଁ ନୀତିଗତ ଢାଂଚା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ଏବଂ ପୃଥିବୀର ବିରଳ ସ୍ଥାନ ଏବଂ ସହରାଂଚଳ ଖଣିଜ ଉତୋଳନ କ୍ଷେତ୍ରରେ ବିକଶିତ ସୁଯୋଗ ଇତ୍ୟାଦି ଅନ୍ତର୍ଭୁକ୍ତ । ବିଶ୍ୱ ତଥା ଭାରତର ଖଣିଜ, କୋଇଲା, ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ କ୍ଷେତ୍ରର ପ୍ରମୁଖ ଖେଳାଳୀମାନେ ଏହି ଫୋରମ ମାଧ୍ୟମରେ ସେମାନଙ୍କ ମତ ବିନିମୟ ସହିତ ଯୋଜନାର ଆଦାନ ପ୍ରଦାନ ଏବଂ ବ୍ୟବସାୟିକ ସହଭାଗିତାର ଅନୁସନ୍ଧାନ କରିବେ ।


Share It

Comments are closed.