ଟ୍ରୁକଲର୍‌ର ବହୁଭାଷୀ ଓ ଭିଡିଓ ୧୫୦ ମିଲିୟନ ଦୈନିକ ସକ୍ରିୟ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଇଛି


ଭୁବନେଶ୍ୱର: ଟ୍ରୁକଲର୍‌ର ବ୍ରାଣ୍ଡ ସଲ୍ୟୁସନ୍ସ ପ୍ଲାଟ୍‌ଫର୍ମ ବହୁଭାଷୀ ବର୍ଗରେ ବହୁସଂଖ୍ୟକ ବ୍ରାଣ୍ଡଗୁଡିକ ପାଇଁ ତ୍ରୀବ୍ର ଅଭିବୃଦ୍ଧିକୁ ସକ୍ଷମ କରିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହା ଭାରତରେ ଶିଳ୍ପ ସ୍ତରଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ଯୋଗଦାନ ପ୍ରଦାନ କରୁଛି । ଟିୟର ୨ ଓ ଟିୟର ୩ ସହରଗୁଡିକରେ ଟ୍ରୁକଲର୍‌ର ସୁଦୃଢ ଉପସ୍ଥିତି ସହିତ ବହୁଭାଷୀ ଦର୍ଶକମାନଙ୍କ ସହିତ ସଂଯୋଗ ହେବାର ଏହାର କ୍ଷମତା ବିଭିନ୍ନ ବ୍ରାଣ୍ଡଗୁଡିକୁ ସେମାନଙ୍କର ବ୍ରାଣ୍ଡ ଦୃଶ୍ୟତାକୁ ବୃଦ୍ଧି କରିବା ଓ ଭାରତର ଲକ୍ଷ ଲକ୍ଷ ଉପଭୋକ୍ତାମାନଙ୍କ ସହିତ ନିୟୋଜିତ ହେବାକୁ ସକ୍ଷମ କରିଥାଏ । ଟ୍ରୁକଲର୍‌ର ପ୍ରୋଗ୍ରାମାଟିକ୍ ପ୍ଲାଟ୍‌ଫର୍ମ ବ୍ରାଣ୍ଡଗୁଡିକୁ ଅଭିନବ ବିଜ୍ଞାପନ ମାଧ୍ୟମର ସୁବିଧା ପ୍ରଦାନ କରିଥାଏ, ଯାହାକୁ ବହୁଭାଷୀ ବଜାରରୁ ୧୪୫ ମିଲିୟନରୁ ଅଧିକ ମାସିକ ସକ୍ରିୟ ଉପଭୋକ୍ତାଙ୍କୁ ପ୍ରସଙ୍ଗ ସମ୍ବନ୍ଧିତ ବାର୍ତା ପଠାଇବା ପାଇଁ ଯତ୍ନର ସହିତ ଚୟନ କରାଯାଇଛି । ଟ୍ରୁକଲର୍‌ରେ ଥିବା ଭିଡିଓ ସମାଧାନଗୁଡିକ ଖୁବ୍ ସ୍ୱଳ୍ପ ଅବଧିରେ ଆଂଚଳିକ ବଜାରଗୁଡିକରେ ସର୍ବୋଚ୍ଚ ଯୋଗଦାନ ଦେଖିବାକୁ ପାଇଛି ଏବଂ ବିଜ୍ଞାପନ ପାଇଁ ବିଜ୍ଞାପନଦାତାଙ୍କ ପସନ୍ଦର ସ୍ଥାନ ପାଲଟିଛି । କାରଣ ଏହା ଦର୍ଶକଙ୍କ ସହିତ ଏକ ସର୍ବୋଚ୍ଚ ଯୋଗଦାନ ସୃଷ୍ଟି କରିଥାଏ ଓ ସେମାନଙ୍କ ଉପରେ ଏକ ଭାବନାତ୍ମକ ପ୍ରଭାବ ପକାଇଥାଏ ।
ଅଳଙ୍କାର, ଏଫ୍‌ଏମ୍‌ସିଜି ବ୍ରାଣ୍ଡ, ଓଟିଟି ପ୍ଲେୟାର, ଗେମିଙ୍ଗ୍ ପ୍ଲାଟ୍‌ଫର୍ମଠାରୁ ଆରମ୍ଭ କରି ବିଭିନ୍ନ ବିବିଧି ବ୍ରାଣ୍ଡ ଓ କନ୍‌ଷ୍ଟ୍ରକ୍‌ସନ କ୍ଲାଏଂଟ୍‌ମାନେ ବହୁଭାଷୀ ଦର୍ଶକଙ୍କ ନିକଟରେ ପହଂଚିବା ପାଇଁ ଟ୍ରୁକଲର୍‌କୁ ଏହାର କ୍ଷମତା ପାଇଁ ବ୍ୟବହାର କରିଛନ୍ତି । ଏହି ସମସ୍ତ ବ୍ରାଣ୍ଡଗୁଡିକ ନିଜର ବିଜ୍ଞାପନଗୁଡିକୁ (ବ୍ୟାନର୍ ଓ ଭିଡିଓ ବିଜ୍ଞାପନ ସହିତ) ବିଭିନ୍ନ ଭାଷାରେ ପ୍ରସାର କରିବା ପାଇଁ ଏହି ପ୍ଲାଟ୍‌ଫର୍ମର ବ୍ୟବହାର କରିଛନ୍ତି ଏବଂ କ୍ଲିକ୍‌-ଥ୍ରୋ ରେଟ୍‌ସ (ସିଟିଆର୍‌)ରେ ୩୦% ବୃଦ୍ଧି ଦେଖିବାକୁ ପାଇଛନ୍ତି । ଏହି ପ୍ଲାଟ୍‌ଫର୍ମ ବର୍ତମାନ ହିନ୍ଦୀ, ତେଲୁଗୁ, ମାଲାୟଲମ୍‌, ପଞ୍ଜାବୀ, ଓଡିଆ, କନ୍ନଡ, ତାମିଲ, ବେଙ୍ଗୋଲି ଓ ଆସାମିଜ୍ ଭାଷାରେ କ୍ରିଏଟିଭ୍ ପ୍ରଦାନ କରୁଛି ।
ଏହି ଅବସରରେ ଟ୍ରୁକଲର୍‌ର ଗ୍ଲୋବାଲ ଆଡ୍‌ସ ବିଜ୍‌ନେସ୍‌ର ଉପାଧ୍ୟକ୍ଷ ସାଗର ମାନିକ୍‌ପୁରେ କହିଛନ୍ତି, ଆମର ବ୍ରାଣ୍ଡ ସହଯୋଗୀମାନେ ସମୃଦ୍ଧ ପ୍ରସଙ୍ଗଗତ ଯୋଗଦାନକୁ ବିଭିନ୍ନ ଭାଷା ମାଧ୍ୟମରେ ପରିଚାଳନା କରିବା ପାଇଁ ଟ୍ରୁକଲର୍‌ର ୧୫୦ଏମ୍ ଡିଏୟୁଏସ୍‌ର ଅତୁଳନୀୟ ସ୍କେଲ୍ ଓ ୨ ବିଲିୟନ ଦୈନିକ ଇମ୍ପ୍ରେସନର ଲାଭ ଉଠାଉଥିବା ଦେଖି ଆମେ ଖୁବ୍ ଆନନ୍ଦିତ, ଯାହା ସହ ସେମାନଙ୍କର ଦର୍ଶକମାନେ ସର୍ବୋତମ ଭାବରେ ସଂଯୋଗ ହୋଇଥାନ୍ତି ।” ନିଜ ଅଭିଜ୍ଞତା ସମ୍ପର୍କରେ ମତ ରଖି ଅଟମ୍‌ନଗ୍ରେ, ମିଡିଆ ଷ୍ଟ୍ରାଟେଜି ଓ ପ୍ଲାନିଙ୍ଗ୍ ହେଡ୍ ଦୀପକ ପି. କହିଛନ୍ତି, ଟ୍ରୁକଲର୍ ହେଉଛି ଏକ ଉନ୍ନତ ପ୍ଲାଟ୍‌ଫର୍ମ ଯାହା ବିଜ୍ଞାପନଦାତାଙ୍କୁ ସଠିକ୍ ଉପଭୋକ୍ତାଙ୍କୁ ଟାର୍ଗେଟ୍ କରିବା ପାଇଁ ( ଉଭୟ ଏଣ୍ଡ୍ କଞ୍ଜ୍ୟୁମର୍ ଓ ବିଜ୍‌ନେସ୍ ଓନର୍‌) ସକ୍ଷମ କରିଥାଏ ।”


Share It

Comments are closed.